Supreme Court order: କୃଷ୍ଣସାଗରରେ ଡ୍ରୋନ୍‌ ଆକ୍ରମଣରେ ନିଖୋଜ ଭାରତୀୟ ନାବିକଙ୍କ ସନ୍ଧାନ ପାଇଁ  ସୁପ୍ରିମ‌କୋର୍ଟଙ୍କ ନିର୍ଦ୍ଦେଶ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଜୁଲାଇ ୨୫ ତାରିଖରେ କୃଷ୍ଣସାଗରରେ ଭାରତୀୟ ନାବିକ ଥିବା ମାଲବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ନିଖୋଜ ଥିବା ଭାରତୀୟ ନାବିକଙ୍କ ସନ୍ଧାନ ପାଇଁ କୂଟନୈତିକ ଚାନେଲ ବ୍ୟବହାର କରିବାକୁ ବିଦେଶ ମନ୍ତ୍ରଣାଳୟକୁ ସୋମବାର ସୁପ୍ରିମ‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଓ ଜଷ୍ଟିସ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଲବାହୀ ଜାହାଜ ଏମ୍‌ଭି ଏଜିଏନ୍‌ ରାଗନାରର କ୍ରୁ ସଦସ୍ୟ ଦୀପକ କୁମାର ଗୁପ୍ତାଙ୍କ ସମ୍ପର୍କରେ ୟୁକ୍ରେନସ୍ଥିତ ଭାରତୀୟ ଦୂତାବାସ ଓ ରୋମାନିଆର ବୁଖାରେଷ୍ଟରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଅନୁରୋଧ କରିଥିଲେ।

ଆହୁରି ପଢନ୍ତୁ :CJP: ବୁଧବାର ସିଜେପିର ପ୍ରଥମ କୋର୍‌ କମିଟି ବୈଠକ

 ସୁପ୍ରିମ‌କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଶୁକ୍ରବାରକୁ ତାଲିକାଭୁକ୍ତ କରିଛନ୍ତି। କୋର୍ଟ ନିଖୋଜ ନାବିକଙ୍କ ବଡ଼ ଭାଇ ସନ୍ଦୀପ କୁମାର ଗୁପ୍ତାଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରୁଥିଲେ, ଯେଉଁଥିରେ ୟୁକ୍ରେନ ଓ ରୋମାନିଆରେ ଭାରତୀୟ କୂଟନୈତିକ ମିଶନ ସହିତ ସମନ୍ୱୟ ସ୍ଥାପନ କରିବା ପାଇଁ ବିଦେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା ଯାହା ଦ୍ୱାରା ସନ୍ଧାନ ଓ ଉଦ୍ଧାର ପ୍ରୟାସକୁ ତୀବ୍ର କରାଯାଇପାରିବ।

ଆହୁରି ପଢନ୍ତୁ :Vishwesh Negi: ବିଶ୍ବେଶ ନେଗି ଇରାନକୁ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ

ଆବେଦନ ଅନୁଯାୟୀ, ପରିବାର ପକ୍ଷରୁ ଜୁଲାଇ ୨୬ରୁ ଜୁଲାଇ ୩୦ ତାରିଖ ମଧ୍ୟରେ ଉଭୟ ବିଦେଶ ମନ୍ତ୍ରଣାଳୟ ଓ ଦୁଇ ଦେଶର ଅବସ୍ଥାପିତ ଦୂତାବାସ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ କୌଣସି ପ୍ରତିକ୍ରିୟା କିମ୍ବା ପ୍ରତିଶ୍ରୁତି ପାଇନଥିଲେ। ୟୁକ୍ରେନର ଓଡେଶା ବନ୍ଦର ନିକଟରେ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆକ୍ରମଣ ପରେ ୨୨ ବର୍ଷୀୟ ଦୀପକ କୁମାର ଗୁପ୍ତା ନିଖୋଜ ଥିଲେ। ଗୁପ୍ତାଙ୍କ ପରିବାର ମୂଳତଃ ବିହାରର ସିୱାନ ଜିଲ୍ଲାର ବାସିନ୍ଦା। ଗତ କିଛି ବର୍ଷ ଧରି ସେମାନେ ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଭାରତୌଲ ଗାଁରେ ରହି ଆସୁଛନ୍ତି।

 

Read Entire Article
LEFT SIDEBAR AD

Hidden in mobile, Best for skyscrapers.