Shivpuri: ୧୦ ଦିନରେ ଗୋଟିଏ ପରିବାରର ୪ ଶିଶୁଙ୍କ ମୃତ୍ୟୁ

2 weeks ago 7
ARTICLE AD BOX

ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ସଇସପୁରା ଅଞ୍ଚଳରେ ଶୋକକୂଳ ପରିବେଶ।  ମାତ୍ର ୧୦ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଭାଇଙ୍କ ସମେତ ୪ ଜଣ ଶିଶୁଙ୍କ ସନ୍ଦିଗ୍ଧ ରୋଗରେ ମୃତ୍ୟୁ ଘଟିଛି। ସମସ୍ତଙ୍କଠାରେ ପ୍ରାୟ ସମାନ ଲକ୍ଷଣ ଦେଖାଯାଇଥିଲା। ପ୍ରବଳ ଜ୍ୱର, ପେଟରେ ଅସହ୍ୟ ଯନ୍ତ୍ରଣା, ବାନ୍ତି-ଝାଡ଼ା ସହ ଧୀରେ ଧୀରେ ଶରୀରର ଏକାଧିକ ଅଙ୍ଗ ଅକାମୀ ହୋଇଯିବା ଭଳି ଲକ୍ଷଣ ଦେଖା ଦେଇଥିଲା। ପ୍ରାଥମିକ ପରୀକ୍ଷାରୁ  ମୃତ ଶିଶୁମାନଙ୍କ ମଧ୍ୟରୁ କେହି ହେଲେ ମ୍ୟାଲେରିଆ, ଡେଙ୍ଗୁ କିମ୍ବା କୋଭିଡରେ ଆକ୍ରାନ୍ତ ନଥିଲେ। ଏହା ସତ୍ତ୍ବେ ବି ହଠାତ ଶିଶୁମାନଙ୍କ ମୃତ୍ୟୁ କାହିଁକି ହେଲା ଏବେ ବି ତାହା ରହସ୍ୟ ହୋଇ ରହିଛି।

ସୂଚନାଯୋଗ୍ୟ,  ପ୍ରଥମେ ୧୪ ବର୍ଷୀୟ ତାହିର ଖାନଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମାମୁଁଙ୍କ ୧୯ ବର୍ଷୀୟ ପୁଅ ଅୟାଜଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ପରିବାରର ଅନ୍ୟ ଦୁଇ ଶିଶୁ ତାରୁଫ୍ (୧୧) ଓ ତାସିଫ୍ (୯) ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।

ତଦନ୍ତ ଆରମ୍ଭ କଲା ସ୍ୱାସ୍ଥ୍ୟ ବିଭାଗ

ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରୀଡ଼ିତ ପରିବାରକୁ ନଜରରେ ରଖିଛି। ଅଞ୍ଚଳରେ ସର୍ଭେ ଓ ପରୀକ୍ଷା ଆରମ୍ଭ କରାଯାଇଛି। ଡେଙ୍ଗୁ ଲାର୍ଭା ସର୍ଭେରେ ମଧ୍ୟ ଏପର୍ଯ୍ୟନ୍ତ ଲାର୍ଭା ମିଳିନାହିଁ। ଅନ୍ୟ ଲୋକଙ୍କ ମଧ୍ୟରେ ଏଭଳି ଲକ୍ଷଣ ନଥିବାରୁ ବ୍ୟାପକ ସଂକ୍ରମଣର ଆଶଙ୍କା କମ୍ ଥିବା ଅଧିକାରୀମାନେ କହିଛନ୍ତି। ମୃତ ଶିଶୁମାନଙ୍କ ଚିକିତ୍ସା ସମ୍ପର୍କିତ ରିପୋର୍ଟ ଓ କେସ୍ ହିଷ୍ଟ୍ରି ସଂଗ୍ରହ କରାଯାଉଛି। ଏହି ରିପୋର୍ଟକୁ ବିଶେଷଜ୍ଞମାନେ ଯାଞ୍ଚ କରିବା ସହ ଘଟଣାର ପ୍ରକୃତ କାରଣ ଖୋଜୁଛନ୍ତି। ମାମଲାର ସମ୍ପୂର୍ଣ୍ଣ ରିପୋର୍ଟ ଭୋପାଳସ୍ଥିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ପଠାଯାଇଛି।

ବିସିସିଆଇର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଆଟର୍ଣ୍ଣି ଜେନେରାଲ ଏବଂ ସଲିସିଟର ଜେନେରାଲ ସାମିଲ ହେବେ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.