Seva Sankalp campaign ‘ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନ କରନ୍ତୁ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

4 days ago 6
ARTICLE AD BOX

ଭୁବନେଶ୍ୱର:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରୁ ପ୍ରେରଣା ନେଇ ଦେଶବ୍ୟାପୀ ଭାବେ ଆରମ୍ଭ ହେଉଥିବା ‘ସେବା ସଂକଳ୍ପ ଅଭିଯାନ’କୁ ଓଡ଼ିଶାରେ ଏକ ବ୍ୟାପକ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣ ଚନ୍ଦ୍ର ମହାପାତ୍ର ଆହ୍ୱାନ ଦେଇଛନ୍ତି ।

CAG: ପିଇବା ପାଣିରେ ଜୀବାଣୁ, ଦୁର୍ଗନ୍ଧମୟ ଶୌଚାଳୟ: ପ୍ରମୁଖ ରେଳ ଷ୍ଟେସନର ସ୍ବଚ୍ଛତା ଓ ଯାତ୍ରୀ ସୁବିଧାକୁ ନେଇ ସିଏଜି ରିପୋର୍ଟରେ ସାଂଘାତିକ ତଥ୍ୟ

ଅଭିଯାନ ସମ୍ପର୍କରେ ସୂଚନା ଦେଇ ଡଃ ମହାପାତ୍ର କହିଛନ୍ତି, ସେବା ସଂକଳ୍ପ ଅଭିଯାନର ଲକ୍ଷ୍ୟ ହେଉଛି ସମାଜର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜନସେବା ସହ ଯୋଡ଼ିବା । ରାଜନୀତି କେବଳ ନିର୍ବାଚନକୁ କେନ୍ଦ୍ର କରି ନୁହେଁ, ବରଂ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଓ ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ଜନସେବା।

Highcourt: ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା ଉଲ୍ଲଂଘନ ଅଭିଯୋଗ, ହାଇକୋର୍ଟଙ୍କ ଜବାବ ତଲବ

ଅଭିଯାନର ରୂପରେଖ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏହି ଅଭିଯାନକୁ ସାଂଗଠନିକ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ନିଆଯିବ। ଜନଜାତି ସମାଜ, ମହିଳା, ଚାଷୀ, ଯୁବକ, ଗରିବ ଓ ବଞ୍ଚିତ ବର୍ଗଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଶୁଣି ସମାଧାନରେ ସହଯୋଗ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ରହିବ । ଅଭିଯାନ ଅବସରରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଶ୍ରମଦାନ,  ବୃକ୍ଷରୋପଣ, ଜନସଚେତନତା ଓ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେବା କେବଳ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୀମିତ ନରହି ସାଧାରଣ ନାଗରିକଙ୍କୁ ମଧ୍ୟ ଏହାର ସକ୍ରିୟ ଅଂଶୀଦାର କରିବାକୁ ଉଦ୍ୟମ କରାଯିବ  ବୋଲି ମନ୍ତ୍ରୀ କହିଛନ୍ତି। 

Narendra Modi: ‘ବିକଶିତ ଭାରତ’ ଓ ‘ୟଙ୍ଗି ଉଜବେକିସ୍ତାନ’ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ

ଯୁବଶକ୍ତିକୁ ଅଭିଯାନର ଏକ ପ୍ରମୁଖ ଅଂଶ କରାଯିବ। ସ୍କୁଲ ଓ କଲେଜ ସ୍ତରରେ ଚିତ୍ରାଙ୍କନ, ଭାଷଣ, ଆଲୋଚନା ଓ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ମାଧ୍ୟମରେ ‘ବିକଶିତ ଭାରତ-୨୦୪୭’, ରାଷ୍ଟ୍ର ନିର୍ମାଣ, ଜନସେବା ଓ ଯୁବଶକ୍ତି ଭଳି ବିଷୟ ଉପରେ ଯୁବପିଢ଼ିଙ୍କ ଚିନ୍ତନ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରାଯିବ । 

NISER's 15th Convocation ବିକଶିତ ଭାରତ ଗଠନରେ ଯୁବବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି

ମହିଳା ସଶକ୍ତୀକରଣ, ଚାଷୀଙ୍କ ସମୃଦ୍ଧି, ଯୁବକଙ୍କ ଦକ୍ଷତା ବିକାଶ, ଗରିବଙ୍କ କଲ୍ୟାଣ ଓ ଜନଜାତି ସମାଜର ଉନ୍ନତିକୁ ମଧ୍ୟ ଏହି ଅଭିଯାନର ସେବାମୂଳକ ଦୃଷ୍ଟିକୋଣ ସହ ଯୋଡ଼ାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସୁବିଧା ସମାଜର ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନେଇ ଜନସଚେତନତା ଓ ସହଯୋଗମୂଳକ କାର୍ଯ୍ୟକ୍ରମକୁ ଗତିଶୀଳ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.