ARTICLE AD BOX
ଜୟପୁର: ସହରରେ ସଫେଇ ଦାୟିତ୍ୱରେ ଥିବା ଠିକା ସଂସ୍ଥା PMRର ମନମାନୀ ଓ ଶୋଷଣ ବିରୋଧରେ ସଫେଇ କର୍ମଚାରୀମାନେ ଆନ୍ଦୋଳନର ପନ୍ଥା ଆପଣାଇଛନ୍ତି। ସଂସ୍ଥା ପକ୍ଷରୁ କର୍ମଚାରୀମାନଙ୍କୁ ସେମାନଙ୍କର ପ୍ରକୃତ ପ୍ରାପ୍ୟ ଓ ଦରମା ଦିଆଯାଉ ନଥିବା ଅଭିଯୋଗ କରି ଶତାଧିକ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ସମଗ୍ର ଜୟପୁର ସହରର ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି।
ଉଚିତ ଦରମା ଓ ସୁବିଧା ପାଇଁ ଦାବି
ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ହେବ PMR ସଂସ୍ଥା ସଫେଇ କର୍ମଚାରୀମାନଙ୍କୁ ସେମାନଙ୍କ ପରିଶ୍ରମ ଅନୁସାରେ ଉଚିତ ପ୍ରାପ୍ୟ ପ୍ରଦାନ କରୁନାହିଁ। ବାରମ୍ବାର ଦାବି ସତ୍ତ୍ୱେ କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ କର୍ମଚାରୀମାନେ ରାଜପଥକୁ ଓହ୍ଲାଇଛନ୍ତି। ଉଚିତ ଦରମା ଓ ସୁବିଧା ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
Jagannath Temple: ବନକଲାଗି ବେଳେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, କମାଣ୍ଡରଙ୍କୁ ଆକ୍ରମଣ କଲେ ଦତ୍ତ ମହାପାତ୍ର ସେବକ
ଅପରପକ୍ଷରେ, ସଫେଇ କାର୍ଯ୍ୟ ବନ୍ଦ ରହିବା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଜମା ହେବା ସହ ପରିବେଶ ଦୂଷିତ ହେବାର ଆଶଙ୍କା ଦେଖାଦେଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏନେଇ ପଦକ୍ଷେପ ନେଇଥିବା ସୂଚନା ମିଳିଛି l

2 weeks ago
8


