Extra Coaches for Festive Rush ପାର୍ବଣ ପାଇଁ ୪ଟି ଟ୍ରେନ୍‌ରେ ଅତିରିକ୍ତ କୋଚ୍‌ ସଂଯୋଗ

59 minutes ago 1
ARTICLE AD BOX

ଭୁବନେଶ୍ବର:  ପାର୍ବଣ ଋତୁରେ ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦାକୁ ନଜରରେ ରଖି ସମ୍ବଲପୁର-ସାନ୍ତ୍ରାଗାଛି ମଧ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ଅବଧି ବୃଦ୍ଧି କରାଯାଇଛି। ଏଥିସହ ନଭେମ୍ବରରେ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ୪ଟି ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଅତିରିକ୍ତ ଏସି ୩-ଟାୟାର କୋଚ୍‌ ସଂଯୋଗ ହେବ। 

Sambalpur Railway Divisional Committee ସମ୍ବଲପୁର ରେଳ ମଣ୍ଡଳ ସାଂସଦଙ୍କ ଡିଭିଜନାଲ କମିଟି ବୈଠକ: ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଅଧ୍ୟକ୍ଷ ମନୋନୀତ
ସମ୍ବଲପୁର-ସାନ୍ତ୍ରାଗାଚ୍ଛି ସ୍ୱତନ୍ତ୍ର ଟ୍ରେନ୍(୦୮୩୦୩) ନଭେମ୍ବର ୪ରୁ ୧୮ ପର୍ଯ୍ୟନ୍ତ ପ୍ରତି ବୁଧବାର ଏବଂ ସାନ୍ତ୍ରାଗାଚ୍ଛି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍‌(୦୮୩୦୪) ନଭେମ୍ବର ୫ରୁ ୧୯ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ। ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ଏବଂ ଅତିରିକ୍ତ ଯାତ୍ରୀ ଭିଡ଼ ହ୍ରାସ କରିବାକୁ ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍(୨୦୮୧୭) ନଭେମ୍ବର ୭ରେ, ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍(୨୦୮୧୮) ନଭେମ୍ବର ୮ରେ, ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍(୨୨୮୨୩) ନଭେମ୍ବର ୧୦ରେ ଓ ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍(୨୨୮୨୪) ନଭେମ୍ବର ୧୧ରେ ଅତିରିକ୍ତ ଏସି ୩-ଟାୟାର କୋଚ୍‌ ସହ ଚାଲିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.