ARTICLE AD BOX
ଆମ ଦୈନନ୍ଦିନ ଜୀବନରେ ମିଠା ଖାଇବା ଏକ ସାଧାରଣ କଥା। ଚା, କଫିଠାରୁ ଆରମ୍ଭ କରି ବିଭିନ୍ନ କିସମର ପାରମ୍ପରିକ ମିଠା ପ୍ରସ୍ତୁତିରେ ଆମେ ଚିନି ବା ମିଶ୍ରିର ବ୍ୟବହାର କରିଥାଉ। ଅନେକେ ମିଶ୍ରିକୁ ଚିନି ଅପେକ୍ଷା ସ୍ବାସ୍ଥ୍ୟକର ବିକଳ୍ପ ବୋଲି ଭାବନ୍ତି। ତେବେ ଏହି ଦୁଇଟି ମଧ୍ୟରେ ପ୍ରକୃତରେ କ’ଣ ଫରକ ରହିଛି ଓ ସ୍ବାସ୍ଥ୍ୟ ପାଇଁ କେଉଁଟା ଭଲ, ଆସନ୍ତୁ ଜାଣିବା।
ମିଶ୍ରି ଓ ଚିନି ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ ହେଉଛି, ଏମାନଙ୍କ ପ୍ରସ୍ତୁତି ପ୍ରଣାଳୀ।
Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ମିଶ୍ରି- ଏହା କମ୍ ପ୍ରକ୍ରିୟାକରଣ ହୋଇଥିବା ପ୍ରାକୃତିକ ମିଠା। ଆଖୁ କିମ୍ବା ତାଳ ରସକୁ ରାସାୟନିକ ପଦାର୍ଥ ବିନା ଧୀରେ ଧୀରେ ଫୁଟାଇ ତାକୁ ଥଣ୍ଡା କରି ମିଶ୍ରି ପ୍ରସ୍ତୁତ କରାଯାଏ।
ଚିନି- ଧଳା ଦାନାଦାର ଚିନି ପ୍ରସ୍ତୁତ କରିବା ପାଇଁ ଅନେକ ଶିଳ୍ପଭିତ୍ତିକ ପ୍ରକ୍ରିୟା ଉପଯୋଗ କରାଯାଏ। ଏହାକୁ ସଫା ଓ ଧଳା କରିବା ପାଇଁ ବ୍ଲିଚିଂ, ସେଣ୍ଟ୍ରିଫ୍ୟୁଜନ୍ ଓ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର ହୁଏ, ଯାହାଦ୍ବାରା ଏହାର ପ୍ରାକୃତିକ ଗୁଣ ନଷ୍ଟ ହୋଇଯାଏ।
କ୍ୟାଲୋରି ଓ ପୋଷକ ତତ୍ତ୍ବ
ଅନେକ ଲୋକ ଭାବନ୍ତି ଯେ, ମିଶ୍ରି ଖାଇଲେ ଓଜନ ବଢ଼େ ନାହିଁ, ତେବେ ଏହା ଭୁଲ ଧାରଣା। ଉଭୟ ମିଶ୍ରି ଓ ଚିନି ପ୍ରତି ୧୦୦ ଗ୍ରାମ୍ରେ ପ୍ରାୟ ୩୮୭ କ୍ୟାଲୋରି ଥାଏ। ଏଣୁ କ୍ୟାଲୋରି ଦୃଷ୍ଟିରୁ ଦୁଇଟିଯାକ ସମାନ। ତେବେ ମୁଖ୍ୟ ଫରକ୍ ହେଉଛି, ପୋଷକ ତତ୍ତ୍ବରେ। ଚିନି ପ୍ରସ୍ତୁତ ହେବା ସମୟରେ ଏଥିରେ ଥିବା ସମସ୍ତ ଭିଟାମିନ୍ ଓ ମିନେରାଲ୍ସ ନଷ୍ଟ ହୋଇଯାଏ, ଯାହାକୁ ଏମ୍ପଟି କ୍ୟାଲୋରି କୁହାଯାଏ। କିନ୍ତୁ ମିଶ୍ରି କମ୍ ପ୍ରକ୍ରିୟାକୃତ ହୋଇଥିବାରୁ ଏଥିରେ କିଛି ମାତ୍ରାରେ କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍ ଓ ଆଇରନ୍ ଭଳି ଜରୁରି ଖଣିଜ ଲବଣ ରହିଥାଏ।
ଚିନିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ୍ (ଜିଆଇ) ପ୍ରାୟ ୬୫ ହୋଇଥିବା ବେଳେ ମିଶ୍ରିର ଜିଆଇ ସାମାନ୍ୟ କମ୍, ଅର୍ଥାତ୍ ୫୫ରୁ ୬୦ ମଧ୍ୟରେ ଥାଏ। ଏହାର ଅର୍ଥ, ଚିନି ତୁଳନାରେ ମିଶ୍ରି ଶରୀରରେ ବ୍ଲଡ୍ ସୁଗାର୍ ବା ରକ୍ତ ଶର୍କରା ସ୍ତରକୁ ସେତେ ଶୀଘ୍ର ବଢ଼ାଏ ନାହିଁ। ତଥାପି ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ମିଶ୍ରି ପୂରା ସୁରକ୍ଷିତ ନୁହେଁ। ଏଥିରେ ମଧ୍ୟ ଗ୍ଲୁକୋଜ୍ ଥାଏ, ତେଣୁ ଡାଇବେଟିସ୍ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହାକୁ ଅତି ସୀମିତ ପରିମାଣରେ ଗ୍ରହଣ କରିବା ଉଚିତ।
ଔଷଧୀୟ ଗୁଣ
ଆୟୁର୍ବେଦରେ ମିଶ୍ରିକୁ ଏକ ଶୀତଳକାରୀ ଉପାଦାନ ଭାବେ ଗଣାଯାଏ। ପାଚନ ପ୍ରକ୍ରିୟା ସୁଧାରିବା ପାଇଁ ପ୍ରାୟତଃ ଖାଇବା ପରେ ମେଥି ସହ ମିଶ୍ରି ଖାଇବାକୁ ଦିଆଯାଏ। ଏହାଛଡ଼ା ତଣ୍ଟି, କାଶ, ଥଣ୍ଡା ଓ ସର୍ଦ୍ଦିର ଉପଶମ ପାଇଁ କାଢ଼ା ବା ପାରମ୍ପରିକ ଔଷଧରେ ମିଶ୍ରି ଗୁଣ୍ଡ ବ୍ୟବହାର କରାଯାଏ। ଅନ୍ୟପକ୍ଷରେ ଚିନିର ସେଭଳି କୌଣସି ଔଷଧୀୟ ଗୁଣ ନାହିଁ
Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ
ରୋଷେଇରେ ବ୍ୟବହାର
ଆପଣ ଚା, କଫି, ସରବତ କିମ୍ବା ପାରମ୍ପରିକ ଓଡ଼ିଆ ପିଠାପଣାରେ ଚିନି ବଦଳରେ ମିଶ୍ରି ବ୍ୟବହାର କରିପାରିବେ। ତେବେ ଥଣ୍ଡା ପାନୀୟରେ ଏହାକୁ ବ୍ୟବହାର କରିବା ପୂର୍ବରୁ ଗୁଣ୍ଡ କରିଦେଲେ ଶୀଘ୍ର ଦ୍ରବୀଭୂତ ହୋଇଥାଏ। କିନ୍ତୁ କେକ୍ କିମ୍ବା ବିସ୍କୁଟ୍ ଭଳି ବେକିଂଜାତୀୟ ଖାଦ୍ୟରେ ଚିନି ଅଧିକ ଭଲ କାମ କରେ। ଯଦି ଆପଣ କେମିକାଲ୍ମୁକ୍ତ ଓ କମ୍ ପ୍ରକ୍ରିୟାକୃତ ମିଠା ଖୋଜୁଛନ୍ତି, ତେବେ ଚିନି ତୁଳନାରେ ମିଶ୍ରି ଭଲ ବିକଳ୍ପ। ତେବେ ମନେ ରଖିବାକୁ ହେବ ଯେ, ଏହା ଏକ ପ୍ରକାରର ଶର୍କରା, ତେଣୁ ସୁସ୍ଥତା ପାଇଁ ଉଭୟର ବ୍ୟବହାର ସୀମିତ ରଖିବା ଉଚିତ।

2 weeks ago
10


