ARTICLE AD BOX
ସମ୍ବଲପୁର: ସମ୍ବଲପୁରରେ ନୂଆଁଖାଇ ପାଳନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୩୦ରେ ସେ ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଘରେ ପହଞ୍ଚି ନବାନ୍ନ ଗ୍ରହଣ କରିଥିଲେ। ଏହା ପରେ ସାଂସଦ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସାମୂହିକ ନବାନ୍ନ ଭୋଜନରେ ସାମିଲ ହୋଇଥିଲେ। ଏଥିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ପରିବାର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ଦିଲ୍ଲୀରୁ ଆସିଥିବା ଜାତୀୟସ୍ତରର ୨୦ ଜଣ ଗଣମାଧ୍ୟମ ପ୍ରତିନିଧି, ଜିଏମ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ‘ଭିମ୍ସାର’ର ନିର୍ଦ୍ଦେଶକ ପ୍ରଫେସର ଡା. ଲାଲମୋହନ ନାୟକ, ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଚରଣ ସିଂହ ମୀନା, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସ୍ପି ମୁକେଶ ଭାମୁଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମଣ୍ଡଳୀ, ବିଜେପିର ବହୁ କର୍ମକର୍ତ୍ତା, ‘ରଙ୍ଗବତୀ ଫୋରମ୍’ର ସଦସ୍ୟ ଏବଂ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତେ ଏକାଠି ନବାନ୍ନ ଗ୍ରହଣ କରିବା ସହ ନୂଆଁଖାଇର ପରମ୍ପରା ଓ ମହତ୍ତ୍ୱ ସଂପର୍କରେ ଆଲୋଚନା କରିଥିଲେ।
Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ‘ରଙ୍ଗବତୀ’ ଫେମ୍ ଜିତେନ୍ଦ୍ର ହରିପାଲଙ୍କ ସଙ୍ଗୀତ ପରିବେଷଣ। ନବାନ୍ନ ଗ୍ରହଣ ପରେ ସାଂସଦ ‘ରଙ୍ଗବତୀ ଫୋରମ୍’ ପକ୍ଷରୁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମଣ୍ଡଳୀଙ୍କ ସହ ସେ ନୂଆଁଖାଇ ଗଣପର୍ବ, ସରସତିଆ, ସମ୍ବଲପୁରୀ ସଂସ୍କୃତି ଓ ସ୍ଥାନୀୟ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ନୂଆଁଖାଇ କେବଳ ପରିବାରକୁ ଏକାଠି କରେ ନାହିଁ, ସମଗ୍ର ସମାଜକୁ ଏକତା ସୂତ୍ରରେ ବାନ୍ଧିଥାଏ। ଭବିଷ୍ୟତ ପିଢ଼ିକୁ ସୁରକ୍ଷିତ ରଖିବାକୁ ହେଲେ ଏବେଠାରୁ ନବଜାତ ଶିଶୁ ଓ ମାଆମାନଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ନେବାକୁ ପଡ଼ିବ ବୋଲି ସେ ମତ ଦେଇଥିଲେ। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କିମ୍ବା ତାଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ରଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଥିଲା।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ

1 day ago
1


