ARTICLE AD BOX
ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ଯୋଜନାର ୨ବାର୍ଷିକ ଜନ୍ମଦିନ ପାଳନ କରାଯିବ। ୧ କୋଟି ୩ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୨୫, ୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ସୁଭଦ୍ରା ସାଜିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ମୋଦୀଙ୍କ ଦ୍ଵାରା ଓଡ଼ିଶାରେ ଆରମ୍ଭ ହୋଇଥିଲା
ଆଜି ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ୨ ବର୍ଷ ତଳେ ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଓଡ଼ିଶାରେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ ନିରନ୍ତର ଲୋକସେବା, ସଙ୍କଳ୍ପ ଓ ଅଭିଯାନ ପାଳନ ସହିତ ସୁଭଦ୍ରା ଯୋଜନାର ୨ୟ ବାର୍ଷିକ ପାଳନ ଅବସରରେ ଆସନ୍ତାକାଲି ସଂଧ୍ୟାରେ ରାଜ୍ୟର ସମସ୍ତ ୩୩୮ଟି ଆଇସିଡିଏସ ରେଙ୍ଗୋଲି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

1 day ago
2


