ARTICLE AD BOX
ମାଲକାନଗିରି: ଚିତ୍ରକୋଣ୍ଡାରେ ଥିବା ଆର୍ସିଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଇଣ୍ଡିଆ କମ୍ପାନୀର ସ୍ଲରି ପାଇପ୍ଲାଇନ୍ ଫାଟି ଯାଇଛି। ପାଇପ୍ରୁ ଉଚ୍ଚଚାପର ପାଣି ଓ ଲୁହାଗୁଣ୍ଡ ମିଶ୍ରଣ ରାସ୍ତା ଓ ଆଖପାଖ ଅଞ୍ଚଳରେ ବିଛେଇ ପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅଛନ୍ତି।
ସୂଚନାନୁସାରେ, ଚିତ୍ରକୋଣ୍ଡା ବୁଷ୍ଟିଂ ସେଣ୍ଟର ନିକଟସ୍ଥ ପାବିଲିଗୁଡ଼ା ଗ୍ରାମ ନିକଟରେ ପାଇପ୍ ଫାଟି ଯାଇଛି। କମ୍ପାନୀର ଭାରପ୍ରାପ୍ତ ଅଧିକାରିକ ତଥ୍ୟ ଅନୁସାରେ, କିରଣ୍ଡୁଲରୁ ବିଶାଖାପାଟଣମ ପର୍ଯ୍ୟନ୍ତ ଲୁହା ଗୁଣ୍ଡକୁ ସ୍ଲରି ପାଇପ୍ରେ ପାଇପ୍ଲାଇନ୍ ଯୋଗେ ପରିବହନ କରାଯାଏ। ଏହି ପାଇପ୍ଲାଇନ୍ ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ଯାଇଛି।
Malkangiri: ମାଲକାନଗିରିକୁ ଉଡ଼ିବ ବିମାନ: ଜୁଲାଇ ୨୨ରେ ଟ୍ରାଏଲ ରନ୍
ପାଇପ୍ ଫାଟିବା ପରେ ଘଟଣାସ୍ଥଳ ଦେଇ ଯାତାୟାତ କରୁଥିବା ଲୋକଙ୍କ ଆଖିରେ ଜଳାପୋଡ଼ା ଓ ନିଶ୍ୱାସ ନେବା କଷ୍ଟ କର୍ ଏଥିସହ ପାଇପ୍ରୁ ବାହାରିଥିବା ପଦାର୍ଥ ଚାଷଜମିରେ ପଡ଼ିଥିବାରୁ ଫସଲ ଓ ମାଟି ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥିବା ଆଶଙ୍କା କରାଯାଉଛି। ଅପରପକ୍ଷରେ, ଘଟଣାସ୍ଥଳରେ କମ୍ପାନୀ ପକ୍ଷରୁ ମରାମତି ଓ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି, ଚାଷଜମି ନଷ୍ଟର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

2 weeks ago
8


