SRM University: ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ୟୁନାଇଟ୍‌ସ ଗ୍ଲୋବାଲ ଇନୋଭେସନ୍‌ ସୋସାଇଟି ଆରମ୍ଭ

18 minutes ago 1
ARTICLE AD BOX

ଭୁବନେଶ୍ବର: ବିଶ୍ବସ୍ତରର ବୈଜ୍ଞାନିକ, ଶିକ୍ଷାବିତ୍‌, ଉଦ୍ୟୋଗୀ, ସରକାରୀ ଅଧିକାରୀ ଓ ଯୁବ ଗବେଷକମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରି ଜଟିଳ ସମସ୍ୟାର ସମାଧାନ ସୂତ୍ର ବାହାର କରିବା ପାଇଁ ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟ-ଏପି, ଅମରାବତି ପକ୍ଷରୁ ୟୁନାଇଟ୍‌ସ ଗ୍ଲୋବାଲ ଇନୋଭେସନ୍‌ ସୋସାଇଟିର ଶୁଭାରମ୍ଭ କରାଯାଇଛି। ଆନ୍ଧ୍ରପ୍ରଦେଶ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ସହଯୋଗରେ ହୋଇଥିବା ଏହି ସୋସାଇଟିର ଆୟୋଜକ ଭାବେ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍‌ ଇଣ୍ଟରଡିସିପ୍ଲିନାରି ରିସର୍ଚ୍ଚ (ସିଆଇଡିଆର୍‌) କାର୍ଯ୍ୟ କରିବ। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଆନ୍ଧପ୍ରଦେଶ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ସରଗମ ବିଜୟ ଭାସ୍କର ରାଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ସିଏସ୍‌ଆଇଆର୍‌- ନ୍ୟାସନାଲ ଫିଜିକାଲ ଲାବରେଟୋରିର ନିର୍ଦ୍ଦେଶକ ତଥା ୟୁନାଇଟ୍‌ସ ଗ୍ଲୋବାଲ ଇନୋଭେସନ ସୋସାଇଟିର ସଭାପତି ପ୍ରଫେସର ଅଚନ୍ତ ବେଣୁ ଗୋପାଳ, ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସିଏଚ୍‌. ସତୀଶ କୁମାର, ଆଇଜର-ତିରୁଅନନ୍ତପୁରମର ପ୍ରଫେସର ବିଜୟମୋହନ କୁଞ୍ଜୁକ୍ରିଷ୍ଣା ପିଲାଇ, ୟୁନାଇଟ୍‌ସ ଗ୍ଲୋବାଲ ଇନୋଭେସନ ସୋସାଇଟିର ସାଧାରଣ ସମ୍ପାଦକ ତଥା ସିଆଇଡିଆର୍‌ର ଆସୋସିଏଟ ପ୍ରଫେସର ଡ. କିରଣ ମଙ୍ଗଳମପଲ୍ଲୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଦେଶର ବହୁ ଖ୍ୟାତନାମା ବୈଜ୍ଞାନିକ ଓ ଶିକ୍ଷାବିତ୍‌ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ: Rahul Gandhi: ଇନ୍ଦୋରରେ ‘ଛାତ୍ରୋଁ କୀ ଗୁଞ୍ଜ’ କାର୍ଯ୍ୟକ୍ରମ: ଛାତ୍ରସମାଜ ସୁରକ୍ଷିତ ଭବିଷ୍ୟତ ଦେଖିପାରୁ ନାହାନ୍ତି କହିଲେ ରାହୁଲ ଗାନ୍ଧୀ

ସୋସାଇଟିର ପ୍ରଥମ ପ୍ରମୁଖ କାର୍ଯ୍ୟକ୍ରମ ବିଶ୍ବବିଦ୍ୟାଳୟରେ ଆସନ୍ତା ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ‘ବସ୍ତୁ, ଆଲୋକ ଏବଂ ଜୀବନର ଅନ୍ତର୍ନିହିତ ପାର୍ଶ୍ୱରେ ପଦାର୍ଥ ବିଜ୍ଞାନ’ ବିଷୟ ଉପରେ ଅନୁଷ୍ଠିତ ହେବ। ଏହି ଅବସରରେ ଜାତୀୟସ୍ତରର ବିଜ୍ଞାନ ଓ ପ୍ରଯୁକ୍ତି ପ୍ରଦର୍ଶନୀ ବିଜ୍ଞାନ ସେତୁ ଆୟୋଜନ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.