ARTICLE AD BOX
ଆମ ଶରୀରରେ ଏକ ଦ୍ବିତୀୟ ହୃତ୍ପିଣ୍ଡ ଅଛି! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହା ଆଣ୍ଠୁ ତଳେ ଅର୍ଥାତ୍ ଗୋଡ଼ର ପେଣ୍ଡାରେ ଥାଏ। ଯେତେବେଳେ ଆମେ ଚାଲୁ କିମ୍ବା ଆଙ୍ଗୁଠିରେ ଠିଆ ହେଉ ସେତେବେଳେ ଏହି ପେଣ୍ଡା ମାଂସପେଶୀଗୁଡ଼ିକ ଗୋଡ଼ର ଶିରାକୁ ଚାପିଧରି ରକ୍ତକୁ ଉପରକୁ ହୃତ୍ପିଣ୍ଡ ଆଡ଼କୁ ଠେଲିବାରେ ସାହାଯ୍ୟ କରନ୍ତି।
Arrested: ବଡ଼ଧରଣର ବ୍ୟାଙ୍କ ଡକାୟତି ଉୟମ ପଣ୍ଡ; ମାରଣାସ୍ତ୍ର ସହ ଧରା ପଡ଼ିଲେ ୬ ଯୁବକ
ହୃତ୍ପିଣ୍ଡ ସବୁଆଡ଼େ ରକ୍ତ ପଠାଇଥାଏ କିନ୍ତୁ ଗୋଡ଼ରୁ ସେହି ରକ୍ତକୁ ପୁଣି ଉପରକୁ ଫେରାଇ ଆଣିବା ବହୁତ କଷ୍ଟକର ହୋଇଥାଏ। ଏହି କାମରେ ପେଣ୍ଡା ମାଂସପେଶୀ ଆମକୁ ବହୁତ ସାହାଯ୍ୟ କରେ। ଚାଲିବା, ଦୌଡ଼ିବା କିମ୍ବା ଗୋଇଠି ଉଠାଇବା ଦ୍ବାରା ପେଣ୍ଡାର ମାଂସପେଶୀ ସଙ୍କୁଚିତ ହୋଇ ରକ୍ତକୁ ଉପରକୁ ଠେଲିଥାଏ। ଶିରା ଭିତରେ ଥିବା ଛୋଟ ଭାଲ୍ଭଗୁଡ଼ିକ ରକ୍ତକୁ ପୁଣି ତଳକୁ ଖସିବାକୁ ଦିଏ ନାହିଁ। ଯଦି ଏହି ପମ୍ପ ଠିକ୍ ଭାବେ କାମ ନ କରେ ତେବେ ଗୋଡ଼ ଫୁଲିବା କିମ୍ବା ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ।
Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା
ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନଙ୍କର ଏହି ପେଣ୍ଡା ପମ୍ପ ଦୁର୍ବଳ ହୁଏ ସେମାନଙ୍କ ଶରୀରରେ ସ୍ବାସ୍ଥ୍ୟଗତ ସମସ୍ୟା ଅଧିକ ଦେଖାଯାଏ। ଏହାର ଅର୍ଥ ନୁହେଁ ଯେ କେବଳ ଦୁର୍ବଳ ପେଣ୍ଡା ଯୋଗଁୁ ସବୁକିଛି ହୁଏ। ବରଂ ଏହା ଶାରୀରିକ ଆଳସ୍ୟ ବା ଅସୁସ୍ଥତାର ଏକ ସଙ୍କେତ ହୋଇପାରେ। ତେଣୁ ନିୟମିତ ଚାଲିବା, ଦୌଡ଼ିବା ଓ ସିଡ଼ି ଚଢ଼ିବା ଉଚିତ। ଯେଉଁମାନେ ଡେସ୍କ୍ରେ ବସି କାମ କରନ୍ତି ସେମାନେ ପ୍ରତି ଘଣ୍ଟାରେ ଥରେ ଉଠି ଚଲାବୁଲା କରିବା ଉଚିତ। ବସିଥିବା ଅବସ୍ଥାରେ ଗୋଡ଼ର ଆଙ୍ଗୁଠିକୁ ଭୂମିରେ ରଖି ଗୋଇଠିକୁ ଉପର ତଳ କରିବା ଦରକାର। ଏହା ବ୍ୟତୀତ ଡେସ୍କ୍ରେ ବସି ଗୋଡ଼ର ‘ସୋଲିୟସ୍’ ମାଂସପେଶୀକୁ ବାରମ୍ବାର ଚାଳନା କରିବାଦ୍ବାରା ଶରୀରରେ ଶର୍କରା ଓ ଚର୍ବି ନିୟନ୍ତ୍ରଣ ଦିଗରେ ମଧ୍ୟ ସାହାଯ୍ୟ ମିଳିଥାଏ। ତେଣୁ ପେଣ୍ଡାର କୌଣସି ଅସଲି ହୃତ୍ପିଣ୍ଡ ନ ଥିଲେ ମଧ୍ୟ ଏହାର ପ୍ରତିଟି ସଙ୍କୋଚନ ଆପଣଙ୍କ ପ୍ରକୃତ ହୃତ୍ପିଣ୍ଡକୁ ବହୁତ ସାହାଯ୍ୟ ଯୋଗାଇଥାଏ।

2 weeks ago
6


