SonamWangchuk : ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

2 weeks ago 9
ARTICLE AD BOX

ନୂଆଦିଲ୍ଲୀ: ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନକୁ ନେଇ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଦିଲ୍ଲୀ ପୁଲିସଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟୁଥିବା ଦର୍ଶାଇ ତାଙ୍କୁ ଆବଶ୍ୟକ ଚିକିତ୍ସା ଓ ସୁରକ୍ଷା ଯୋଗାଇବା ସହ ତାଙ୍କ ଅନଶନ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଅଦାଲତଙ୍କୁ ଅନୁରୋଧ କରାଯାଇଛି।

ଆହୁରି ପଢନ୍ତୁ: E20: ଇ-୨୦ ଇନ୍ଧନକୁ ନେଇ ଗଡ଼କରୀଙ୍କ ବିରୋଧରେ ଆପତ୍ତିଜନକ ଭିଡିଓ: ୪ ସୋସିଆଲ ମିଡିଆ ପ୍ରଭାବକଙ୍କ ବିରୋଧରେ ମାମଲା

ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୱାଙ୍ଗଚୁକଙ୍କ ଅନଶନ ଦୀର୍ଘ ଦିନ ଧରି ଚାଲିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଚିନ୍ତାଜନକ ହୋଇପଡ଼ିଛି। ଏପରି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖିବା ଏବଂ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇବା ଦରକାର ବୋଲି ଯୁକ୍ତି ରଖାଯାଇଥିଲା। ଏହା ପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌ ଜାରି କରି ସେମାନଙ୍କ ଅଭିମତ ଦାଖଲ କରିବାକୁ କହିଛନ୍ତି। ଅଦାଲତ କହିଛନ୍ତି, ମାମଲାରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଜବାବ ଆବଶ୍ୟକ। ଜବାବ ମିଳିବା ପରେ ଅଦାଲତ ପରବର୍ତ୍ତୀ ଶୁଣାଣିରେ ଆବଶ୍ୟକ ନିର୍ଦ୍ଦେଶ ଦେବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.