Schoolgirl Death Case: ଜୟପୁରରେ ସ୍କୁଲଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ସିସିଟିଭି ଫୁଟେଜ: ସହପାଠୀଙ୍କ ଦ୍ବାରା ବାରମ୍ବାର ନିର୍ଯାତିତ ହେଉଥିଲେ ଛାତ୍ରୀ

3 weeks ago 10
ARTICLE AD BOX

ଜୟପୁର:ରାଜସ୍ଥାନର ଜୟପୁରରେ ଜଣେ ୯ ବର୍ଷର ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ପାଖାପାଖି ୮ ମାସ ପରେ ତାଙ୍କ ପରିବାର ପକ୍ଷରୁ ସ୍କୁଲରେ ଛାତ୍ରୀଙ୍କ ଶେଷ ମୁହୂର୍ତ୍ତର ସିସିଟିଭି ଫୁଟେଜ ପ୍ରକାଶ କରିଛନ୍ତି। ଜୟପୁରର ନୀରଜା ମୋଦୀ ସ୍କୁଲରେ ଚତୁର୍ଥ ମହଲାରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ। ସିସିଟିଭି ଫୁଟେଜରୁ ଛାତ୍ରୀଙ୍କୁ ସହପାଠୀ ବାରମ୍ବାର ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଛି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଅମାୟରା ମୀନାଙ୍କୁ ସହପାଠୀ ବାରମ୍ବାର ଚିଡ଼ାଇବା ସହିତ ବିଭିନ୍ନ ପ୍ରକାର ହଇରାଣ କରୁଥିଲେ। ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ସ୍କୁଲ ପକ୍ଷରୁ କୌଣସି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରା ନ ଥିଲା। ଗତ ୧୮ ମାସ ହେଲା ଅମାୟରା ନିଜ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ଯାତିତ ହେବା ପରେ ଗତବର୍ଷ ନଭେମ୍ବର ୧ ତାରିଖରେ ସ୍କୁଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

ଶିକ୍ଷୟିତ୍ରୀ କୌଣସି ପ୍ରକାରର ସାହାଯ୍ୟ କରିନଥିଲେ

ପରିବାର ଲୋକଙ୍କ କହିବା ଅନୁଯାୟୀ, ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ଅମାୟରା ସାଧାରଣ ଭାବରେ ଶ୍ରେଣୀଗୃହକୁ ପ୍ରବେଶ କରୁଛନ୍ତି, ଜଣେ ସହପାଠୀଙ୍କୁ ଅଭିବାଦନ କରୁଛନ୍ତି ଓ ନୃତ୍ୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଛନ୍ତି। ଏହା ପୂର୍ବରୁ ଅନ୍ୟ ଛାତ୍ରମାନେ ତାଙ୍କୁ ବାରମ୍ବାର ଚିଡ଼ାଉଥିବା ଦେଖିବାକୁ ମିଳିଛି। ସେମାନେ ଦାବି କରିଛନ୍ତି ଯେ, ନିର୍ଯାତିତ ପିଲାଟି ସାହାଯ୍ୟ ମାଗିଥିଲେ ମଧ୍ୟ ଶିକ୍ଷୟିତ୍ରୀ କୌଣସି ପ୍ରକାରର ସାହାଯ୍ୟ କରିନଥିଲେ। ଯେଉଁମାନେ ଅମାୟରାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ସେମାନଙ୍କ ବିରୋଧରେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି। କେବଳ ଶ୍ରେଣୀ ଶିକ୍ଷକଙ୍କ ବିରୋଧରେ ନୁହେଁ ବରଂ ସ୍କୁଲର ପ୍ରିନ୍ସିପାଲ ଓ ସ୍କୁଲର ଚେୟାରମ୍ୟାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।

Naga Civilians: ମଣିପୁରରେ ୬ ନାଗା ନାଗରିକ ହତ୍ୟା ମାମଲା: ଏନଆଇଏ ଦ୍ୱାରା ଦୁଇ ଅଭିଯୁକ୍ତ ଗିରଫ

ଜୟପୁର ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବାର କିଛି ଦିନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ ଅଭିଭାବକ ସଂଘ ଓ ଅମାୟରାଙ୍କ ପିତାମାତା ବିଜୟ ମୀନା ଓ ଶିବାନୀ ମୀନା ଅଭିଯୋଗ କରିଛନ୍ତି ଯେ, ପୁଲିସର ତଦନ୍ତ ଅସମ୍ପୂର୍ଣ୍ଣ ଥିଲା ଓ ସ୍କୁଲର ପ୍ରିନ୍ସିପାଲ୍ ଇନ୍ଦୁ ଦୁବେ ଓ ପ୍ରତିଷ୍ଠାତା ସୌରଭ ମୋଦୀଙ୍କୁ ଚାର୍ଜସିଟ୍‌ରୁ ବାଦ ଦିଆଯାଇଥିଲା। ସେମାନେ ଏହି ମାମଲାରେ ସ୍କୁଲର ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.