Shravan First Monday: ଶ୍ରାବଣ ପ୍ରଥମ ସୋମବାରରେ ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

1 month ago 10
ARTICLE AD BOX

ବୈପାରିଗୁଡା(ଅମରେନ୍ଦ୍ର ପରିଚ୍ଛା): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନ ଏବଂ ପଡ଼ୋଶୀ ରାଜ୍ୟରୁ ଆସିଥିବା ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଭକ୍ତ ବାବା ଗୁପ୍ତେଶ୍ୱରଙ୍କ ନିକଟରେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି।

ସୁରକ୍ଷା ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ଭୋର ସମୟରୁ ଭକ୍ତମାନଙ୍କ ଭିଡ଼ ଆରମ୍ଭ ହୋଇଥିଲା। ଜଳାଭିଷେକ ପାଇଁ ମନ୍ଦିର ବାହାରେ ପ୍ରାୟ ଅଧ କିଲୋମିଟର ଲମ୍ବା ଧାଡ଼ି ଲାଗିଥିଲା। "ହର ହର ମହାଦେବ" ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ରହି ବାବାଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଅପେକ୍ଷା କରିଛନ୍ତି। ଭକ୍ତଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Accident: ବାଇକ୍‌କୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ୍; ଦୁଇ ବାଇକ୍ ଆରୋହୀ ଗୁରୁତର, ୫ ଆହତ

ତିନି ପ୍ଲାଟୁନ୍ ପୁଲିସ ବାହିନୀ, ଦେବୋତ୍ତର ବିଭାଗ, ଜୟପୁର ଉପଜିଲ୍ଲାପାଳ, ବୈପାରିଗୁଡା ତହସିଲଦାର, ବୈପାରିଗୁଡା ପୁଲିସ, ସ୍ୱେଚ୍ଛାସେବୀ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଭିଡ଼ ନିୟନ୍ତ୍ରଣ ସହ ଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଛନ୍ତି। ସାରାଦିନ ଭକ୍ତଙ୍କ ଭିଡ଼ ଜାରି ରହିଥିବା ବେଳେ ରାତି ୧୨ଟାରୁ ଶାନ୍ତିଶୃଙ୍ଖଳାର ସହ ଜଳାଭିଷେକ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.