Sawan-2026 Horoscope: ଏହି ୫ଟି ରାଶି ପାଇଁ ଶୁଭଫଳ ପ୍ରଦାନ କରିବ ଶ୍ରାବଣ ମାସ!

5 days ago 8
ARTICLE AD BOX

ଆଜିଠାରୁ (ଜୁଲାଇ ୩୦) ଶ୍ରାବଣ ମାସ ଆରମ୍ଭ ହେଉଛି। ଧାର୍ମିକ ବିଶ୍ୱାସ ଅନୁସାରେ ଶ୍ରାବଣ ମାସ ଭଗବାନ ଶିବଙ୍କ ପାଇଁ ସବୁଠାରୁ ପ୍ରିୟ। ଏହି ମାସରେ ଭକ୍ତମାନେ ବ୍ରତ ପାଳନ କରି ଶିବଲିଙ୍ଗରେ ଜଳ ଅର୍ପଣ, ରୁଦ୍ରାଭିଷେକ, ଗଙ୍ଗା ଜଳ, କ୍ଷୀର, ଦହି ଏବଂ ବେଲପତ୍ର ଅର୍ପଣ କରି ପୂଜାର୍ଚ୍ଚନା କରିଥାଆନ୍ତି। ଜୁଲାଇ ୩୦ ରୁ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଚାରୋଟି ଶ୍ରାବଣ ସୋମବାର ପଡ଼ିବ। ଏହି ସମୟରେ ଅନେକ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବେ। । ଆସନ୍ତୁ କେଉଁକେଉଁ ରାଶି ପାଇଁ ଶ୍ରାବଣ ମାସ ଅଧିକ ଶୁଭଫଳ ନେଇ ଆସିଛି ଜାଣିବା।

ମେଷ: ଶ୍ରାବଣ ମାସ ମେଷ ରାଶିର ଲୋକଙ୍କ ପାଇଁ ଅନେକ ଶୁଭ ଫଳ ନେଇ ଆସିଛି। ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ମାସ ସାରା ମେଷ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ଏବଂ ଉନ୍ନତ ରହିବ। ଭଗବାନ ଶିବଙ୍କ ବିଶେଷ ଆଶୀର୍ବାଦ ରହିବ। ଆର୍ଥିକ ଲାଭର ସୁଯୋଗ ରହିଛି।

ରାଜ୍ୟସଭାରେ ''ବନ୍ଦେ ମାତରମ୍'' ସଂଶୋଧନ ବିଲ୍ ଗୃହୀତ: ଜାତୀୟ ସଙ୍ଗୀତକୁ ଅପମାନ କଲେ ହେବ ୩ ବର୍ଷ ଜେଲ୍

ମିଥୁନ: ଶ୍ରାବଣ ମାସ ମିଥୁନ ରାଶି ପାଇଁ ବହୁତ ଶୁଭ ଏବଂ ପବିତ୍ର ପ୍ରମାଣିତ ହୋଇପାରେ। ଏହି ମାସରେ, ଆପଣଙ୍କର ସ୍ୱପ୍ନ ସତ ହେବାକୁ ଯାଉଛି। ଆପଣଙ୍କର ଇଚ୍ଛା ପୂରଣ ହେବ। ଯାନବାହାନ କିମ୍ବା ନୂତନ ଘର କିଣିବାର ଯୋଗ ରହୁଛି।  ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ ଉକ୍ତ କ୍ଷେତ୍ରରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ସିଂହ: ଶ୍ରାବଣ ମାସରେ ସିଂହ ରାଶି  ଉପରେ ବି ଭଗବାନ ଶିବଙ୍କ ବିଶେଷ ଆଶୀର୍ବାଦ ରହିବ। ଆପଣଙ୍କ ମନ ଖୁସି ଏବଂ ସକାରାତ୍ମକ ଶକ୍ତିରେ ଭରି ଯିବ। ଅନେକ ଦିନ ଧରି ଅପୂର୍ଣ୍ଣ ଥିବା କାର୍ଯ୍ୟ ପୂର୍ଣ୍ଣ ହେବାର ଯୋଗ ରହିଛି। ଏହି ମାସରେ ଆର୍ଥିକ ସମସ୍ୟାର ଅନ୍ତ ଘଟିବ। ନୂତନ ଯୋଜନାରେ ସଫଳତା ପାଇବେ। ଆପଣ ଏକ ନୂତନ ପ୍ରକଳ୍ପର ଅଂଶ ହୋଇପାରନ୍ତି। ପୁରୁଣା କାର୍ଯ୍ୟରେ ସଫଳତା ପାଇପାରନ୍ତି।

ବିଛା: ବିଛା ରାଶି ପାଇଁ  ଶ୍ରାବଣ ମାସ ଅନେକ ଶୁଭଫଳ ପ୍ରଦାନ କରିବ। ଏହି ମାସରେ ଆପଣ ଅନେକ ଦିନରୁ ଦେଖିଥିବା ସ୍ୱପ୍ନ ପୂରଣ ହୋଇପାରେ। ଆପଣ ଭୌତିକ ସୁଖ ଏବଂ ବିଳାସ ପ୍ରାପ୍ତ କରିବେ। ଭଗବାନ ଶିବଙ୍କ ଆଶୀର୍ବାଦ ମାସ ସାରା ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ। ଏହି ସମୟରେ ଏକ ବଡ଼ ପ୍ରକଳ୍ପ ମଧ୍ୟ ପାଇପାରନ୍ତି। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବୃଦ୍ଧିର ସୁଯୋଗ ରହୁଛି।

ଧନୁ: ୨୦୨୬ ଶ୍ରାବଣ ମାସ ଧନୁ ରାଶି ପାଇଁ ବହୁତ ଶୁଭ ଏବଂ ଲାଭଦାୟକ ହେବ। ଚଳିତ ମାସ ଆପଣଙ୍କ କ୍ୟାରିଅର୍ ଏବଂ ବ୍ୟବସାୟିକ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବ।  ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆପଣ କିଛି ନୂତନ ଚେଷ୍ଟା କରିବାର ସୁଯୋଗ ପାଇବେ। ବ୍ୟବସାୟରେ ସଫଳତାର ଭଲ ସମ୍ଭାବନା ରହିବ। ଆପଣଙ୍କୁ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ପରିବାରରେ ସୁଖ, ସମୃଦ୍ଧି ବଜାୟ ରହିବା ସହିତ ଧନ ପ୍ରାପ୍ତିର ‌ସୁଯୋଗ ଆସିପାରେ।

‘‘ଏଠାରେ ପ୍ରଦାନ କରାଯାଇଥିବା ସୂଚନା ସାଧାରଣ ବିଶ୍ୱାସ, ଜ୍ୟୋତିଷ, ଧାର୍ମିକ ଗ୍ରନ୍ଥ ଇତ୍ୟାଦି ଉପରେ ଆଧାରିତ।’’ 

Read Entire Article
LEFT SIDEBAR AD

Hidden in mobile, Best for skyscrapers.