ARTICLE AD BOX
ସୁନ୍ଦରଗଡ଼: ବାଲି ଚୋରାଚାଲାଣ ଉପରେ ବୀରମିତ୍ରପୁର ପୁଲିସ ଓ ଖଣି ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଶଂଖ ନଦୀରୁ ବାଲି ଉଠାଇ ମାଫିଆମାନେ ବଡ଼ ବଡ଼ ଗଦା କରି ସେଠାରୁ ଚାଲାଣ କରୁଥିବା ଅଭିଯୋଗ ପରେ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶରେ ଗତକାଲି ବୀରମିତ୍ରପୁର ଏସଡିପିଓ ପୁଷ୍ପେନ୍ଦୁ ସାଗରଙ୍କ ନେତୃତ୍ବରେ ରାଇବଗା, ହାତୀବାରି ଓ ବୀରମିତ୍ରପୁର ପୁଲିସ ଓ ୧୭ ଖଣି ଅଧିକାରୀ ସକାଳ ୧୧.୩୦ ରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଡାଲକି, ସହଜବାହାଲ ଓ ସଲଙ୍ଗାବାହାଲ ଗ୍ରାମରେ ଚଢ଼ାଉ ଅଭିଯାନ କରି ୮୧ ଟି ବାଲି ଗଦାରୁ ୧୦୩୩୮୪ କ୍ଯୁବିକ ମିଟର ବାଲି ଜବତ କରାଯାଇଥିଲା।
ଆହୁରି ପଢନ୍ତୁ:ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ବାଗତ
ଏହି ସମୟରେ ବାଲି ପରିବହନ କରୁଥିବା ଗୋଟିଏ ଟ୍ରକ୍ ଚିହ୍ନଟ କରାଯାଇଥିଲା ଓ ତାକୁ ଜରିମାନା ପାଇଁ ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଖଣି ବିଭାଗ ଆସନ୍ତାକାଲିଠାରୁ ବାଲିର ନିଲାମ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ସୂଚନା ରହିଛି। ପୁଲିସ ଓ ଖଣି ବିଭାଗର ଏ ଚଢ଼ାଉ ପରେ ବାଲି ମାଫିଆଙ୍କ ମନରେ ଛନକା ପଶି ଯାଇଛି।

3 weeks ago
14


