Supreme Court : ଶବ ନମିଳିଲେ ବି ହେବ ହତ୍ୟା ମାମଲାରେ ସଜ୍ଜା: ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

2 weeks ago 9
ARTICLE AD BOX

ନୂଆଦିଲ୍ଲୀ: "ଶବ ନମିଳିବା ମାନେ ଏହା ନୁହେଁ ଯେ ହତ୍ୟାକାଣ୍ଡ ଘଟିନାହିଁ।" ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ପୀଡ଼ିତଙ୍କ ମୃତଦେହ କେବେ ହେଲେ ଉଦ୍ଧାର କରାଯାଇ ନଥାଏ, ତଥାପି ବିଶ୍ୱସନୀୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ। କୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଶବ ମିଳିବାକୁ ଅନିବାର୍ଯ୍ୟ ବୋଲି ଧରାଯାଏ, ତେବେ ଚତୁରତାର ସହ ଶବକୁ ଗାଏବ କରିଦେଇଥିବା ହତ୍ୟାକାରୀମାନେ ଆଇନରୁ ସହଜରେ ଖସିଯିବେ।

ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ବରାଲେଙ୍କ ଖଣ୍ଡପୀଠ ଆସାମର ଜଣେ ବ୍ୟକ୍ତିଙ୍କୁ ମିଳିଥିବା ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖି ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଦେବଜିତ ପାଙ୍କିକା ୨୦୧୫ ମସିହାରେ ତାଙ୍କ ଘରେ ରହୁଥିବା ଜଣେ ୧୦ ବର୍ଷର ପୋଷ୍ୟ କନ୍ୟାକୁ ହତ୍ୟା କରି ଶବକୁ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା, ଯାହାକୁ ପୋଲିସ କେବେ ଖୋଜି ପାଇନଥିଲା।

ଭକ୍ତିରେ ବଡଦାଣ୍ଡ; ଶରଧାବାଲିରେ ତିନି ରଥ

ବର୍ତ୍ତମାନ ରାୟ ଦେଇ କୋର୍ଟ କହିଛନ୍ତି ଯେ ‘କର୍ପସ ଡେଲିକ୍ଟି’ ର ଅର୍ଥ ହେଉଛି ଅପରାଧ ଘଟିଥିବାର ପ୍ରମାଣ ମିଳିବା, ଶବ ମିଳିବା ନୁହେଁ। ଏହି ମାମଲାରେ ଅଭିଯୁକ୍ତ ଜଣକ ୨୨ ଦିନ ଧରି ନାବାଳିକାର ନିଖୋଜ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏଥିସହ ଜଣେ ସାକ୍ଷୀଙ୍କ ବଳିଷ୍ଠ ବୟାନ (ଯାହାଙ୍କୁ ଅଭିଯୁକ୍ତ ଜଣକ ଛୁରୀ ଦେଖାଇ ଶବକୁ ବସ୍ତାରେ ବାନ୍ଧି ସାଇକେଲରେ ନଦୀକୁ ବୋହିନେବାକୁ ବାଧ୍ୟ କରିଥିଲେ) କୁ ଭିତ୍ତି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରଦାନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.