ARTICLE AD BOX
ମୁମ୍ବାଇ: ମହାରାଷ୍ଟ୍ରରେ ଏନ୍ସିପି (ଏସ୍ପି) ଓ ବିଜେପି ମଧ୍ୟରେ ପରଦା ପଛରେ ଗୁପ୍ତ ଆଲୋଚନା ଚାଲିଥିବା କଳ୍ପନାଜଳ୍ପନାକୁ ଏନ୍ସିପି (ଏସ୍ପି) କାର୍ଯ୍ୟକାରୀ ଅଧ୍ୟକ୍ଷା ସୁପ୍ରିୟା ସୁଲେ ବୁଧବାର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଦଳର ବରିଷ୍ଠ ନେତା ଜୟନ୍ତ ପାଟିଲ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଯେଉଁ ଆଲୋଚନା କରିଥିଲେ, ତାହା କେବଳ ଏକ ପ୍ରଶାସନିକ ପ୍ରସଙ୍ଗକୁ ନେଇ ହୋଇଥିଲା। ସୀମା ପୁନଃନିର୍ଦ୍ଧାରଣ ବିଲ୍ ସଂସଦରେ ଆଗତ ହେବା ପରେ ଇଣ୍ଡି-ମେଣ୍ଟ ସାମୂହିକ ଭାବେ ଏହା ଉପରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସୁଲେ କହିଥିଲେ, ଜଣେ ଏନ୍ସିପି (ଏସ୍ପି) ପୌର ପରିଷଦ ଅଧ୍ୟକ୍ଷଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା ପାଇଁ ଜୟନ୍ତ ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ। ବୈଠକରେ କୌଣସି ଗୁପ୍ତ ବିଷୟ ଉପରେ ଆଲୋଚନା ହୋଇ ନ ଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଏନ୍ସିପି ଓ ଏନ୍ସିପି (ଏସ୍ପି) ନେତାମାନଙ୍କ ବୈଠକ ପରେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ସମୟରେ କଂଗ୍ରେସ ନେତା ପି. ଚିଦମ୍ବରମ କହିଥିଲେ ଯେ, ସୀମା ପୁନଃନିର୍ଦ୍ଧାରଣ ପାଇଁ ପ୍ରସ୍ତାବିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଲାଗି ସମର୍ଥନ ଯୋଗାଡ଼ ଲକ୍ଷ୍ୟରେ ବିଜେପି ଏନ୍ସିପି (ଏସ୍ପି) ଓ ଡିଏମ୍କେ ସହ ଯୋଗାଯୋଗ କରୁଛି।
ଏନ୍ସିପି (ଏସ୍ପି) ଶାସକ ମେଣ୍ଟରେ ସାମିଲ ହେବ ବୋଲି ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ସୁଲେ ଖଣ୍ଡନ କରିଛନ୍ତି। ବିଭିନ୍ନ ଦଳର ନେତାଙ୍କ ସହ ସାକ୍ଷାତ୍କୁ ରାଜନୈତିକ ଷଡ଼ଯନ୍ତ୍ର ଭାବେ ନ ଦେଖିବାକୁ ସେ ଅନୁରୋଧ କରିଥିଲେ।
ବୁଲେଟ ଟ୍ରେନ୍ ଚଲାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ସେ କହିଥିଲେ, ‘ଏକ ଦେଶ, ଏକ ନିର୍ବାଚନ’ ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଜଳଖିଆ କରିଥିଲେ। ପରେ ପାରିବାରିକ ସମ୍ପର୍କ ଥିବାରୁ ଅଖିଳେଶ ଯାଦବ ଓ ଡିମ୍ପଲ ଯାଦବଙ୍କ ସହ ମଧ୍ୟ ସାକ୍ଷାତ୍ କରିଥିଲେ। ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ସୁଲେ କହିଛନ୍ତି, କେନ୍ଦ୍ର ସରକାର ଔପଚାରିକ ଭାବେ ବିଲ୍ ସଂସଦରେ ଆଗତ କରିବା ପରେ ଇଣ୍ଡିମେଣ୍ଟ ଏହା ଉପରେ ନିଷ୍ପତ୍ତି ନେବ। ଲିଖିତ ପ୍ରସ୍ତାବ ନ ଦେଖି କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ।

2 weeks ago
9


