South Africa: ଦକ୍ଷିଣ ଆଫ୍ରିକାରେ ସିରିଜ ଦୁର୍ଘଟଣା: ୨୧ ମୃତ

3 days ago 4
ARTICLE AD BOX

ଦକ୍ଷିଣ ଆଫ୍ରିକାରେ ଦୁଇଟି ମିନିବସ୍‌ ଟାକ୍ସି ଓ ଅନ୍ୟ ଏକ ଗାଡ଼ି ମଧ୍ୟରେ ସିରିଜ ଦୁର୍ଘଟଣା‌ ଯୋଗୁ ଅତିକମ୍‌ରେ ୨୧ ଜଣ ଲୋକଙ୍କର ମୃତ୍ୟୁ ଓ ଅନେକ ଆହତ ‌ହୋଇଛନ୍ତି। କେପ୍‌ ଟାଉନ୍‌ଠାରୁ ୩୮୦ କିମି ପୂର୍ବରେ ଥିବା ପଶ୍ଚିମ କେପ୍‌ ପ୍ରୋଭିନ୍ସର ପ୍ରିନ୍ସ ଆଲବର୍ଟ ଓ ଲିଉ-ଗାମକା ମଧ୍ୟରେ ରବିବାର ରାତିରେ ଦୁଇଟି ମିନିବସ୍‌ ଟ୍ୟାକ୍ସି ମୁହାଁମୁହିଁ ଧକ୍କା ପରେ ଆଉ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା।

 ୨୧ ମୃତ

କେପ୍‌ ଟାଉନ୍: ଦକ୍ଷିଣ ଆଫ୍ରିକାରେ ଦୁଇଟି ମିନିବସ୍‌ ଟାକ୍ସି ଓ ଅନ୍ୟ ଏକ ଗାଡ଼ି ମଧ୍ୟରେ ସିରିଜ ଦୁର୍ଘଟଣା‌ ଯୋଗୁ ଅତିକମ୍‌ରେ ୨୧ ଜଣ ଲୋକଙ୍କର ମୃତ୍ୟୁ ଓ ଅନେକ ଆହତ ‌ହୋଇଛନ୍ତି। କେପ୍‌ ଟାଉନ୍‌ଠାରୁ ୩୮୦ କିମି ପୂର୍ବରେ ଥିବା ପଶ୍ଚିମ କେପ୍‌ ପ୍ରୋଭିନ୍ସର ପ୍ରିନ୍ସ ଆଲବର୍ଟ ଓ ଲିଉ-ଗାମକା ମଧ୍ୟରେ ରବିବାର ରାତିରେ ଦୁଇଟି ମିନିବସ୍‌ ଟ୍ୟାକ୍ସି ମୁହାଁମୁହିଁ ଧକ୍କା ପରେ ଆଉ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଦକ୍ଷିଣ ଆଫ୍ରିକାରେ ହଜାର ହଜାର ଲୋକଙ୍କ ପାଇଁ ମିନିବସ୍‌ ଟ୍ୟାକ୍ସି ସାର୍ବଜନୀନ ପରିବହନର ମାଧ୍ୟମ ହୋଇଥିବାବେଳେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଅନେକ ଲୋକ ମୃତାହତ ହୋଇଥାନ୍ତି। ଜାନୁଆରିରେ ଦୁଇଟି ମିନିବସ୍‌ ଟ୍ୟାକ୍ସି ଦୁର୍ଘଟଣାରେ ୧୪ ଶିଶୁଙ୍କ ସମେତ ୨୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ରବିବାର ରାତିରେ ଦୁର୍ଘଟଣା ପରେ ତିନି ଜଣଙ୍କୁ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। କର୍ତ୍ତୃପକ୍ଷଙ୍କ ଅନୁଯାୟୀ ପ୍ରଥମେ ମିନିବସ୍‌ ଟ୍ୟାକ୍ସି ମଧ୍ୟରେ ଧକ୍କା ହୋଇଥିଲା ଓ ପରେ ଏକ ଏସ୍‌ୟୁଭି ସେମାନଙ୍କୁ ଧକ୍କା ଦେଇଥିଲା।

ଗଣେଶ ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.