ARTICLE AD BOX
ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷାରେ ଉବୁଟୁବୁ ରାସ୍ତାଘାଟ l ଘରେ ଓ ବିଭିନ୍ନ କାର୍ଯ୍ୟାଳୟରେ ପଶିଲା ପାଣି l ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି l ଗୋଷ୍ଠା ସ୍ୱାସ୍ଥ୍ୟକେନ୍ଦ୍ରରେ ସମାନ ସ୍ଥିତି ଦେଖିବାକୁ ମିଳିଛି l
heavy rain in sundargarh Photograph: (sambad.in)ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣବର୍ଷାରେ ଉବୁଟୁବୁ ରାସ୍ତାଘାଟ l ଘରେ ଓ ବିଭିନ୍ନ କାର୍ଯ୍ୟାଳୟରେ ପଶିଲା ପାଣି l ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି l ସମ୍ପୂର୍ଣ କାର୍ଯ୍ୟାଳୟ ବର୍ଷା ପାଣିରେ ବୁଡ଼ି ରହିଛି l ବିଡିଓଙ୍କ କାର୍ଯ୍ୟାଳୟ ସମେତ ପ୍ରାୟ ସବୁ ବିଭାଗରେ ବର୍ଷା ପାଣି ଲହଡି ମାରୁଛି l ବ୍ଲକର ମୁଖ୍ୟ ରାସ୍ତାବୁଡ଼ି ଯାଇଛି l
ଘରେ ବର୍ଷା ପାଣି ଜମି ରହିଛି
ଗୋଷ୍ଠା ସ୍ୱାସ୍ଥ୍ୟକେନ୍ଦ୍ରରେ ସମାନ ସ୍ଥିତି ଦେଖିବାକୁ ମିଳିଛି l ବେଦବ୍ୟାସ ଦାଣ୍ଡିଆପାଲି ଘରେ ପାଣି ପଶିବା ସହ ରାସ୍ତା ବୁଡି ଯାଇଛି l ଉଦିତନଗର ଶୀତଳପଡ଼ାରେ ମାଟି ଘର ଭାଙ୍ଗିବା ସହ ଘରେ ବର୍ଷା ପାଣି ଜମି ରହିଛି l ଜିଲ୍ଲାର ବଣାଇ, ଲହୁଣୀପଡ଼ା, ସୁନ୍ଦରଗଡ଼ ସହର ସମେତ ଅନ୍ୟ କିଛି ବ୍ଲକରେ ସମସ୍ୟା ଦେଖିବାକୁ ମିଳିଛି l
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 days ago
4


