ARTICLE AD BOX
ମୁମ୍ବାଇ:ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ହୋଇଥିବା ଦାନ ହେରଫେର ଅଭିଯୋଗକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେଉଥିବାବେଳେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତ ୫ ବର୍ଷ ମଧ୍ୟରେ ମନ୍ଦିରକୁ ମିଳିଥିବା ନଗଦ ଦାନ, ସୁନା-ରୂପା ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ଏକ ସ୍ୱତନ୍ତ୍ର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଡିଟ୍ କରି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସୀମ ଗୁପ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି।
ମନ୍ଦିରର ସୁନାମ ନଷ୍ଟ କରିବାକୁ ଚକ୍ରାନ୍ତ: ଟ୍ରଷ୍ଟର ଅଧ୍ୟକ୍ଷ
ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ସିଦ୍ଧିବିନାୟକ ମନ୍ଦିରରେ ବାର୍ଷିକ ପ୍ରାୟ ୧୮ କୋଟି ଟଙ୍କାର ଦାନ ଚୋରି ହେଉଥିବା ଅଭିଯୋଗ ଆଣିଥିଲେ। ମନ୍ଦିରର ଟ୍ରଷ୍ଟିମାନଙ୍କ ଏକ ଚିଠିର ଆଧାର ଦେଖାଇ ସେ କହିଥିଲେ ଯେ, ଚୋରି ଧରାପଡ଼ିବା ପୂର୍ବରୁ ସାପ୍ତାହିକ ଆଦାୟ ୫୦ ଲକ୍ଷ ଟଙ୍କାରୁ କମ୍ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ତାହା ୧.୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟପଟେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ସଦା ସରବଣକର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ମନ୍ଦିରର ସୁନାମ ନଷ୍ଟ କରିବାକୁ ଚକ୍ରାନ୍ତ କରାଯାଉଥିବା କହିଛନ୍ତି।
Israel: ହମାସ ଅସ୍ତ୍ର ସମର୍ପଣ ନକରିବା ପର୍ଯ୍ୟନ୍ତ ଆମେ ପଛକୁ ହଟିବୁ ନାହିଁ: ପୁଣି ସର୍ତ୍ତ ରଖିଲା ଇସ୍ରାଏଲ
ସେ କହିଛନ୍ତି ଯେ, ସେ ନିଜେ ଦୁର୍ନୀତି ନିବାରଣ ବ୍ୟୁରୋରେ ଅଭିଯୋଗ କରିଥିଲେ, ଯାହା ଫଳରେ ମୁଖ୍ୟ ଅଭିଯୁକ୍ତ ରାଜନ ପେଣ୍ଡୁଲକର ଏବଂ ତାଙ୍କର ୯ ଜଣ ସହଯୋଗୀ ଗିରଫ ହୋଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ପ୍ରାୟ ୪୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ସିଦ୍ଧିବିନାୟକ ମନ୍ଦିର ୧୮୨ କୋଟି ଟଙ୍କାର ରାଜସ୍ୱ ରେକର୍ଡ କରିଛି।

1 day ago
2


