SRCCର ଶତବାର୍ଷିକୀ ଉତ୍ସବରେ ମୋଦୀଙ୍କ ପୁଣି ‘ଦିମାଗୀ ନକ୍ସଲ’ ଟିପ୍ପଣୀ

1 week ago 9
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରୀରାମ କଲେଜ୍‌ ଅଫ୍‌ କମର୍ସ (ଏସ୍‌ଆର୍‌ସିସି)ର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରି ପୁଣି ‘ଦିମାଗୀ ନକ୍ସଲ’ ପ୍ରସଙ୍ଗ ଉଠାଇଛନ୍ତି। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଯୁବପିଢ଼ି, ବିଶେଷକରି ଜେନ୍‌-ଜିଙ୍କୁ ବିକଶିତ ଭାରତ ପାଇଁ ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ମୋଦୀ କହିଥିଲେ, ଲାଲକିଲ୍ଲାରୁ ତାଙ୍କ ଭାଷଣରେ ସେ ‘ଦିମାଗୀ ନକ୍ସଲ’ ଶବ୍ଦ ବ୍ୟବହାର କରିଥିଲେ। ଏହାକୁ ସେ ହୋମିଓପାଥି ଔଷଧ ସହ ତୁଳନା କରି କହିଥିଲେ ଯେ, ଏହି ଶବ୍ଦ ବ୍ୟବହାର କରିବା ପରେ ଜଣଙ୍କ ପରେ ଜଣେ ‘ଦିମାଗୀ ନକ୍ସଲ’ ସାମ୍ନାକୁ ଆସିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସେମାନଙ୍କର ପ୍ରକୃତ ଚେହେରା ଲୋକଙ୍କ ସାମ୍ନାକୁ ଆସିଥିବା ମୋଦୀ କହିଥିଲେ। ଯୁବପିଢ଼ିଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ ଯେ, ଦେଶର ଉନ୍ନତି ପଛରେ ଥିବା ଚ୍ୟାଲେଞ୍ଜ୍‌ଗୁଡ଼ିକୁ ବୁଝିବା ପାଇଁ ଅତୀତକୁ ଦେଖିବା ଆବଶ୍ୟକ। ୨୦୧୩ର କେଦାରନାଥ ବିପର୍ଯ୍ୟୟର ଉଦାହରଣ ଦେଇ ସେ କହିଥିଲେ, ସେତେବେଳେ ସରକାର ଘଟଣାର ମୁକାବିଲା ନେଇ ବ୍ୟସ୍ତ ହୋଇପଡ଼ିଥିଲା। ସେହିପରି ୨୦୦୮ର ବିଶ୍ୱ ଆର୍ଥିକ ସଙ୍କଟ ସମୟରେ ପୂର୍ବ ସରକାରଙ୍କ ପଦକ୍ଷେପକୁ ମଧ୍ୟ ମୋଦୀ ସମାଲୋଚନା କରିଥିଲେ। ତାଙ୍କ ମତରେ, ସେହି ସମୟରେ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଗୁରୁତର ସଙ୍କଟରେ ପଡ଼ିଥିଲା।

Narendra Modi: ନ୍ୟୁଜିଲାଣ୍ଡ ସରକାରଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନିଜ ସରକାରଙ୍କ ସମୟର ଚ୍ୟାଲେଞ୍ଜ୍‌ଗୁଡ଼ିକ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, କୋଭିଡ୍‌-୧୯ ମହାମାରୀ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ, ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳାରେ ସଙ୍କଟ ଏବଂ ପଶ୍ଚିମ ଏସିଆର ସଙ୍କଟ ଭଳି ଅନେକ ପରିସ୍ଥିତିର ଭାରତ ସାମ୍ନା କରିଛି। ପ୍ରତ୍ୟେକ ସମୟରେ ଭାରତ ଏହି ସଙ୍କଟରୁ ବାହାରି ଆସିଛି ବୋଲି ସେ କହିଥିଲେ। ମୋଦୀ ୨୦୧୩ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ଏସ୍‌ଆର୍‌ସିସି ଯାଇଥିଲେ। ସେତେବେଳେ ତାଙ୍କ ଭାଷଣ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ‘ଏକ୍ସ’ରେ ମୋଦୀଙ୍କ ଭାଷଣକୁ ସମାଲୋଚନା କରି ଯୁବପିଢ଼ି ଓ ଦେଶର ସମସ୍ୟା ଉପରେ ଆଲୋଚନାର ସୁଯୋଗକୁ ପୁଣି ଏକ ରାଜନୈତିକ ଅଭିଯାନରେ ପରିଣତ କରାଯାଇଥିବା କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.