Space tourism: ସାତ କୋଟି ଟଙ୍କାରେ ମହାକାଶ ପର୍ଯ୍ୟଟନ

23 minutes ago 1
ARTICLE AD BOX

ବିଜ୍ଞାନରେ ଅଗ୍ରଗତି ଯୋଗୁଁ ଏବେ ଦୁନିଆ ଆଉ ଆଗପରି ନାହିଁ। ଲୋକେ ପୃଥିବୀ ଛାଡ଼ି ମହାକାଶ ଓ ବିଭିନ୍ନ ଗ୍ରହ ଏବଂ ଉପଗ୍ରହକୁ ବୁଲିଯିବାକୁ ବାହାରିଲେଣି। ଏହାକୁ ମହାକାଶ ପର୍ଯ୍ୟଟନ କୁହାଯାଉଛି। ମହାକାଶ ପର୍ଯ୍ୟଟନ ପାଇଁ ଚୀନ୍‌ ଏବେ ଛଅଦିନିଆ ମହାକାଶ ପର୍ଯ୍ୟଟନ ପ୍ୟାକେଜ୍‌ ଆରମ୍ଭ କରିଛି। ଚାଇନିଜ୍‌ ଅନ୍‌ଲାଇନ୍‌ ଟ୍ରାଭେଲ୍‌ ପ୍ଲାଟ୍‌ଫର୍ମ ‘ଟ୍ରିପ୍‌ ଡଟ୍‌ କମ୍‌’ରେ ଏହି ପ୍ୟାକେଜ୍‌ ବିକ୍ରି ହେଉଛି। ଏହି ମହାକାଶ ଭ୍ରମଣ ନିମନ୍ତେ ୬.୫ କୋଟିରୁ ୬.୯ କୋଟି ଟଙ୍କା ଦେବାକୁ ପଡ଼ିବ।

Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ 'ହିନ୍ଦୀ ଦିବସ' ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ

ଯଦିଓ ଏହାକୁ ୬ ଦିନିଆ ଟୁରିଜିମ୍‌ ପ୍ୟାକେଜ୍‌ ବୋଲି କୁହାଯାଉଛି, ଏଥିରେ ପର୍ଯ୍ୟଟକମାନେ ୬ ଦିନ ନୁହେଁ ବରଂ ମାତ୍ର ୯୦ ମିନିଟ୍‌ ମହାକାଶରେ ରହିବେ। ବାକି ଦିନଗୁଡ଼ିକରେ ପର୍ଯ୍ୟଟକମାନେ ପ୍ରସ୍ତୁତି, ତାଲିମ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ କଟାଇ‌େବ। ବ୍ୟାବସାୟିକ ମହାକାଶ କମ୍ପାନି ‘ଭର୍ଜିନ୍‌ ଗାଲାକ୍‌ଟିକ୍‌’ ସହଯୋଗରେ ଚୀନ୍‌ ଏହି ଯୋଜନା କରୁଛି। ଯୁକ୍ତରାଷ୍ଟ୍ର ଆମେରିକାର ଲାସ୍‌ କ୍ରୁସିସ୍‌ ସହରରେ ଥିବା ସ୍ପେସ୍‌ପୋର୍ଟ ଆମେରିକାରୁ ପର୍ଯ୍ୟଟକଙ୍କୁ ନେଇ ମହାକାଶଯାନ ମହାଶୂନ୍ୟକୁ ଉଠିବ। ତା’ ପୂର୍ବରୁ ପ୍ରଥମ ୪ଦିନ ପର୍ଯ୍ୟଟକମାନଙ୍କୁ କଡ଼ା ତାଲିମ ଦିଆଯିବ। ୫ମ ଦିନ ଯାତ୍ରୀମାନେ ମହାକାଶକୁ ଯିବେ।

Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର

ମହାକାଶରେ ପର୍ଯ୍ୟଟକମାନେ ଶୂନ୍ୟ ମାଧ୍ୟାକର୍ଷଣ ଅନୁଭବ କରିପାରିେବ। ଯାନରେ ଥିବା ୧୭ଟି ଝରକା ବାଟେ ସେମାନେ ପୃଥିବୀକୁ ଦେଖିପାରିବେ। କିନ୍ତୁ, ଯାନଟି ପୃଥିବୀ ଚାରି‌ପଟେ ସମ୍ପୂର୍ଣ୍ଣ ନ ବୁଲି ପୁଣି ପୃଥିବୀକୁ ଫେରିଆସିବ। ପୃଥିବୀରେ ପହଞ୍ଚିବା ପରେ ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ‘ଆସୋସିଏସନ୍‌ ଅଫ୍‌ ସ୍ପେସ୍ ଏକ୍ସପ୍ଲୋରର୍ସ’ ତରଫରୁ ‘କମର୍ସିଆଲ୍‌ ଆଷ୍ଟ୍ରୋନଟ୍‌’ ସାର୍ଟିଫିକେଟ୍‌ ମିଳିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.