Special Support for OCS Mains Candidates ଓସିଏସ୍‌ ମୁଖ୍ୟ (ଲିଖିତ) ପରୀକ୍ଷାର୍ଥୀଙ୍କ ପାଇଁ ଗଞ୍ଜାମ ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା, ହେଲ୍‌ପଲାଇନ୍‌ ନଂ ଜାରି

2 days ago 4
ARTICLE AD BOX

ଛତ୍ରପୁର:  ଅକ୍ଟୋବର ୩୧ ତଥା ଶନିବାର ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍‌ (ଓସିଏସ୍‌) ମୁଖ୍ୟ (ଲିଖିତ) ପରୀକ୍ଷାକୁ ଦୃଷ୍ଟିରେ ରଖି ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାଜନିତ ପରିସ୍ଥିତି ମଧ୍ୟରେ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରାଯାଇଛି।

Odisha Civil Service: ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାଫଳ ପ୍ରକାଶ: ବୁବୁନ ସାହୁ ଟପର୍‌, ୨୦୦ ପ୍ରାର୍ଥୀ କୃତକାର୍ଯ୍ୟ

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ୨ଟି ପରୀକ୍ଷା କେନ୍ଦ୍ରରେ ୩୦୦ରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରତିକୂଳ ପାଣିପାଗ ଓ ବନ୍ୟା ଯୋଗୁଁ ପରୀକ୍ଷାର୍ଥୀମାନେ ଯେପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ହେଲ୍ପଲାଇନ୍ ବ୍ୟବସ୍ଥା କରାଯାଇଛି।

OCS Prelims Exam: ଓସିଏସ୍‌ ପ୍ରିଲିମ୍‌ସରେ ତଞ୍ଚକତା: ମୋବାଇଲ୍‌ ଓ ଇଅର୍‌ଫୋନ୍‌ ବ୍ୟବହାର, ୪ ଗିରଫ

ଏଥିସହ ଆବଶ୍ୟକତା ଅନୁଯାୟୀ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ଯାତାୟାତ, ରହଣି ଓ ଖାଦ୍ୟ ବ୍ୟବସ୍ଥା କରାଯିବ। ବାତ୍ୟା ଓ ବନ୍ୟା ପରିସ୍ଥିତିରେ ଦୂରଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରଶାସନ ପ୍ରସ୍ତୁତ ରହିଛି। ପରୀକ୍ଷାର୍ଥୀମାନେ ଆବଶ୍ୟକ ସହାୟତା ପାଇଁ ବିକାଶ ସାମଲ (୬୩୫୧୭୫୦୭୫୫), କହ୍ନାଇ ଚରଣ ଗୌଡ଼ (୯୩୩୭୪୫୮୩୩୪) ଓ ସମୀର କୁମାର ଦାଶ (୮୬୫୮୧୧୧୧୧୮୬)ଙ୍କ ସହ ଯୋଗାଯୋଗ କରିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.