ARTICLE AD BOX
ନୂଆଦିଲ୍ଲୀ: ଇରାନୀ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ, ସଶସ୍ତ୍ର ସଂଘର୍ଷ, ଆତଙ୍କବାଦ, ପ୍ରସ୍ଥାନ ନିଷେଧ ଓ ସାମାଜିକ ଗଣମାଧ୍ୟମ କାର୍ଯ୍ୟକଳାପ ସମ୍ବନ୍ଧୀୟ ସ୍ଥାନୀୟ ଆଇନର ବିପଦ ଦର୍ଶାଇ ଆମେରିକା ଏହାର ନାଗରିକମାନଙ୍କୁ ସାଉଦି ଆରବ ଯାତ୍ରା ସମ୍ପର୍କରେ ପୁନଃବିଚାର କରିବାକୁ ପରାମର୍ଶ ଦେଇଛି। ମଙ୍ଗଳବାର ଆମେରିକା ବିଦେଶ ମନ୍ତ୍ରଣାଳୟ ସାଉଦି ଆରବ ଗସ୍ତ ନେଇ ପୁନଃବିଚାର କରିବାକୁ ପରାମର୍ଶ ଜାରି କରିଥିଲା। ଆମେରିକା ନାଗରିକଙ୍କୁ ୟେମେନ୍ର କେତେକ ଅଞ୍ଚଳକୁ ମଧ୍ୟ ଯାତ୍ରା ନ କରିବାକୁ ପରାମର୍ଶ ଜାରି କରିଛି। ସାଉଦି ଆରବଠାରୁ ୟେମେନରେ ଅଧିକ ବିପଦ ଥିବା ଦର୍ଶାଇଛି।
ଆମେରିକା ପକ୍ଷରୁ କୁହାଯାଇଛି ଯେ, ୨୮ ଫେବ୍ରୁଆରି, ୨୦୨୬ରେ ଆମେରିକା ଓ ଇରାନ ମଧ୍ୟରେ ଶତ୍ରୁତା ଆରମ୍ଭ ହେବା ପରେ ଇରାନୀ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ ବିପଦ ଯୋଗୁଁ ସୁରକ୍ଷା ପରିସ୍ଥିତି ପ୍ରଭାବିତ ହୋଇଛି। ବିଦେଶ ମନ୍ତ୍ରଣାଳୟ ଏହା ମଧ୍ୟ ଚେତାବନୀ ଦେଇଛି ଯେ, ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ପୁଣି ଥରେ ସାଉଦି ଆରବ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏପରିସ୍ଥିତିରେ ଆକାଶରୁ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରୁ ଭଗ୍ନାବଶେଷ ପଡ଼ିବା ଆଶଙ୍କା ରହିଛି। ଶକ୍ତି ଭିତ୍ତିଭୂମି ଓ ସାମରିକ ଘାଟି ନିକଟରେ ରହୁଥିବା ଏବଂ କାମ କରୁଥିବା ଆମେରିକୀୟ ନାଗରିକମାନେ ବର୍ଦ୍ଧିତ ବିପଦର ସମ୍ମୁଖୀନ ହୋଇପାରନ୍ତି, ବିଶେଷକରି ୟେମେନ ସୀମା ନିକଟରେ ସେମାନଙ୍କୁ ବିପଦ ରହିଥିବା କୁହାଯାଇଛି। ଆମେରିକା ସରକାର ସାଉଦି ଆରବରେ ଆତଙ୍କବାଦୀ ଆକ୍ରମଣ ନେଇ ମଧ୍ୟ ଚେତାବନୀ ଦେଇଛି।

1 day ago
1


