ARTICLE AD BOX
ଡଲାସ: ଅପୂର୍ବ ତାଳମେଳ, ଘନ ଘନ ଆକ୍ରମଣ ତଥା ଅସାଧାରଣ ରକ୍ଷଣାତ୍ମକ କୌଶଳର ଅନନ୍ୟ ପରିଚୟ ଦେଇ ସ୍ପେନ୍ ଚଳିତ ଫିଫା ଫୁଟ୍ବଲ୍ ବିଶ୍ବକପ୍ର ଫାଇନାଲ୍ରେ ପ୍ରବେଶ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ ସ୍ପେନ୍ ଅନ୍ୟତମ ଟ୍ରଫି ଦାବିଦାର ତଥା ଶକ୍ତିଶାଳୀ ଫ୍ରାନ୍ସକୁ ଏକତରଫା ଭାବେ ୨-୦ ଗୋଲ୍ରେ ପରାସ୍ତ କରିଛି। ପୂରା ମ୍ୟାଚ୍ରେ ଫ୍ରାନ୍ସ ଆତ୍ମସମର୍ପଣ ମୁଦ୍ରାରେ ରହିବା ପ୍ରଶଂସକଙ୍କୁ ବିସ୍ମିତ କରିଛି। ଅନ୍ୟପକ୍ଷରେ ସ୍ପେନ୍ ସ୍ମରଣୀୟ ପ୍ରଦର୍ଶନ ସହ ଦେଢ଼ ଦଶନ୍ଧିରୁ ଅଧିକ ସମୟ ପରେ ବିଶ୍ବକପ୍ର ଫାଇନାଲ୍କୁ ଯିବାର ପ୍ରତୀକ୍ଷିତ ସ୍ବପ୍ନ ସାକାର କରିଛି।
Murder: ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ: ଜେଲ୍ରୁ ମୁକୁଳିବେ ଦାରା, ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ପାଇଁ ନିର୍ଦ୍ଦେଶ
ଶେଷ ଥର ପାଇଁ ଏହି ଦଳ ୨୦୧୦ରେ ଫାଇନାଲ୍କୁ ଯାଇ ବିଜେତା ହୋଇଥିଲା। ଏଥର ମଧ୍ୟ ସେହି ଲକ୍ଷ୍ୟରେ ରହିଛି। ଐତିହାସିକ ଫାଇନାଲ୍ ପ୍ରବେଶ ପରେ ସ୍ପେନ୍ ଉତ୍ସବ ମୁଖର ହୋଇଛି। ଅନ୍ୟପକ୍ଷରେ ଫ୍ରାନ୍ସ ଲିଗ୍ଠାରୁ ଆରମ୍ଭ କରି ନକ୍ଆଉଟ୍ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିବା ପରେ ସେମିଫାଇନାଲ୍ରେ ସେହି ସଫଳତା ଦୋହରାଇ ନପାରି ଅପ୍ରତ୍ୟାଶିତ ଭାବେ ବିଦାୟ ନେଇଛି। ଫ୍ରାନ୍ସର ତାରକା ଖେଳାଳି କିଲିଆନ୍ ଏମ୍ବାପେଙ୍କ ପୁଣି ଥରେ ବିଶ୍ବବିଜେତା ହେବାର ସ୍ବପ୍ନ ବି ଅଧୁରା ରହିଛି। ଫାଇନାଲ୍ରେ ସ୍ପେନ୍ ବୁଧବାର ଇଂଲଣ୍ଡ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍ର ବିଜେତାକୁ ରବିବାର ଭେଟିବ।
ଆଜିର ଏହି ନାଟକୀୟ ମୁକାବିଲାର ପ୍ରଥମ ୨୦ ମିନିଟ୍ର ଖେଳରେ ଉଭୟ ଦଳ ପରସ୍ପରର ଶକ୍ତି ଓ ରଣନୀତିକୁ ପରଖିଥିଲେ। ତେବେ ସ୍ପେନ୍ ପାଇଁ ସ୍ମରଣୀୟ ମୋଡ଼ ମ୍ୟାଚ୍ର ୨୨ ମିନିଟ୍ରେ ଆସିଥିଲା। ଲୁକାସ ଡିଗ୍ନେ ବକ୍ସ ଭିତରେ ସ୍ପେନ୍ର ୧୯ବର୍ଷୀୟ ଫରୱାର୍ଡ ଲାମିନେ ୟାମଲଙ୍କୁ ଫାଉଲ୍ ମାରିଥିଲେ। ଫଳରେ ରେଫରି ସ୍ପେନ୍କୁ ପେନାଲ୍ଟି ପ୍ରଦାନ କରିଥିଲେ। ଏହି ସୁବର୍ଣ୍ଣ ସୁଯୋଗକୁ ଗୋଲ୍ରେ ରୂପାନ୍ତର କରି ସ୍ପେନ୍କୁ ମାଇକେଲ ଓୟାର୍ଜବଲ୍ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଦ୍ଧର ଅବଶିଷ୍ଟ ୨୩ ମିନିଟ୍ରେ ମଧ୍ୟ ସ୍ପେନ୍ ତା’ର ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା। ଦ୍ବିତୀୟାର୍ଦ୍ଧର ତ୍ରେୟାଦଶ ମିନିଟ୍ରେ ପେଡ୍ରୋ ପୋରୋ ଆଉ ଏକ ସୁନ୍ଦର ଗୋଲ୍ ଦେଇ ସ୍ପେନ୍କୁ ୨-୦ରେ ଆଗୁଆ କରିଥିଲେ। ଫ୍ରାନ୍ସ ଶେଷ ଆଡ଼କୁ ବହୁ ଚେଷ୍ଟା କରିଥିଲେ ବି ଗୋଟିଏ ହେଲେ ବି ଗୋଲ୍ ଦେବାକୁ ସକ୍ଷମ ହୋଇ ନପାରି ପରାଜିତ ହୋଇଥିଲା।
Free education: କେଜିରୁ ପିଜି ମାଗଣା ଶିକ୍ଷା: ବିଦ୍ୟାର୍ଥୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ

2 weeks ago
10


