Shiv Sena Protest: ଶିବସେନା ୟୁବିଟି ନେତାଙ୍କ ନିଆରା ପ୍ରତିବାଦ: ବୁଲା କୁକୁରଙ୍କୁ ବସ୍ତାରେ ଆଣି ଅଧିକାରୀଙ୍କ ଟେବୁଲ ଉପରେ ଛାଡ଼ିଲେ

14 hours ago 2
ARTICLE AD BOX

ନାସିକ: ମହାରାଷ୍ଟ୍ରର ନାସିକରେ ବୁଲା କୁକୁରଙ୍କ ଆତଙ୍କ ଜାରି ରହିଛି। ଏନେଇ ପ୍ରଶାସନ ନିରବ ରହିଥିବାରୁ ଶିବସେନା ନେତାମାନେ ନିଆରା ପ୍ରତିବାଦ କରିଛନ୍ତି। ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଦେଖି ନଗର ପଞ୍ଚାୟତ କାର୍ଯ୍ୟାଳୟରେ ଏହି ପ୍ରତିବାଦ କରାଯାଇଛି। ସେମାନେ କୁକୁରଙ୍କୁ ବସ୍ତାରେ ଆଣି ଅଧିକାରୀଙ୍କ ଟେବୁଲ ଉପରେ ଛାଡ଼ି ଦେଇଛନ୍ତି। ପ୍ରତିବାଦ କରୁଥିବା ଶିବସେନା ୟୁବିଟି ନେତାମାନେ ଏଭଳି କରି ଅଧିକାରୀଙ୍କୁ ନୋଟ୍ ମାଳ ପିନ୍ଧାଇଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନାସିକର ନିଫାଡରେ ବୁଲା କୁକୁର ଆତଙ୍କ ସୃଷ୍ଟି କରୁଥିବା ରିପୋର୍ଟ ହୋଇଛି। କୁକୁର ଅନେକ ଛୋଟ ପିଲା ଏବଂ ନାଗରିକଙ୍କୁ କାମୁଡ଼ି ଗୁରୁତର ଆହତ କରିଛନ୍ତି। ପୌର ପରିଷଦ ପ୍ରଶାସନ ବୁଲା କୁକୁରଙ୍କ ଆତଙ୍କକୁ ଦୂର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରିଆସୁଛନ୍ତି। କିନ୍ତୁ ପ୍ରଶାସନର ନୀତି ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି।

ପ୍ରଶାସନ ବିରୋଧରେ ଅବହେଳା ଅଭିଯୋଗ

ପ୍ରଶାସନ ବିରୋଧରେ ଅବହେଳାର ଅଭିଯୋଗ ଆଣି, ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଯୁବ ସେନା ଜିଲ୍ଲା ମୁଖ୍ୟ ବିକ୍ରମ ରାନ୍ଧଭେ ଏବଂ ତାଙ୍କ ସ୍ତ୍ରୀ କର୍ପୋରେଟର ରୂପାଲି ରାନ୍ଧଭେ ସ୍ଥାନୀୟ ବାସିନ୍ଦଙ୍କ ସହ ମିଶି ଏହି ପ୍ରତିବାଦ କରିଥିଲେ। ସେମାନେ ମୁଖ୍ୟ ଅଧିକାରୀ (ସିଓ)ଧୀରଜ ଭାମରେଙ୍କ କ୍ୟାବିନ ଟେବୁଲ ଉପରେ ସିଧାସଳଖ ବୁଲା କୁକୁରଙ୍କୁ ଛାଡି ଦେଇଥିଲେ।ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ, ବୁଲା କୁକୁର ନାଗରିକଙ୍କ ପାଇଁ ଘାତକ ସାଜିଥିବା ବେଳେ, ମୁଖ୍ୟ ଅଧିକାରୀ ଟେଣ୍ଡର ପ୍ରକ୍ରିୟାରେ ବ୍ୟସ୍ତ ଅଛନ୍ତି।

Road Accident: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ କାର୍ ଧକ୍କାରେ ୨ ନିର୍ମାଣ ଶ୍ରମିକ ମୃତ, ୨ ଗୁରୁତର

ରାନ୍ଧଭେ ଦମ୍ପତି ମୁଖ୍ୟ ଅଧିକାରୀ ଏବଂ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଥିଲେ, ଯାହା ଫଳରେ କିଛି ସମୟ ପାଇଁ କାର୍ଯ୍ୟାଳୟରେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ସେମାନେ ଚେତାବନୀ ଦେଇଥିଲେ, ଯେହେତୁ ଗଣେଶୋତ୍ସବ, ନବରାତ୍ରି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆଗକୁ ପାଳିତ ହେବ, ତେଣୁ ବୁଲା କୁକୁରଙ୍କ ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବା ଉଚିତ୍।

Read Entire Article
LEFT SIDEBAR AD

Hidden in mobile, Best for skyscrapers.