ARTICLE AD BOX
ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ୩୦ଟି ଜିଲ୍ଲାର ୩୧୪ଟି ବ୍ଲକ୍ ଓ ମହାନଗର ନିଗମ ଅଞ୍ଚଳରେ ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବର୍ଷକରେ ଥରେ ଆୟୋଜିତ ହେଉଥିବା ଏହି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏଥରକ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପୂର୍ବାହ୍ଣ ୧୦ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାର ଘଣ୍ଟାକ ପୂର୍ବରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ପରିବେଶ ସୁରକ୍ଷା ସହ ସଚେତନତାକୁ ଦୃଷ୍ଟିରେ ରଖି ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନର ଏକ ଅଂଶସ୍ବରୂପ ପ୍ରଶ୍ନପତ୍ରଗୁଡ଼ିକରେ ପରିବେଶ ସମ୍ପର୍କିତ ପ୍ରଶ୍ନକୁ ମଧ୍ୟ ସାମିଲ କରାଯାଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଚିତ୍ରାଙ୍କନ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଓଡ଼ିଆ ହସ୍ତାକ୍ଷର ଏବ˚ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
Train accident: ଟ୍ରେନ୍ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ: ଅଳ୍ପକେ ବର୍ତ୍ତିଲେ ମା’
ରାଜ୍ୟର ସମସ୍ତ ୫୨୧ଟି ଯାକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ସମୟ ପୂର୍ବାହ୍ଣ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାର ଅଧଘଣ୍ଟା ପୂର୍ବରୁ ପୂର୍ବାହ୍ଣ ୯ଟା ୩୦ରେ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ବିଷୟବସ୍ତୁ ଦିଆଯାଇଥିଲା। ଚିତ୍ରାଙ୍କନର ବିଷୟ ଥିଲା ‘ମୋ ଫୁଲ ବଗିଚା’, ‘ଶୁଆ’ ଓ ‘ପରିବା ଦୋକାନ’। ଏହି ତିନିଟି ବିଷୟ ମଧ୍ୟରୁ ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଚିତ୍ର ଆଙ୍କିଥିଲେ। ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ପୂର୍ବାହ୍ଣ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହୋଇଥିବାବେଳେ ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ଅଭିଜ୍ଞ ବିଚାରକ ମଣ୍ତଳୀଙ୍କ ଦ୍ବାରା ଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ପରୀକ୍ଷା କେନ୍ଦ୍ରରେ ହିଁ ପୁରସ୍କୃତ କରାଯାଇଥିଲା। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ, ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଭୁବନେଶ୍ବର ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ
ଆଜିର ପ୍ରତିଯୋଗିତାରେ ସମସ୍ତ କେନ୍ଦ୍ରର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଖାତାକୁ ରାଜ୍ୟସ୍ତରୀୟ ପ୍ରତିିଯୋଗିତା ପାଇଁ ପୁନଃମୂଲ୍ୟାୟନ କରାଯିବ। ଅକ୍ଟୋବର ମାସରେ ହେବାକୁ ଥିବା ‘ସମ୍ବାଦ’ର ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ। ଚଳିତବର୍ଷ ‘ସମ୍ବାଦ’ର ୧୧ଟି ସ˚ସ୍କରଣ ଅଧୀନରେ ହୋଇଥିବା ୫୨୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧,୪୧,୨୦୮ ଜଣ ପରୀକ୍ଷା ଦେଇଛନ୍ତି। ଚିତ୍ରାଙ୍କନରେ ୫୧,୭୦୫ ଜଣ, ହସ୍ତାକ୍ଷରରେ ୫୩,୯୮୩ ଓ ଭାଷାଜ୍ଞାନରେ ୩୫,୫୮୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭୁବନେଶ୍ବର ସ˚ସ୍କରଣର ୫୯ଟି କେନ୍ଦ୍ରରେ ୨୨,୬୫୫ ଜଣ ଭାଗ ନେଇଥିବା ବେଳେ କଟକ ସ˚ସ୍କରଣର ୫୯ଟି କେନ୍ଦ୍ରରେ ୧୫,୬୦୭ ଜଣ, ଯାଜପୁର ସ˚ସ୍କରଣର ୩୪ଟି କେନ୍ଦ୍ରରେ ୯,୦୧୨, ଅନୁଗୁଳ ସ˚ସ୍କରଣର ୩୮ଟି କେନ୍ଦ୍ରରେ ୭,୭୪୦, ବାଲେଶ୍ବର ସ˚ସ୍କରଣର ୭୩ଟି କେନ୍ଦ୍ରରେ ୧୮,୬୯୫, ରାଉରକେଲା ସ˚ସ୍କରଣର ୩୦ଟି କେନ୍ଦ୍ରରେ ୧୧,୨୫୬, ସମ୍ବଲପୁର ସ˚ସ୍କରଣର ୫୪ଟି ପରୀକ୍ଷା କେନ୍ଦ୍ରରେ ୧୧,୬୯୧, ବ୍ରହ୍ମପୁର ସ˚ସ୍କରଣର ୫୦ଟି କେନ୍ଦ୍ରରେ ୧୨,୧୦୭, ବଲାଙ୍ଗୀର ସଂସ୍କରଣର ୭୧ଟି କେନ୍ଦ୍ରରେ ୨୦,୦୦୫ ଏବ˚ ଜୟପୁର ସ˚ସ୍କରଣର ୫୩ଟି କେନ୍ଦ୍ରରେ ୧୨,୪୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ‘ସମ୍ବାଦ- ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିବାରୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

1 week ago
6


