Russian Army: ରୁଷ୍‌ ସେନା ୨୦୨୨ରୁ ଶହଶହ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରିଛି: କିବ୍‌ର ଅଭିଯୋଗ

3 weeks ago 10
ARTICLE AD BOX

କିବ୍‌: ୨୦୨୨ ମସିହାରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ୍‌ ସେନା ଶତାଧିକ ୟୁକ୍ରେନୀୟ ଯୁଦ୍ଧବନ୍ଦୀ (ପିଓଡବ୍ଲ୍ୟୁ)ଙ୍କୁ ହତ୍ୟା କରିଥିବା ୟୁକ୍ରେନ ଅଭିଯୋଗ କରିଛି। ୟୁକ୍ରେନର ପ୍ରସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ କହିଛି ଯେ, ଯୁଦ୍ଧ ସମୟରେ ଆତ୍ମସମର୍ପଣ କରିଥିବା କିମ୍ବା ରୁଷ୍‌ ସେନା ହାତରେ ବନ୍ଦୀ ହୋଇଥିବା ୟୁକ୍ରେନୀୟ ସୈନିକମାନଙ୍କୁ ବେଆଇନ ଭାବେ ହତ୍ୟା କରାଯାଇଥିବା ଘଟଣାର ତଦନ୍ତ ଚାଲିଛି। ୟୁକ୍ରେନ ଏହାକୁ ଯୁଦ୍ଧ ଅପରାଧ ବୋଲି ବର୍ଣ୍ଣନା କରିଛି। ଅନ୍ୟପକ୍ଷରେ ରୁଷ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି।

ୟୁକ୍ରେନର ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ଫେବ୍ରୁଆରି ୨୦୨୨ରୁ ଏପର୍ଯ୍ୟନ୍ତ ଅତି କମ୍‌ରେ ୨୭୩ ଜଣ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରାଯାଇଥିବାର ପ୍ରମାଣ ମିଳିଛି। ଏହି ଘଟଣାକୁ ନେଇ ୭୫ଟି ଆପରାଧିକ ମାମଲା ରୁଜୁ କରାଯାଇଛି। ତଦନ୍ତରେ ଭିଡିଓ, ଡ୍ରୋନ୍‌ ଫୁଟେଜ୍‌, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଉଛି। ତଦନ୍ତକାରୀଙ୍କ କହିବା ଅନୁସାରେ, ଅଧିକାଂଶ ଘଟଣା ୨୦୨୪ ଓ ୨୦୨୫ରେ ଦେଖିବାକୁ ମିଳିଛି।

ପାଇକାରୀ ମୁଦ୍ରାସ୍ଫୀତି ଦୁଇଅଙ୍କ ମୁହାଁ; ଜୁନ୍‌ରେ ୯.୮୭ ପ୍ରତିଶତକୁ ବୃଦ୍ଧି

ୟୁକ୍ରେନର ପ୍ରସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟର ଯୁଦ୍ଧ ଅପରାଧ ବିଭାଗର ମୁଖ୍ୟ ୟୁରି ବେଲୋଉସୋଭ କହିଛନ୍ତି, ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରିବା ଏକ ଆନ୍ତର୍ଜାତିକ ଅପରାଧ। ଜେନେଭା ସମ୍ମିଳନୀ ଅନୁସାରେ ଯୁଦ୍ଧବନ୍ଦୀଙ୍କ ସହ ମାନବିକ ବ୍ୟବହାର କରିବା ବାଧ୍ୟତାମୂଳକ। ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ଏହି ସବୁ ଘଟଣାରେ ଜଡ଼ିତ ରୁଷ୍‌ ସେନା ସଦସ୍ୟ ଓ କମାଣ୍ଡରମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରମାଣ ସଂଗ୍ରହ କରାଯାଉଛି।

ୟୁକ୍ରେନ ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ଆନ୍ତର୍ଜାତିକ ସମୁଦାୟଙ୍କ ସହଯୋଗ ଲୋଡ଼ିଛି। ଅନ୍ୟପକ୍ଷରେ, ରୁଷ୍‌ ପୂର୍ବରୁ ମଧ୍ୟ ଏଭଳି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଆସୁଛି। ମସ୍କୋର କହିବା କଥା, ରୁଷ୍‌ ସେନା ଆନ୍ତର୍ଜାତିକ ମାନବିକ ଆଇନକୁ ସମ୍ମାନ କରୁଛି ଏବଂ ଯୁଦ୍ଧବନ୍ଦୀଙ୍କ ସହ ନିୟମ ଅନୁଯାୟୀ ବ୍ୟବହାର କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.