ARTICLE AD BOX
ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଥିଲା। ନିବେଶକମାନେ ସୂଚନା ପ୍ରଯୁକ୍ତି ଓ ବ୍ୟାଙ୍କଗୁଡ଼ିକର ସେୟାର ଅଧିକ ପରିମାଣରେ କିଣିଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଆର୍ଥିକ ଫଳାଫଳ ଉଲ୍ଲେଖନୀୟ ରହିଥିବାରୁ କର୍ପୋରେଟ୍ ଜଗତର ସ୍ଥିତି ଭଲ ଥିବା ଆଶା କରି ନିବେଶକମାନେ ଆଜି ସେୟାର କିଣିଥିଲେ। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୯୬୪.୫୮ ପଏଣ୍ଟ ବୃଦ୍ଧି ପାଇ ୭୮,୧୫୧.୪୫ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୬୧.୫୫ ପଏଣ୍ଟ ବୃଦ୍ଧି ପାଇ ୨୩,୩୩୪.୩୦ ପଏଣ୍ଟ୍ରେ ବନ୍ଦ ହୋଇଛି।
ଆହୁରି ପଢନ୍ତୁ:RJD: ବିହାର ନିର୍ବାଚନ ପୂର୍ବରୁ ଆର୍ଜେଡିକୁ ଝଟ୍କା
ଆଜି ଷ୍ଟକ୍ କାରବାରରେ ସାମିଲ ହୋଇଥିବା ୧୬୩୨ଟି କମ୍ପାନିର ସେୟାର ମୂଲ୍ୟ ବଢ଼ିଥିଲା ଓ ୨୪୧୯ଟି କମ୍ପାନିର ସେୟାର ମୂଲ୍ୟ କମିଥିଲା। ବଡ଼ ବଡ଼ ସଂସ୍ଥାଗୁଡ଼ିକର ସେୟାର ମୂଲ୍ୟ ବଢ଼ିବାରୁ ଉଭୟ ସେନ୍ସେକ୍ସ ଓ ନିଫ୍ଟିରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଥିଲା। ଟେକ୍ ମହିନ୍ଦ୍ରାର ଆର୍ଥିକ ଫଳାଫଳ ଆଶାଠାରୁ ଭଲ ରହିବାରୁ ନିବେଶକମାନେ ପୁଣି ଥରେ ସୂଚନା ପ୍ରଯୁକ୍ତି ଷ୍ଟକ୍ରେ ନିବେଶ ଆରମ୍ଭ କରିଥିଲେ। ସେଥିପାଇଁ ଆଜି ଟେକ୍ ମହିନ୍ଦ୍ରା ଓ ଟିସିଏସ୍ ସେୟାର ମୂଲ୍ୟରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିଲା। ଆର୍ଥିକ ସଂସ୍ଥାଗୁଡ଼ିକ ମଧ୍ୟରେ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ବଢ଼ିଥିଲା।

2 weeks ago
10


