ARTICLE AD BOX
ଆଜିକାଲି ଦୁନିଆରେ ରୋବଟ୍ ଓ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ଅନେକ ଲୋକ ଭାବୁଛନ୍ତି ଯେ ଆଗକୁ ରୋବଟ୍ ମଣିଷଙ୍କ ଚାକିରି ନେଇଯିବ। କିନ୍ତୁ ଚୀନ୍ରେ ହୋଇଥିବା ଏକ ନୂଆ ପରୀକ୍ଷଣ ଦେଖାଇଦେଇଛି ଯେ ରୋବଟ୍ମାନେ ମଧ୍ୟ ସବୁ କାମ ଠିକ୍ରେ କରିପାରୁନାହାନ୍ତି। ଚୀନ୍ର ରୋବଟ୍ ନିର୍ମାତା କମ୍ପାନି ଆଗିବଟ୍ ସାଂଘାଇର ଏକ ତେଜରାତି ଦୋକାନରେ ୬ଟି ହ୍ୟୁମାନଏଡ୍ ରୋବଟ୍କୁ ଲଗାତାର ୨୪ ଘଣ୍ଟା କାମ କରିବାକୁ ଦେଇଥିଲା। ଏହି ଚ୍ୟାଲେଞ୍ଜର ନାଁ ଥିଲା ‘ରୋବର୍ଟସ୍ ନେଭର୍ କ୍ଲକ୍ ଆଉଟ୍’। ଏହି ୨୪ ଘଣ୍ଟା ମଧ୍ୟରେ ୬ଟି ରୋବଟ୍ ମିଶି ମୋଟ ୧,୭୩୦ଟି କାମ କରିଥିଲେ। ସେଥିରେ ୬୮୩ ଥର ଗ୍ରାହକଙ୍କୁ ସ୍ୱାଗତ କରିବା, ୩୬୯ଟି ସାମଗ୍ରୀ ଆଣି ଦେବା ଏବଂ ୧୪୭ଟି କଫି ପ୍ରସ୍ତୁତ କରିବା ଭଳି କାମ ସାମିଲ ଥିଲା। ୬ଟି ରୋବଟ୍ ମଧ୍ୟରୁ ୪ଟି ଠିକ୍ଠାକ୍ କାମ କରିଥିବାବେଳେ ୨ଟି ରୋବଟ୍ ବିଫଳ ହୋଇଯାଇଥିଲେ।
ଗୋଟିଏ ରୋବଟ୍ ଦୋକାନର ଅଳିଆ ଡଷ୍ଟବିନ୍ ଭରପୂର ଥିବା ଦେଖି ନିଜ ରାସ୍ତା ଛାଡ଼ି ବାହାରକୁ ଚାଲିଯାଇଥିଲା। ପୁଣି ଫେରି ନିଜ କାମ କରିପାରି ନଥିଲା। ଅନ୍ୟ ରୋବଟ୍ଟି ଦୋକାନରେ ଜିନିଷପତ୍ର ଯାଞ୍ଚ କରିବା ଓ ସଜାଡ଼ିବା କାମ ଠିକ୍ରେ କରିପାରି ନଥିଲା। ଏହି ଘଟଣାରୁ ଜଣାପଡ଼ୁଛି ଯେ ରୋବଟ୍ ଯେତେ ଆଧୁନିକ ହେଲେ ମଧ୍ୟ ଏବେ ମଣିଷଙ୍କ ଭଳି ପରିସ୍ଥିତି ବୁଝି ନିଜେ ନିଜେ ସବୁ କାମ କରିବାରେ ସକ୍ଷମ ହୋଇନାହାନ୍ତି। ତେଣୁ ନିକଟ ଭବିଷ୍ୟତରେ ରୋବଟ୍ ମଣିଷଙ୍କୁ ସାହାଯ୍ୟ କରିବେ ସତ, କିନ୍ତୁ ମଣିଷଙ୍କ ସ୍ଥାନ ସଂପୂର୍ଣ୍ଣ ରୂପେ ନେଇ ପାରିବେ ନାହିଁ ବୋଲି କୁହାଯାଉଛି।
Indian Railways: ଆବର୍ଜନା ନିଷ୍କାସନରୁ ୬୨୮.୪୯ କୋଟି ଟଙ୍କା ଆୟ, ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କଲା ରେଳବାଇ

3 days ago
6


