SpiceJet Passenger: ରନ୍‌ୱେରେ ଧାରଣା ଦେଲେ ଯାତ୍ରୀ, ବିମାନ ସାମ୍ନାରେ ବସି କଲେ ରାତ୍ରିଭୋଜନ

57 minutes ago 2
ARTICLE AD BOX

ଆପଣ ରେଳ ଷ୍ଟେସନ, ଥାନା କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଲୋକଙ୍କୁ ଧାରଣା ଦେଉଥିବା ଦେଖିଥିବେ। କିନ୍ତୁ ବିମାନବନ୍ଦରର ରନ୍‌ୱେରେ ବିମାନ ସାମ୍ନାରେ ଧାରଣା ଦେଉଥିବା ଦୃଶ୍ୟ କେବେ ଦେଖିଛନ୍ତି କି? ସୋସିଆଲ ମିଡିଆରେ ଏବେ ଏଭଳି ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି। ବିମାନ ଉଡ଼ାଣ ବାତିଲ ହେବାରୁ ଯାତ୍ରୀମାନେ ଏତେ ରାଗିଯାଇଥିଲେ ଯେ, ସେମାନେ ରନ୍‌ୱେରେ ହିଁ ଧାରଣା ଦେବାକୁ ବସିପଡ଼ିଥିଲେ। ଫଳରେ ବିମାନବନ୍ଦରର ରନ୍‌ୱେ ରେଳ ଷ୍ଟେସନର ପ୍ଲାଟଫର୍ମ ଭଳି ଦେଖାଯାଉଥିଲା। ଯାତ୍ରୀମାନେ ତଳେ ବସି ରାତ୍ରିଭୋଜନ କରୁଥିବା ଦୃଶ୍ୟ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ବିମାନ ବାତିଲ ହେବାରୁ ରନ୍‌ୱେରେ ଧାରଣା ଦେଲେ ଯାତ୍ରୀ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଶେଷ ମୁହୂର୍ତ୍ତରେ ବିମାନ ଉଡ଼ାଣ ବାତିଲ ହୋଇଯିବାରୁ ଯାତ୍ରୀମାନେ ଭୀଷଣ ଅସନ୍ତୋଷ ପ୍ରକାଶ କରିଥିଲେ। ଭିଡିଓରେ ଯାତ୍ରୀମାନେ ବିମାନରୁ ଓହ୍ଲାଇ ରନ୍‌ୱେକୁ ଯାଇ ସେଠାରେ ଧାରଣାରେ ବସିଥିବା ଦେଖାଯାଉଛି। ରନ୍‌ୱେରେ ଯାତ୍ରୀଙ୍କ ଭିଡ଼ ଜମିଥିବା ବେଳେ କେହି ଶୋଇଛନ୍ତି, କେହି ବସିଛନ୍ତି ତ ଆଉ କେହି ଖାଇପିଇ ସମୟ କାଟୁଛନ୍ତି। କିଛି ଯାତ୍ରୀ ବିମାନବନ୍ଦରର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଆଉ କିଛି ଯାତ୍ରୀ ବିମାନ ବାତିଲ ହେବାରୁ ରାଗିଯାଇ କର୍ମଚାରୀଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି।

ବିମାନ ବାତିଲ ହେବାର କାରଣ କ’ଣ ଥିଲା?

ନଭେମ୍ବର ୧ ତାରିଖରେ ମୁମ୍ବାଇରୁ ଗୋରଖପୁର ଯାଉଥିବା ସ୍ପାଇସଜେଟ୍‌ର ବିମାନ ଏସଜି୫୫୩ ବାତିଲ କରାଯାଇଥିଲା। ଗୋରଖପୁର ବିମାନବନ୍ଦରରେ ନିର୍ଦ୍ଧାରିତ ଉଡ଼ାଣ ସମୟ ଶେଷ ହେବା ପରେ ବିମାନ ଚଳାଚଳକୁ ଅନୁମତି ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା।

ଗୋରଖପୁର ଏକ ପ୍ରତିରକ୍ଷା ବିମାନବନ୍ଦର ହୋଇଥିବାରୁ ରାତି ୯ଟା ପରେ ଉଡ଼ାଣ ସମୟ ବୃଦ୍ଧି କରିବା ସମ୍ଭବ ନଥିଲା। ନଭେମ୍ବର ୧ରେ ବିମାନ ବାତିଲ ହେବାରୁ ଅଟକି ରହିଥିବା ଯାତ୍ରୀଙ୍କ ସୁବିଧା ପାଇଁ ନଭେମ୍ବର ୨ ତାରିଖରେ ଅତିରିକ୍ତ ବାଣିଜ୍ୟିକ ବିମାନ ଏସଜି୯୫୫୩ର ବ୍ୟବସ୍ଥା କରାଯାଇଥିଲା।

ୟୁଜର୍ସ କହିଲେ, ଯାତ୍ରୀମାନେ ବି କମ୍ ନୁହନ୍ତି!

ଏହି ଭିଡିଓକୁ ‘vijaylakshmimallya3’ ନାମକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ସେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିଥିବା ବେଳେ ଅନେକ ଲାଇକ୍‌ ମଧ୍ୟ ମିଳିଛି। ଭିଡିଓକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି।

ଓଡ଼ିଶା ଉପକୂଳରେ ସଫଳତା; ନିର୍ଦ୍ଦିଷ୍ଟ କୃତ୍ରିମ ଲକ୍ଷ୍ୟକୁ ସଠିକ୍ ଭାବେ ଧ୍ୱଂସ କଲା ଅତ୍ୟାଧୁନିକ କ୍ଷେପଣାସ୍ତ୍ର

Read Entire Article
LEFT SIDEBAR AD

Hidden in mobile, Best for skyscrapers.