ARTICLE AD BOX
ନୂଆଦିଲ୍ଲୀ: ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ଘର ଭିତରକୁ ବିଭିନ୍ନ ପ୍ରକାରର ପୋକଜୋକ ଏବଂ ବିଷଧର ସାପ ପଶି ଆସିବାର ଆଶଙ୍କା ବହୁତ ବଢ଼ିଯାଏ। ବିଶେଷ କରି ଯେଉଁମାନଙ୍କ ଘର ପାଖରେ ପାର୍କ, ଜଙ୍ଗଲ, ପୋଖରୀ କିମ୍ବା ନାଳ ରହିଛି, ସେମାନଙ୍କ ସମସ୍ୟା ଅଧିକ ଥାଏ। ଏଭଳି ପରିସ୍ଥିତିରେ ଘରୁ ସାପକୁ ଦୂରେଇ ରଖିବା ପାଇଁ କିଛି ସହଜ ଘରୋଇ ଉପାୟ ଏବଂ ଗଛ ବିଷୟରେ ଜାଣିବା ଜରୁରୀ, ଯାହାର ଗନ୍ଧକୁ ସାପ ଆଦୌ ସହ୍ୟ କରିପାରନ୍ତି ନାହିଁ।
ଆହୁରି ପଢନ୍ତୁ :Missing: ଘର ସାମ୍ନାରୁ ନାବାଳକ ନିଖୋଜ
ଏହି ଗଛଗୁଡ଼ିକ ଲଗାଇଲେ ସାପ ଆସିବେ ନାହିଁ:
ରିପୋର୍ଟ ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ଗଛର ଗନ୍ଧକୁ ସାପ ବହୁତ ଘୃଣା କରନ୍ତି। ତେଣୁ ଘରର ବାଲକୋନି, ଅଗଣା କିମ୍ବା ଛାତ ଉପରେ ଏହି ଗଛଗୁଡ଼ିକୁ ଲଗାଇବା ଉଚିତ | ସ୍ନେକ୍ ପ୍ଲାଣ୍ଟ, ଗେଣ୍ଡୁ ଫୁଲ, ଲେମନଗ୍ରାସ୍, ତୁଳସୀ ଏବଂ କ୍ୟାକ୍ଟସ ଗଛ ମଧ୍ୟ ସାପକୁ ଦୂରେଇ ରଖିବାରେ ସାହାଯ୍ୟ କରେ। ସାପମାନେ ସାଧାରଣତଃ ରସୁଣ, ପିଆଜ, ଭିନେଗାର ଏବଂ ପୋଦିନାର ତୀବ୍ର ଗନ୍ଧରୁ ଦୂରରେ ରୁହନ୍ତି।
ଆହୁରି ପଢନ୍ତୁ :NASA ISS Mission: ୧୪ ଜୁଲାଇରେ ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଯାତ୍ରୀ ଅନିଲ ମେନନ୍
ଯଦି ଘରେ ସାପ ପଶିଯାଏ, କ’ଣ କରିବେ?
ଘରେ ସାପ ଦେଖିଲେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଘର ଭିତରେ ଫିନାଇଲ୍ କିମ୍ବା କିରୋସିନି ତେଲ ସ୍ପ୍ରେ କରନ୍ତୁ। ଏହାର ତୀବ୍ର ଗନ୍ଧରେ ସାପ ତୁରନ୍ତ ଘରୁ ବାହାରି ପଳାଇବ।
ଘରର କୌଣସି ଗୋଟିଏ କିମ୍ବା ଦୁଇଟି କବାଟ-ଝରକା ଖୋଲା ରଖନ୍ତୁ ଯେପରି ସାପ ବାହାରକୁ ଯିବାକୁ ବାଟ ପାଇବ।
ଯଦି ସାପଟି ବହୁତ ବଡ଼ କିମ୍ବା ବିଷଧର ହୋଇଥାଏ, ତେବେ ତାହାକୁ ଆଦୌ ଉସୁକାନ୍ତୁ ନାହିଁ। ପରିବାର ଲୋକଙ୍କୁ ସେଠାରୁ ଦୂରେଇ ରଖନ୍ତୁ ଏବଂ ତୁରନ୍ତ ସ୍ନେକ୍ ହେଲ୍ପଲାଇନ କିମ୍ବା ବନ୍ୟଜନ୍ତୁ ବିଶେଷଜ୍ଞଙ୍କୁ ଡାକନ୍ତୁ।
ଘର ଚାରିପାଖ ସଫା ରଖିବା ଜରୁରୀ
ସାପଠାରୁ ରକ୍ଷା ପାଇବା ପାଇଁ ଘରର ଆଖପାଖ ସଫାସୁତୁରା ରଖନ୍ତୁ, ଝାଟିମାଟି ଓ ଅନାବନା ଗଛ କାଟି ଦିଅନ୍ତୁ। ଘରେ ଯେପରି ମୂଷା ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ, କାରଣ ମୂଷା ଖାଇବା ପାଇଁ ହିଁ ସାପ ଘର ଭିତରକୁ ଆସିଥାନ୍ତି। ଏହା ସହିତ କବାଟ ଓ ଝରକାରେ ଥିବା ଫାଟଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ।

3 weeks ago
13


