Robots: କାର୍‌ ନିର୍ମାଣ କରୁଛି ରୋବଟ୍‌

1 month ago 12
ARTICLE AD BOX

କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପରିଚାଳିତ ମାନବରୂପୀ ରୋବଟ୍‌ଗୁଡ଼ିକ କାର୍‌ ନିର୍ମାଣ କ୍ଷେତ୍ରରେ ବେଶ୍‌ ସହାୟତା କରୁଛନ୍ତି। ଏହା କେଉଁ ବିଜ୍ଞାନ କାହାଣୀ ଭଳି ଲାଗୁଥିଲେ ବି ସତ। ପ୍ରସିଦ୍ଧ ଜର୍ମାନ୍‌ କାର୍‌ ନିର୍ମାତା ବିଏମ୍‌ଡବ୍ଲୁ ଏବେ ଫିଗର୍‌ ଏଆଇରୁ ମିଳିଥିବା ଏଭଳି ରୋବଟ୍‌ଗୁଡ଼ିକର ଏକ ସେଟ୍‌ ପ୍ରଦର୍ଶନ କରିଛି, ଯେଉଁମାନେ ମଣିଷ ପରି କାର୍‌ ନିର୍ମାଣ କରିବାକୁ ପ୍ରସ୍ତୁତ। ବିଏମ୍‌ଡବ୍ଲୁ ଓ ଫିଗର୍‌ ଏଆଇ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ଆମେରିକାର ସ୍ପାର୍ଟନ୍‌ବର୍ଗସ୍ଥିତ ବିଏମ୍‌ଡବ୍ଲୁ ପ୍ଲାଣ୍ଟରେ ଏହିଭଳି ଚାରିଟି ‘ଫିଗର୍‌୦୩’ ରୋବଟ୍‌ ଠିଆ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆଗକୁ ଆସି ଏକ ଟ୍ରଲିକୁ ମଣିଷ ପରି ପଛକୁ ଟାଣି ନେଉଛି। ପରେ ଏହା କାର୍‌ର କେତେକ ଯନ୍ତ୍ରାଂଶ ଆଣି ଟ୍ରଲିରେ ସଜାଡ଼ି ଦେଉଛି। ଏହା ପରେ ସେ ପୁଣି ତା’ର ଚାର୍ଜିଂ ଷ୍ଟେସନ୍‌କୁ ଫେରୁଛି। ଏହି ଭିଡିଓ ଏବେ ବିଶ୍ବର ସମସ୍ତ କାର୍‌ ନିର୍ମାତାଙ୍କ ଦୃଷ୍ଟି ଆକର୍ଷଣ କରୁଛି। 

Other countries: ଅନ୍ୟ ଦେଶ ଭାରତରେ ସାଇତିଛନ୍ତି ସୁନା


ତେବେ ବିଏମ୍‌ଡବ୍ଲୁ ଫିଗର୍‌ ଏଆଇ ରୋବଟ୍‌ ବ୍ୟବହାର କରିବାର ଏହା ପ୍ରଥମ ଘଟଣା ନୁହେଁ। କାର୍‌ ନିର୍ମାତାମାନଙ୍କ ଦାବି ଯେ, ୨୦୨୫ରେ ଦଶ ମାସ ମଧ୍ୟରେ ‘ଫିଗର୍‌୦୨’ ରୋବଟ୍‌ ପ୍ରାୟ ୩୦, ୦୦୦ ବିଏମ୍‌ଡବ୍ଲୁ ଏକ୍ସ୍‌୩ କାର୍‌ର ବିଭିନ୍ନ ଯନ୍ତ୍ରାଂଶକୁ ଯୋଡ଼ାଯୋଡ଼ି କରିବାରେ ସାହାଯ୍ୟ କରିଥିଲା। ‘ଫିଗର୍‌୦୨’ ରୋବଟ୍‌ କାର୍‌ର ବଡି ସପ୍‌ରେ ୱେଲ୍‌ଡିଂ କାମ ତଦାରଖ କରିବା ସହ କାର୍‌ର ଗତି ନିର୍ଦ୍ଧାରଣରେ ଠିକ୍‌ ଭାବେ କାର୍ଯ୍ୟ ତୁଲାଇଥିଲା। କାର୍‌ ନିର୍ମାଣରେ ବଡ଼ ବଡ଼ ଧାତବ କାର୍ଟଗୁଡ଼ିକର ସ୍ଥାନାନ୍ତରଣ କଷ୍ଟକର କାମ ବୋଲି ଧରାଯାଇଥାଏ। ରୋବଟ୍‌ ଏହିସବୁ କାମ ବେଶ୍‌ ସଫଳତାର ସହ କରିପାରୁଥିବା କମ୍ପାନି ପକ୍ଷରୁ କୁହାଯାଇଛି। ସେହିପରି ଅନ୍ୟାନ୍ୟ ଜଟିଳ କାମ କରିବାରେ ମଧ୍ୟ ରୋବଟ୍‌ଟି ନିଜ କୁଶଳତାର ପ୍ରମାଣ ଦେଇଛି। 

Paparazzi: ପାପାରାଜ୍ଜି ଉପରେ ଖପା


ରୋବୋଟିକ୍‌ ଷ୍ଟାର୍ଟଅପ୍‌ମାନଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି କ୍ଷେତ୍ରରେ ଧୀରେ ଧୀରେ ମଣିଷ ଅପେକ୍ଷା ଅଧିକ ରୋବଟ୍‌ ବିନିଯୋଗ ହେବା ସ୍ଥିତି ଉପୁଜିବ। କାରଣ ଏବେ ଅନେକ କମ୍ପାନି ମାନବୀୟ ରୋବଟ୍‌ ବିକଶିତ କରୁଛନ୍ତି। ଏଲନ୍‌ ମସ୍କଙ୍କ ‘ଟେସ୍‌ଲା’ ଅନେକ ଦିନ ହେଲା ‘ଅପ୍ଟିମସ୍‌’ ରୋବଟ୍‌ ଉପରେ କାମ କରୁଛି, ଯାହାର ବାଣିଜ୍ୟିକ ଉପଯୋଗ ହେବ। ଚୀନର ‘ୟୁନିଟ୍ରି’ ଓ ‘ଆଗିବଟ୍‌’ ଭଳି କମ୍ପାନି ମଧ୍ୟ ଏ ଦିଗରେ ଦ୍ରୁତ ଅଗ୍ରଗତି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.