ShravanMonth: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,  ଲିଙ୍ଗରାଜରେ ଲମ୍ବା ଲାଇନ୍‌

13 hours ago 1
ARTICLE AD BOX

ଭୁବନେଶ୍ବର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଭଗବାନ ଶିବଙ୍କ କୃପା ପାଇବା ପାଇଁ ଅନେକ ଭକ୍ତ ଆଜି ବ୍ରତ ରଖିଛନ୍ତି । ବିଭିନ୍ନ ଶିବାଳୟରେ କାଉଡ଼ିଆ ମାନଙ୍କ ଭିଡ ଦେଖିବାକୁ ମିଳିଛି। ହରିଶଙ୍କରଠାରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ବୋଲ୍‌ବମ୍ ଧ୍ବନିରେ ହରିଶଙ୍କର ପୀଠ କମ୍ପିଥିଲା। ସେହିପରି ଶ୍ରାବଣ ମାସ ପ୍ରଥମ ସୋମବାରରେ କାଉଡ଼ିଆ ମାନେ ଜଳ ଲଗେଇବା ପାଇଁ ଲିଙ୍ଗରାଜ ମନ୍ଦିର ରେ ଲମ୍ବା ଲାଇନ୍ ଲଗାଇଛନ୍ତି । 

ଅଧିକ ପଢନ୍ତୁ:  Fire: ଇଣ୍ଡୋନେସିଆ ଫେରି ଅଗ୍ନିକାଣ୍ଡ: ୫ମୃତ, ୪୧ନିଖୋଜ

 ତେବେ ଶ୍ରାବଣ ସୋମବାର ବ୍ରତରେ ଖାଇବେ କଣ ? ଆସନ୍ତୁ ଜାଣିବା  ।  ତାଜା ଓ ଋତୁକାଳୀନ ଫଳ ଖାଇବାକୁ ବେଶ୍‌ ଉପକାରୀ ବୋଲି ଧରାଯାଏ। କଦଳୀ, ସେଓ, ଡାଳିମ୍ବ, ନାସପାତି ଏବଂ ମୌସୁମୀ ଭଳି ଫଳ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ଶକ୍ତି ଯୋଗାଇଥାଏ। ଏହା ସହିତ ଫଳରେ ଥିବା ଫାଇବର୍ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରି ରଖିଥାଏ ।ବ୍ରତ ସମୟରେ ସାବୁଦାନାର ବିଭିନ୍ନ ପଦାର୍ଥ ଖାଇପାରିବେ। ସାବୁଦାନା ଖେଚୁଡ଼ି, ସାବୁଦାନା ବଡ଼ା କିମ୍ବା ସାବୁଦାନା ଖିରି ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ସେହିପରି କୁଟୁ କିମ୍ବା ସିଙ୍ଘଡ଼ା ଅଟାର ରୁଟି, ପୁରି ଓ ଚକୁଳି ମଧ୍ୟ ଫଳାହାର ଭାବେ ଖାଇପାରିବେ।ବ୍ରତ ସମୟରେ ପ୍ରଚୁର ପରିମାଣରେ ପାଣି, ନଡ଼ିଆ ପାଣି ଓ ଲେମ୍ବୁ ପାଣି ପିଇବା ଉଚିତ୍। ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଦୁର୍ବଳତାକୁ ଦୂର କରିଥାଏ। ଅତ୍ୟଧିକ ତେଲିଆ ଓ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଭଲ। ତେଣୁ ଶ୍ରାବଣ ସୋମବାର ବ୍ରତରେ କେବଳ ଭୋକିଲା ରହିବା ନୁହେଁ, ବରଂ ସଠିକ୍ ଫଳାହାର ଗ୍ରହଣ କରି ଶରୀରକୁ ସୁସ୍ଥ ରଖିବା ମଧ୍ୟ ଜରୁରୀ। ଏହା ଦ୍ୱାରା ଭକ୍ତିଭାବ ସହିତ ଦିନସାରା ଉର୍ଜା ବଜାୟ ରହିଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.