Saikhom Mirabai Chanu: ଦିନେ ଖାଇବାକୁ ପାଉନଥିଲେ, ଆଜି ବିଶ୍ବବିଜେତା

3 days ago 3
ARTICLE AD BOX

ମୀରାବାଇ ଚାନୁ ସଫଳତାର ସେ ଅନନ୍ୟ ଉଦାହରଣ । ତାଙ୍କ ପାରଦର୍ଶିକତା ପାଇଁ ସମସ୍ତେ ଆଜି ତାଙ୍କୁ ପ୍ରଶଂସା କରୁଛନ୍ତି , କିନ୍ତୁ ଏହି ସଫଳତା ପଛରେ ରହିଛି ଅନେକ ଅକୁହା କାହାଣୀ। ଯାହାକୁ ଶୁଣିଲେ ଆପଣଙ୍କ ଆଖି ଲୁହରେ ଭରିଯିବ।

ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ନିଜ ନାଁ ଲେଖିଲେ ମୀରା। ପାରଦର୍ଶିକତା ବଳରେ ନିଜକୁ କଲେ ପ୍ରମାଣିତ। ମୀରା ବାଇ କେବଳ ଗୋଟିଏ ନାଁ ନୁହେଁ ପ୍ରତିଟି ନାରୀ ପାଇଁ ସେ ହେଉଛନ୍ତି ଉଦାହରଣ। ଦାରିଦ୍ର୍ୟ କେତେବେଳେ ମଣିଷର ସ୍ୱପ୍ନକୁ ଅଟକାଇ ଦେଇଥାଏ ତ ଆଉ କେବେ ସଫଳତାର ବଡ଼ ପ୍ରେରଣା ପାଲଟିଯାଏ। ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ଭାରତର ଷ୍ଟାର ଭାରୋତ୍ତୋଳିନକାରିଣୀ ମୀରାବାଇ ଚାନୁ। ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ବଳରେ ସେ ଆଜି ସାରା ବିଶ୍ୱରେ ଭାରତର ଗୌରବ ବଢ଼ାଇଛନ୍ତି। ଟୋକିଓ ଅଲିମ୍ପିକ୍ରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଥିବା ମୀରାବାଇ ପୁଣିଥରେ ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ସମ୍ମାନକୁ ଆହୁରି ଉଚ୍ଚକୁ ନେଇଛନ୍ତି। ଆଜି ସମସ୍ତେ ତାଙ୍କ ସଫଳତାକୁ ପ୍ରଶଂସା କରୁଛନ୍ତି। କିନ୍ତୁ ଏହି ସଫଳତା ପଛରେ ରହିଛି ଅନେକ ଅକୁହା କାହାଣୀ। ଯାହାକୁ ଶୁଣିଲେ ଆପଣଙ୍କ ଆଖି ଲୁହରେ ଭରିଯିବ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.