Sumitra Samachar: ସୁମିତ୍ରା ସମାଚାର: ସ୍କିପିଂ

4 days ago 6
ARTICLE AD BOX

ଚନ୍ଦୁ ଖବରକାଗଜ ପଢୁ ପଢୁ କହିଲା, “ସୁମି, ଆଜି ପାଗଟା ବଢ଼ିଆ ହେଇଛି। ମଟନ ତରକାରି ସହ ଗରମ ଗରମ ଭାତ ହେଲେ ଜମିଯା’ନ୍ତା!” ସୁମିତ୍ରା କହିଥିଲା, “ମଟନ ପରା ଚାରିଦିନ ତଳେ ଖାଇଥିଲ। ଡାକ୍ତରବାବୁ ତୁମ କୋଲେଷ୍ଟ୍ରଲ୍‌ ରିପୋର୍ଟ ଦେଖି କ’ଣ କହିଥିଲେ ମନେ ଅଛି ନା? ଆଜି କେବଳ ଆଳୁ-ପୋଟଳ ରସା ଆଉ ମୁଗଡ଼ାଲି ହେବ।” ଠିକ୍ ଏତିକିବେଳେ ଚନ୍ଦୁର ମୋବାଇଲ୍‌କୁ ତା’ର ସାଙ୍ଗ ଅମିତର ଏକ ମେସେଜ୍ ଆସିଲା। ସେ ଲେଖିଥିଲା, “ସାଙ୍ଗ, ଆଜି ଆମ ଘରେ ଭୋଜି ଅଛି। ମଟନ୍‌ ବିରିୟାନୀ ବନଉଛି। ଭାଉଜଙ୍କୁ ନେଇ ଚାଲିଆସ।” ଚନ୍ଦୁ ଖୁସି ଦିଶିଲା। ସେ ସୁମିତ୍ରା ପାଖକୁ ଯାଇ କହିଲା, “ସୁମି, ଅମିତ କେତେ ଶ୍ରଦ୍ଧାରେ ଡାକୁଛି। ଚାଲ ଯିବା, ତୁମକୁ ବି ରୋଷେଇରୁ ଛୁଟି ମିଳିଯିବ।” 

Nation and World: ଦେଶ ଓ ବିଶ୍ବ: ଇଜିପ୍ଟରେ ଲୁଣ ମାଗିବା ଅପରାଧ

ଦୁହେଁ ଅମିତ ଘରେ ପହଞ୍ଚିଲେ। ସେଠାକୁ ଆଉକିଛି ସାଙ୍ଗ ମଧ୍ୟ ଆସିଥିଲେ। ସମସ୍ତେ ଗପସପରେ ମାତିଗଲେ। ମଟନ୍‌ ବିରିୟାନୀର ବାସ୍ନାରେ ଘର ମହକୁଥିଲା। ଖାଇବା ସମୟ ହେଲା। ସମସ୍ତଙ୍କ ପାଇଁ ପ୍ଲେଟ୍ ସଜାଗଲା। ଅମିତ ନିଜେ ସମସ୍ତଙ୍କୁ ବିରିୟାନୀ ପରଷୁଥିଲା। ଚନ୍ଦୁର ପ୍ଲେଟ୍‌ରେ ଦୁଇ ଚାମଚ ବିରିୟାନୀ ପଡ଼ିଛି କି ନାହିଁ, ସୁମିତ୍ରା ପଛରୁ ଆସି ତାକୁ ଅଟକାଇ ଦେଲେ। ହସି ହସି କହିଲେ, “ଅମିତବାବୁ, ତାଙ୍କୁ ଆଉ ବିରିୟାନୀ ଦିଅନ୍ତୁ ନାହିଁ। ତାଙ୍କ କୋଲେଷ୍ଟ୍ରଲ୍‌ ବଢ଼ିଛି। ମୁଁ ଘରୁ ତାଙ୍କ ପାଇଁ ଓଟ୍‌ସ୍‌ ଉପମା ଆଣିଛି।” ଏତିକି କହି ସୁମିତ୍ରା ବ୍ୟାଗ୍‌ରୁ ଏକ ଟିଫିନ୍ ବାହାର କରି ଚନ୍ଦୁ ସାମ୍ନାରେ ରଖିଦେଲେ। ଆଉ ନିଜେ ଅମିତ ହାତରୁ ଗରମ ଗରମ ମଟନ୍‌ ବିରିୟାନୀ ନେଇ ଆନନ୍ଦରେ ଖାଇବାକୁ ଲାଗିଲେ। ଚନ୍ଦୁ ଆଶ୍ଚର୍ଯ୍ୟ ହେବା ଦେଖି ସୁମିତ୍ରା କହିଲେ, “ମୁଁ ଜାଣିଥିଲି ତୁମେ ଏଠାକୁ କେବଳ ମଟନ୍‌ ଖାଇବାକୁ ଆସିଛ, ସେଥିପାଇଁ ମୁଁ ଆଗୁଆ ପ୍ରସ୍ତୁତ ହୋଇ ଆସିଥିଲି।” ଚନ୍ଦୁକୁ କଥାଟା ଖରାପ ଲାଗିଲା। ଘରକୁ ଫେରିବା ବାଟରେ ସେ ପୂରା ଚୁପ୍ ଥିଲା। 

ଚନ୍ଦୁ ମୁହଁ ଭୁରୁଙ୍ଗା କରି ବସିଥିବା ଦେଖି ସୁମିତ୍ରା କହିଲେ, “ଏଇ ନିଅ, ତୁମ ପାଇଁ ଅମିତ ଘରୁ ଲୁଚେଇକି ଦୁଇ ପିସ୍‌ ମଟନ୍‌ ଆଣିଥିଲି।’’ ଚନ୍ଦୁ ମଟନ୍‌ ପିସ୍ ଚୋବାଉ ଚୋବାଉ ମନେ ମନେ ଶପଥ ନେଇଥିଲା ନିଶ୍ଚୟ ଏହାର ପ୍ରତିଶୋଧ ନେବ। ସୁଯୋଗ ତିନି ଦିନ ପରେ ମିଳିଗଲା। ସୁମିତ୍ରାଙ୍କର ସବୁଠୁ ପ୍ରିୟ ଜିନିଷ ଥିଲା ସପିଂ। ସେ ସପ୍ତାହେ ତଳେ ଏକ ମଲ୍‌ରେ ସୁନ୍ଦର ଡିଜାଇନର୍ ଶାଢ଼ିଟିଏ ପସନ୍ଦ କରି ରଖିଥିଲେ, ଯାହାର ଦାମ୍‌ ଥିଲା ବେଶ୍ ଅଧିକ। ସେଦିନ ସନ୍ଧ୍ୟାରେ ସୁମିତ୍ରା ଚନ୍ଦୁକୁ କହିଲେ, “ଆଜି ମୋର ସେଇ ଶାଢ଼ିଟା କିଣିବାକୁ ଯିବା। ତୁମେ କହିଥିଲ ନା ମୋତେ ଗିଫ୍ଟ ଦେବ ବୋଲି?” ଚନ୍ଦୁ ହସି ହସି କହିଲା, “ନିଶ୍ଚୟ ସୁମିତ୍ରା! ତୁମ ଖୁସି ହିଁ ମୋର ଖୁସି। ଚାଲ ଯିବା।” 

Encounter: ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି, ଜବାବରେ ଅପରାଧୀ ଉପରେ ୨ ରାଉଣ୍ଡ ଫାୟାରିଂ

ଦୁହେଁ ମଲ୍‌ରେ ପହଞ୍ଚିଲେ। ସୁମିତ୍ରା ସେହି ଦାମୀ ଶାଢ଼ିଟି ସେଲ୍ସମ୍ୟାନ୍‌କୁ ଦେଖାଇବାକୁ କହିଲେ। ଶାଢ଼ିଟି ସତରେ ବହୁତ ସୁନ୍ଦର ଥିଲା। ସୁମିତ୍ରା ତାକୁ ନିଜ ଦେହରେ ଗୁଡ଼ାଇ ଆଇନାରେ ଦେଖୁଥିଲେ ଆଉ ଖୁସିରେ ଆତ୍ମହରା ହେଉଥିଲେ। ସେଲ୍ସମ୍ୟାନ୍ ପଚାରିଲା, “ମ୍ୟାଡାମ୍, ପ୍ୟାକ୍ କରିଦେବି?” ସୁମିତ୍ରା କହିଲେ, “ହଁ, କରିଦିଅ।” ଠିକ୍ ଏତିକିବେଳେ ଚନ୍ଦୁ ସେଲ୍ସମ୍ୟାନ୍‌କୁ ଗମ୍ଭୀର ହୋଇ କହିଲା, “ଭାଇ, ଶାଢ଼ିଟା ରଖିଦିଅ।” ସୁମିତ୍ରା ଆଶ୍ଚର୍ଯ୍ୟହୋଇ କହିଲେ, “କାହିଁକି?” ଚନ୍ଦୁ ସେଲ୍ସମ୍ୟାନ୍ ଏବଂ ଅନ୍ୟ ଗ୍ରାହକଙ୍କ ସାମ୍ନାରେ ବଡ଼ ପାଟିରେ କହିଲା, “ସୁମି, ତୁମର ଓଜନ ବଢ଼ିଛି, ତେଣୁ ଏତେ ଜାକଜମକିଆ ଶାଢ଼ିରେ ତୁମେ ଆଦୌ ସ୍ଲିମ୍ ଦେଖାଯିବନି। ତୁମ ସ୍ୱାସ୍ଥ୍ୟ ଓ ଫିଗର୍‌ ପାଇଁ ମୁଁ ଘରୁ ଆଗୁଆ ପ୍ରସ୍ତୁତ ହୋଇ ଆସିଛି।” ଏତିକି କହି ଚନ୍ଦୁ ନିଜ ବ୍ୟାଗ୍‌ରୁ ଏକ ସ୍କିପିଂ ରୋପ୍‌ ବାହାର କଲା ଏବଂ ସୁମିତ୍ରାଙ୍କ ହାତରେ ଧରାଇ ଦେଇ କହିଲା, “ଏଇ ନିଅ, ଆଜି ରାତିରୁ ଏଥିରେ ତୁମେ ଶହେଥର ଡେଇଁବା ଆରମ୍ଭ କରିବ। ଓଜନ କମିଲେ ଯାଇ ଶାଢ଼ି କିଣାହେବ!” ଗ୍ରାହକ ଓ ସେଲ୍ସମ୍ୟାନ୍ ହସିବାକୁ ଲାଗିଲେ। ସୁମିତ୍ରାଙ୍କ ମୁହଁ ଲାଲ୍ ପଡ଼ିଗଲା। ଘରେ ପହଞ୍ଚିବା ପରେ ଚନ୍ଦୁ ଡାଇନିଙ୍ଗ୍ ଟେବୁଲ୍ ପାଖକୁ ଗଲା। ସେଠାରେ ଗରମ ଗରମ ମଟନ୍‌ ତରକାରି ଆଉ ଉଷୁନା ଭାତ ରଖାଯାଇଥିଲା! ଚନ୍ଦୁ ଖୁସି ହୋଇ କହିଲା, “ସୁମି, ତୁମେ ମୋ ପାଇଁ ମଟନ୍‌ ବନେଇଛ!” ସୁମିତ୍ରା ବୁଲିପଡ଼ିଲେ, ତାଙ୍କ ହାତରେ ସେହି ସ୍କିପିଂ ରୋପ୍ ଥିଲା। ସେ ହସି ହସି କହିଲେ, “ମଟନ ତ ବନେଇଛି, ହେଲେ ଖାଇବା ପୂର୍ବରୁ ଗୋଟିଏ ନୂଆ ନିୟମ ଅଛି। ତୁମେ ଯେଉଁ ଦଉଡ଼ି ଆଣିଛ, ସେଥିରେ ଏବେ ତୁମକୁ ଶହେଥର ସ୍କିପିଙ୍ଗ୍ କରିବାକୁ ପଡ଼ିବ, ତା’ପରେ ଯାଇ ମଟନ୍‌ ମିଳିବ। ଏବେ ଆରମ୍ଭ କର!”

Read Entire Article
LEFT SIDEBAR AD

Hidden in mobile, Best for skyscrapers.