ARTICLE AD BOX
ନୂଆଦିଲ୍ଲୀ : ପାକିସ୍ତାନରୁ ପରିଚାଳିତ ‘ଶହଜାଦ ଭଟ୍ଟି ନେଟୱର୍କ’କୁ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ଅଧୀନରେ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି । ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଘୋଷଣା କରିଛି । ମନ୍ତ୍ରଣାଳୟ ଅନୁସାରେ, ଶହଜାଦ ଭଟ୍ଟି ନେଟୱର୍କ ବା ଏସ୍ବିଏନ୍ ସୀମାପାରରୁ ଅସ୍ତ୍ର, ବିସ୍ଫୋରକ ଓ ନିଶାଦ୍ରବ୍ୟ ଚୋରାଚାଲାଣ ସହ ଜଡ଼ିତ ଥିବା ଅଭିଯୋଗ ରହିଛି । ଏହି ନେଟୱର୍କ ଯୁବକ ଓ ଛୋଟମୋଟ ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କୁ ଆତଙ୍କବାଦ ଦିଗରେ ପ୍ରେରିତ କରୁଥିବା ମଧ୍ୟ ମନ୍ତ୍ରଣାଳୟ କହିଛି ।
Undertrial Prisoner’s Death ମାଲକାନଗିରିଜିଲ୍ଲା କାରାଗାରରେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ମନ୍ତ୍ରଣାଳୟର ଅଭିଯୋଗ ଅନୁସାରେ, ଏହି ନେଟୱର୍କ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ପ୍ରଦାୟିକ ସଦ୍ଭାବ ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଇବା ଭଳି କାର୍ଯ୍ୟରେ ଜଡ଼ିତ ଥିଲା । ଡିଜିଟାଲ୍ ମାଧ୍ୟମରେ ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ସାମଗ୍ରୀ ପ୍ରସାର କରାଯାଉଥିବା ମଧ୍ୟ ମନ୍ତ୍ରଣାଳୟ କହିଛି । ଏହା ପୂର୍ବରୁ ସ୍ବାଧୀନତା ଦିବସ ପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ନେଟୱର୍କ ବିରୋଧରେ ୧୪ଟି ରାଜ୍ୟରେ ଏକକାଳୀନ ବ୍ୟାପକ ଅଭିଯାନ ଚଳାଇଥିଲେ । ସେହି କାର୍ଯ୍ୟାନୁଷ୍ଠାନରେ ନେଟୱର୍କ ସହ ଜଡ଼ିତ ୨୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଗୃହ ମନ୍ତ୍ରଣାଳୟ କହିଛି ।
ଏହି ମାମଲାଗୁଡ଼ିକରେ ୮୦ରୁ ଅଧିକ ଏଫ୍ଆଇଆର୍ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କୁହାଯାଇଛି ଯେ, ଆତଙ୍କବାଦ ପ୍ରତି କଠୋର ନୀତିକୁ ଆଗକୁ ବଢ଼ାଇ ଏହି ନେଟୱର୍କକୁ ୟୁଏପିଏ ଅଧୀନରେ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି ।

1 day ago
1


