School Closed: ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ଆଜି ବନ୍ଦ

2 weeks ago 9
ARTICLE AD BOX

ପୁରୀ/ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଓ ପୁରୀ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଆଜି ବନ୍ଦ। ଏନେଇ ଜିଲ୍ଲାପାଳ ନି‌ର୍ଦ୍ଦେଶନାମା ଜାରି କରିଥିବା ଜଣାଯାଇଛି। ଏହାଫଳରେ ଆଜି ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ଯାଏ ସମସ୍ତ ଶ୍ରେଣୀ ବନ୍ଦ ରହିବ।

ବର୍ଷା ଯୋଗୁ ବେହାଲ ଭଦ୍ରକ

ଲଘୁଚାପ ଜନିତ ବର୍ଷା ଯୋଗୁ ବେହାଲ ଭଦ୍ରକ ସହର।  ଜିଲ୍ଲାର ସର୍ବାଧିକ ୬୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷାଯୋଗୁଁ  ବିଭିନ୍ନ ୱାର୍ଡ ସହ ବାବା ଆଖଣ୍ଡଳମଣି ରାସ୍ତାରେ ତିନି ଫୁଟର ବର୍ଷା ପାଣି ଜମିଛି। ସ୍ଥିତିକୁ ଦେଖି ଆଜି (ଜୁଲାଇ ୧୫)ରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ନିମନ୍ତେ ଛୁଟି ଘୋଷଣା କରାଯାଇଛି।

Train Fire: ଟିଟିଲାଗଡ଼ ରେଳ ଷ୍ଟେସନରେ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ

ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନି‌ର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.