ARTICLE AD BOX
ଭୁବନେଶ୍ବର: ଆରମ୍ଭ ହୋଇଛି ପାର୍ବଣ ଋତୁ। ଗଣେଶ ପୂଜାର ମାହୋଲ ସରିନି, ପାଖେଇ ଆସୁଛି ଦୁର୍ଗାପୂଜା। ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଛି। ଏଥର ପୂଜା ଭିଡ଼ରେ ଖାଲଖମାଭରା ରାସ୍ତାଘାଟ ଲୋକଙ୍କୁ ଯନ୍ତ୍ରଣା ଦେବା ଜଳଜଳ ଦିଶିଲାଣି। ବିଏମ୍ସି ଅଞ୍ଚଳରେ କେବଳ ବିଏମ୍ସିର ରାସ୍ତା ନାହିଁ। ପୂର୍ତ୍ତ ବିଭାଗ, ଇଡ୍କୋ ଓ ଏନ୍ଏଚ୍ଏଆଇର ରାସ୍ତା ମଧ୍ୟ ରହିଛି। ସବୁ ରାସ୍ତାର ସ୍ଥିତି ଦୟନୀୟ। ଗତବର୍ଷ ବି ପୂଜା ପୂର୍ବରୁ ରାସ୍ତାଘାଟର ଏଭଳି ସ୍ଥିତି ଦେଖି ପୂର୍ତ୍ତମନ୍ତ୍ରୀ ତ୍ବରିତ ମରାମତି ନିର୍ଦ୍ଦେଶ ଦେଇଥିଲେ। ପୂଜା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ରାସ୍ତା ମରାମତି କରାଯାଇଥିଲା। ଚଳିତବର୍ଷ ପୁଣି ସମାନ ସ୍ଥିତି ଦେଖାଦେଇଛି। ଦୁର୍ଗାପୂଜାରେ କିଛି ଅଘଟଣ ପୂର୍ବରୁ ଏସବୁ ରାସ୍ତାର ମରାମତି କାମ ସାରିବାକୁ ଦାବି ଉଠିଛି। ସେପଟେ ଏଭଳି ନିମ୍ନମାନର ରାସ୍ତା କରିଥିବା ଯନ୍ତ୍ରୀ, ଠିକାଦାରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
Injured Elephant: ରାସ୍ତା ଉପରେ ଆହତ ଦନ୍ତା: ଭରତପୁର-ଚନ୍ଦକା ରାସ୍ତାରେ ଯାତାୟାତ ପ୍ରଭାବିତ
ବୋଝ ଉପରେ ନଳିତା ବିଡ଼ା
ବୋଝ ଉପରେ ନଳିତା ବିଡ଼ା ହୋଇଛି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ ମନମାନି। ନିଜ କାମ ପାଇଁ ଯେଉଁଠି ପାରୁଛନ୍ତି, ସେଠି ମନଇଚ୍ଛା ରାସ୍ତାଘାଟ ଖୋଳିଦେଉଛନ୍ତି। ନିକଟରେ ତିଆରି ହୋଇଥିବା ରାସ୍ତାକୁ ବି ଏମାନେ ଛାଡ଼ୁନାହାନ୍ତି। ସ୍ମାର୍ଟ ଜନପଥ, ସହିଦନଗର, ଜାଗମରା ଅଞ୍ଚଳ ଏହାର ଜ୍ବଳନ୍ତ ଉଦାହରଣ।
ଅନ୍ତର୍ବିଭାଗୀୟ ସମନ୍ବୟ କମିଟି ସ୍ଥାଣୁ
ଭୁବନେଶ୍ବର ମହାନଗର ନିଗମ ଓ କଟକ ମହାନଗର ନିଗମରେ ରାସ୍ତାଘାଟ କାମ ସମନ୍ବୟ ଭିତ୍ତିରେ କରିବାକୁ ସରକାର ଏକ ଉଚ୍ଚସ୍ତରୀୟ ଅନ୍ତର୍ବିଭାଗୀୟ ସମନ୍ବୟ କମିଟି ଗଠନ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ରହିଛନ୍ତି। ଭୁବନେଶ୍ବର ଓ କଟକ ମହାନଗର ନିଗମର କମିସନର୍, ପୂର୍ତ୍ତ, ୱାଟ୍କୋ, ଏନ୍ଏଚ୍ଏଆଇ, ଟିପିସିଓଡିଏଲ୍, ଇଡ୍କୋ ଆଦି ବିଭାଗର ମୁଖ୍ୟମାନେ କମିଟି ସଦସ୍ୟ ରହିଛନ୍ତି। କମିଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ୫ ବର୍ଷିୟା ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ବୈଠକ ବସି ଆକ୍ସନ୍ ପ୍ଲାନ୍ ଚୂଡ଼ାନ୍ତ ହେବ। କେଉଁ ବିଭାଗ କେଉଁ କାମ କରିବେ, ୫ ବର୍ଷର ପ୍ଲାନ୍ ଦେବେ। ସେହି ଅନୁସାରେ କେତେବେଳେ କେଉଁ କାମ ହେବ, ଧାର୍ଯ୍ୟ ହେବ। ଯଦ୍ବାରା ନୂଆ ରାସ୍ତା ତିଆରି ପରେ ଆଉ କେହି ରାସ୍ତାଘାଟ ଖୋଳିବେନି। ଏହି କମିଟି ବୈଠକ ବର୍ଷବର୍ଷ ଧରି ବସୁନି। ଏଣୁ ବିଭାଗ ଭିତରେ ସମନ୍ବୟ ରହୁନି ଓ ସମସ୍ତେ ମନଇଚ୍ଛା ରାସ୍ତାଘାଟ ଖୋଳି ଦେଉଛନ୍ତି। ପରେ ଏହାର ମରାମତି ହେଉନି।
Seva Sankalp Abhiyan: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ‘ସେବା ସଂକଳ୍ପ ଅଭିଯାନ’
ମେୟର, କମିସନରଙ୍କ ନିର୍ଦ୍ଦେଶକୁ ଫୁ
ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ରାସ୍ତାଘାଟ ସ୍ଥିତିକୁ ନେଇ ପ୍ରବଳ ବିଗିଡ଼ିଥିଲେ ମେୟର ସୁଲୋଚନା ଦାସ। ଯେଉଁମାନେ ଜନପଥକୁ କଦର୍ଯ୍ୟ କରିଦେଲେଣି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। କେଉଁମାନେ ରାସ୍ତାଘାଟ ଖୋଳିଛନ୍ତି, ବିବରଣୀ ମାଗିଥିଲେ। ଯେଉଁ ଅଞ୍ଚଳରେ ପୂଜା ହେଉଛି, ସେ ଅଞ୍ଚଳର ଖାଲଖମା ରାସ୍ତାକୁ ଅଗ୍ରାଧିକାର ଭିତ୍ତିରେ ମରାମତି ନିର୍ଦ୍ଦେଶ ଦେଇଥିଲେ। କମିସନର୍ ଚଞ୍ଚଳ ରାଣା ବି ମନଇଚ୍ଛା ରାସ୍ତାଘାଟ ଖୋଳି ପକାଉଥିବା ସଂସ୍ଥାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଦେଶ ତା’ ବାଟରେ, ଅଧିକାରୀ ସେମାନଙ୍କ ବାଟରେ।

15 minutes ago
1


