ARTICLE AD BOX
ସମସ୍ତଙ୍କର ଯୋଗ୍ୟତା ନାହିଁ ଭଲ ଜିନିଷକୁ ଭଲ କହିବା
ଆପଣଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର କାଦୁଅପଡ଼ା ଅନ୍ତର୍ଗତ କୁସିଙ୍ଗାରେ। ଏବେ ଖୋର୍ଦ୍ଧାରେ ଘର କରି ରହିଛନ୍ତି। ଅଥଚ ‘କୁଆଡ଼େ ଯିବାର ନାହିଁ’ ନାଆଁରେ ଆପଣଙ୍କର ଗୋଟିଏ ଗପବହି ଅଛି। ଏପରି ସ୍ଥିତିରେ ଗାଆଁ ମନେପଡ଼େ?
ହଁ, ମନେପଡ଼େ। ଏବେ ବି ଗାଁ ସହିତ ମୋର ସଂପର୍କ ଖୁବ୍ ନିବିଡ଼। ମୋର ଯିବାଆସିବା ଏ ପର୍ଯ୍ୟନ୍ତ ଲାଗିଛି। ଦୁର୍ଗାପୂଜା ବେଳେ ଉପନ୍ୟାସଟି ମୋର ତ ସେଠି ଲେଖା ହୋଇଛି। ‘କୁଆଡ଼େ ଯିବାର ନାହିଁ’ର ଅର୍ଥ ମୋର ଗାଁରେ ମରିବାର ଇଚ୍ଛା ଅଛି।
୧୯୭୭ରେ ଆପଣଙ୍କର ପ୍ରଥମ ଗପବହି ‘ନିଷିଦ୍ଧ ଅରଣ୍ୟ’ ପ୍ରକାଶ ପାଇଥିଲା। ସେତେବେଳକୁ କଲମ ପ୍ରାୟ ଧରି ନ ଥିବା କେତେକ ଗପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇସାରିଲେଣି। ଅଥଚ ଆପଣ ଏ ଯାଏ ସେଥିରୁ ବଞ୍ଚିତ। ଏ ନେଇ କ’ଣ କହିବେ?
ପୁରସ୍କାର ପାଇବା ନ ପାଇବା କଥା ବିଚାରକଙ୍କୁ ପଚାରନ୍ତୁ। ହୁଏତ ମୋର ଯୋଗ୍ୟତା ନାହିଁ। କିଛି ଲେଖକ ପୁରସ୍କାର ହାତେଇ ନେବାର ଯୋଗ୍ୟତା ଜାଣନ୍ତି। ମୋତେ ବଞ୍ଚିତ କରିବା ଲାଗି ବିଭିନ୍ନ ବିଚାରକ ବିଭିନ୍ନ ପ୍ରକାର ଉଦ୍ୟମ କରନ୍ତି।
ଆହୁରି ପଢ଼ନ୍ତୁ- Operation trishul: ବିଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଲା ଭାରତ
‘ହାଏ ମୁନି! କେମିତି ଅଛ?’ରେ ଆପଣ ଉପନ୍ୟାସର ଭାଷା ଶୈଳୀରେ ଏକ ନୂତନ ପରୀକ୍ଷା କରିଥିଲେ। କିନ୍ତୁ କାହିଁକି ସେ ଉପନ୍ୟାସଟିକୁ ଅନେକ ଯେତିକି ଗୁରୁତ୍ୱ ଦେବା କଥା ଦେଲେ ନାହିଁ। ମନରେ ଦୁଃଖ ହୋଇଥିଲା?
ନା, ଦୁଃଖ ହୋଇନି ବରଂ ମୁଁ ଖୁସି ଅଛି। ସମସ୍ତଙ୍କର ଯୋଗ୍ୟତା ନାହିଁ ଭଲ ଜିନିଷକୁ ଭଲ କହିବା। କାହାରି ମନ୍ତବ୍ୟରେ, ମତାମତରେ ମୁଁ ପ୍ରଭାବିତ ହୁଏ ନାହିଁ।
ଆପଣଙ୍କ ଗଳ୍ପ ଉପନ୍ୟାସ ବିରୋଧରେ ଅନେକ ସମୟରେ ଅଶ୍ଳୀଳତାର ଅଭିଯୋଗ ଆସିଛି। କ’ଣ କହିବେ?
ହଁ, ମୁଁ ବଡ଼ ଅଶ୍ଳୀଳ ଲୋକ। ଆଉ ବି କେହି କେହି ଅଶ୍ଳୀଳ ଲୋକ ଅଛନ୍ତି ଯେଉଁମାନେ ତାକୁ ବୁଝିପାରୁଛନ୍ତି, ଜାଣିପାରୁଛନ୍ତି ଓ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଛନ୍ତି।
‘ଗାନ୍ଧୀ ଛକରୁ ଟିକିଏ ଆଗକୁ’ ଏକଦା ଗୋଟିଏ ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇ ବି କାଟ୍ ଖାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ତାହା ଗାନ୍ଧୀ ବିଚାରଧାରାରୁ ଭିନ୍ନ ବୋଲି ଅଭିଯୋଗ ହୋଇଥିଲା। ଏ ବାବଦରେ କ’ଣ କହିବେ?
କେଉଁ ଗାନ୍ଧୀବାଦୀ ଲୋକ ଆମ ଏଇ ସାହିତ୍ୟ ବିଚାରକ ଭାବେ ଅଛନ୍ତି ମୁଁ ଜାଣିନି। ମତେ ବିଭିନ୍ନପୁରସ୍କାରରୁ ବଞ୍ଚିତ କରିବା ପାଇଁ କିଛି ଲୋକ ଅଛନ୍ତି। ଯେଉଁମାନେ ନିଷ୍ଠାପର ଭାବରେ ବୋଧହୁଏ ତାଙ୍କ କାମ କରନ୍ତି, ଗାନ୍ଧୀଜୀଙ୍କୁ ଯେମିତି ଯେଉଁ ଲୋକମାନେ ବୁଝନ୍ତି ସେମାନେ ସେଇ ଧାରାରେ ବିଚାର କରିବେ ବା ମତ ଦେବେ।
ଆହୁରି ପଢ଼ନ୍ତୁ- Lok Sabha: ଲୋକସଭାରେ ଟିକସ ଓ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ ଆଗତ
‘ସୀତା ମୁଁ ସୀତା’ ଆପଣଙ୍କର ସଦ୍ୟତମ ଉପନ୍ୟାସ। ଏବେ କେନ୍ଦ୍ର ଓ ରାଜ୍ୟରେ ଏମିତି ଗୋଟିଏ ସରକାର ଅଛି, ଯିଏ ରାମ ଓ ସୀତାଙ୍କ ବାବଦରେ ଅତ୍ୟନ୍ତ ସ୍ପର୍ଶକାତର। ଏ ଉପନ୍ୟାସ ସେମିତି କିଛି ବିତର୍କ ସୃଷ୍ଟି କରିବ ନାହିଁ ତ?
ବିତର୍କ କରିପାରେ, କରୁଛି। ସେଭଳି ବିତର୍କ ସୃଷ୍ଟି ହୋଇଛି।
ବର୍ତ୍ତମାନ ଆମ ଗପ, ଉପନ୍ୟାସର ସ୍ଥିତି କ’ଣ?
ସାଂପ୍ରତିକ ସାହିତ୍ୟର ସ୍ଥିତି କହିଲେ ପୁରୁଣା ପୋଷାକ ଉପରେ ନୂଆ ପୋଷାକଟିଏ ପିନ୍ଧିଲେ ଯେଉଁ ପାର୍ଥକ୍ୟ ବାରିହୁଏ, ତାହା ହିଁ ହେଉଛି। ଗଳ୍ପ ଓ ଉପନ୍ୟାସରେ ପୁରୁଣା ବିଚାରଧାରାକୁ ତ୍ୟାଗ କରି ଯେଉଁ ନୂଆ ସାଙ୍କେତିକ ଧାରାରେ ଲେଖକମାନେ ଲେଖିବାକୁ ଚେଷ୍ଟା କରୁଛନ୍ତି ସେ ସବୁ ଅନୁସୃତ ଧାରା। ସେ ଧାରାରେ ଆମ ସାହିତ୍ୟ ବିଭ୍ରାନ୍ତିକର ମନେହେଉଛି। ଆମ ଗଳ୍ପ, ଉପନ୍ୟାସ ବର୍ତ୍ତମାନ ସ୍ବତନ୍ତ୍ର ବ୍ୟକ୍ତିସତ୍ତାକୁ ରୂପାୟିତ କରୁଛି। ଯେମିତିକି ଯେଉଁ ନାରୀ ତା’ର ପରିବାର ପାଇଁ ଆତ୍ମତ୍ୟାଗ କରିଦେଉଥିଲା ସେଇ ନାରୀ- ଆଜିକାର ସମାଜରେ ନିଜେ ନିଜର ମୂଲ୍ୟବୋଧ ଓ ବିଚାରକୁ ଧରି ଠିଆହୋଇଛି।
ସାକ୍ଷାତ: ସୁନନ୍ଦା ପ୍ରଧାନ
ଅଧିକ ଦେଖନ୍ତୁ-

1 hour ago
1


