Saradhabali: ଶରଧାବାଲିରେ ତିନି ରଥ: ଆଜି ଆଡ଼ପ ପହଣ୍ଡି, ୧୯ରୁ ଆଡ଼ପ ଅବଢ଼ା

2 weeks ago 12
ARTICLE AD BOX

ପୁରୀ: ଭକ୍ତବତ୍ସଳ କାଳିଆ ସାଆନ୍ତଙ୍କୁ ଭାବ ଡୋରିରେ ଜନ୍ମବେଦିକୁ ଟାଣି ଆଣିଛନ୍ତି ଭକ୍ତ। ଜନ୍ମବେଦି ସମ୍ମୁଖରେ ଉଭା ହୋଇଛନ୍ତି ଚତୁର୍ଦ୍ଧା ବିଗ୍ରହ। କାଲି ଚକେ ଗଡ଼ି ଅଟକି ଯାଇଥିବା ଦାରୁବ୍ରହ୍ମ, ଆଜି ଘର୍ଘର ନାଦ କରି ଛୁଟି ଆସିଥିଲେ ଗୁଣ୍ଡିଚାବାଡ଼ି। କିଏ କହୁଥିଲା,ଭାବଗ୍ରାହୀଙ୍କ ଇଚ୍ଛାରେ ସବୁ ହେଉଛି ତ, ପୁଣି କିଏ କହୁଥିଲା ରଥଚଳା ଦେଖିପାରିନଥିବା କୌଣସି ଭକ୍ତ ପାଇଁ ମହାପ୍ରଭୁ ଅଟକିଯାଇଛନ୍ତି। ଆଜି କିନ୍ତୁ ଥରେ ରଥ ଗଡ଼ିବା ପରେ ଆଉ ଅଝଟ ହୋଇନଥିଲେ କି ଅଭିମାନ କରିନଥିଲେ କଳା ବାମନ। ସମସ୍ତ ନୀତିକାନ୍ତି ସୁସମ୍ପାଦିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ସକାଳ ସାଢ଼େ ୯ଟା ୪୦ରେ ରଥଟଣା ଆରମ୍ଭ ହୋଇଥିଲା। ୪ ଘଣ୍ଟା ୫ ମିନିଟ ମଧ୍ୟରେ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଜେ ହୋଇଯାଇଥିଲେ। ରଥ ଅଟକିବା ପରେ ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ୧୨ଟା ୩୦ରେ ତାଳଧ୍ବଜ, ୧ଟା ୧୦‌ରେ ଦର୍ପଦଳନ ଏବଂ ଦିନ ୨ଟା ୪୫ରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ଆଜି ମଧ୍ୟ ଗତକାଲି ଭଳି ଅନୁକୂଳ ପାଗ ଦେଇଥିଲା। 

Horoscope 2026 July 18: ଜାଣନ୍ତୁ ଆଜିର ରାଶିଫଳ

ଦିନତମାମ ମେଘୁଆ ପାଗ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅପୂର୍ବ ଅବକାଶ ଆଣିଦେଇଥିଲା। କିଛି ସମୟ ଝିପିଝିପି ବର୍ଷାରେ ଭକ୍ତ ଓଦା ହୋଇଯାଇଥିଲେ, କିନ୍ତୁ ଦର୍ଶନ କରିବାର ଉତ୍କଣ୍ଠା ଥମିନଥିଲା। ବର୍ଷାରେ ଭକ୍ତ ଆଖିର ଲୁହ ସବୁ ମିଳେଇ ଯାଉଥିଲା। କିଛି ସମୟ ପରେ ବର୍ଷା ଛାଡ଼ିଯିବାରୁ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ସୁଅ ଛୁଟିଥିଲା। ଗୁରୁବାର ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ରଥଟଣା ଠିକ୍‌ ସମୟରେ ଆରମ୍ଭ ହୋଇଥିଲା। ୭ଟା ୨୫ ପର୍ଯ୍ୟନ୍ତ ରଥ ଗଡ଼ିଥିଲା। ବିଧି ରକ୍ଷା ପାଇଁ ନନ୍ଦିଘୋଷ ରଥ ମାତ୍ର କେଇ ହାତ ଗଡ଼ାଇଥିଲେ। ବିଧି ମୁତାବକ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରଦିନ ଆଡ଼ପ ବିଜେ ତଥା ଆଡ଼ପ ପହଣ୍ଡି କରାଯାଏ। ଏହି ଆଧାରରେ ଶନିବାର ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଆଡ଼ପ ବିଜେ କରିବେ। ଏ ନେଇ ରବିବାର ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟରେ ଭୋଇ ସେବକମାନଙ୍କୁ ଘୋଡ଼ା ଓହ୍ଲାଇବା ସହ ଚାରମାଳ ବାନ୍ଧିବା ପାଇଁ ନିର୍ଦ୍ଦେଶ ରହିଛି। ଏଥିସହ ଆଡ଼ପ ଅବଢ଼ା ପାଇଁ ଅପେକ୍ଷାରତ ଭକ୍ତମାନେ ୧୯ ତାରିଖରେ ଗୁଣ୍ଡିଚା ମନ୍ଦିରରୁ ଆଡ଼ପ ଅବଢ଼ା ପ୍ରାପ୍ତ ହେବେ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। 

Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

ଗତକାଲି ରଥ ଉପରେ ରାତି ସାଢ଼େ ୧୨ରୁ ୧ଟା ମଧ୍ୟରେ ମଇଲମ, ସାଢ଼େ ୧ଟା ମଧ୍ୟରେ ମହାସ୍ନାନ ହୋଇଥିଲା। ୧ଟା ୪୫ରୁ ୨ଟା ୧୫ରେ ବେଶ, ଘଣ୍ଟଛତା ମଧ୍ୟାହ୍ନ ଧୂପ ହୋଇଥିଲା। ରାତ୍ରି ପହୁଡ଼ ହୋଇନଥିଲା। ସକାଳ ୭ଟା ୨୦ରୁ ୮ଟା ମଧ୍ୟରେ ତିନି ରଥରେ ମଙ୍ଗଳ ଆଳତି ହୋଇଥିଲା। ପରେ ମଇଲମ, ତଡ଼ପ ଲାଗି, ଅବକାଶ ପୂଜା ଶେଷ ହୋଇଥିଲା। ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ମଧ୍ୟରେ ତିନି ରଥରେ ବେଶ ହୋଇ ୯ଟା ୪୦ରେ ରଥଟଣା ଆରମ୍ଭ ହୋଇଥିଲା। ସମସ୍ତ ରଥ ୨ଟା ୪୫ ସୁଦ୍ଧା ପହଞ୍ଚିବା ପରେ ରଥ ଉପରେ ଗୋପାଳବଲ୍ଲଭ ଶେଷ ହୋଇ ଅନ୍ୟ ନୀତିକାନ୍ତି ବଢ଼ିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.