ARTICLE AD BOX
ଭୁବନେଶ୍ବର: ରାଜଧାନୀରେ ଆଜି ସକାଳେ ଭିନ୍ନ ଭିନ୍ନ ସ୍ଥାନରେ ତିନିଟି ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ତମଣ୍ଡୋରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ତେଣେ ସିଆରପିଏଫ ଛକରେ ଅଜଣା ଗାାଡ଼ି ଧକ୍କାରେ ଜଣେ ମୃତ ଜଣେ ଆହତ। ଜୟଦେବ ବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର। ସିଆରପି ଛକ ଓଭରବ୍ରିଜ୍ ଉପରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗତି ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପଶ୍ଚିମବଙ୍ଗର ସୌମ୍ୟ ରଞ୍ଜନ ମାନା। ଗୁରୁତର ଆହତ ହେଲେ ଜଗତସିଂହପୁର ଜିଲ୍ଲାର ଜ୍ୟୋତି ରଞ୍ଜନ ସାହୁ।
Animal Attack: ଜଙ୍ଗଲୀ ବାରହା ଆକ୍ରମଣରେ ୩ ଗୁରୁତର
ଫେରାର ଗାଡ଼ିର ସନ୍ଧାନ
ସୂଚନା ଅନୁଯାୟୀ, ଆଜି ସକାଳେ ଉଭୟେ ବାଇକ୍ରେ ସିଆରପି ଛକ ଓଭରବ୍ରିଜ୍ ଦେଇ ଯାଉଥିବାବେଳେ ଏକ ଏକ ଅଜଣା ଗାଡ଼ିସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡ଼ିଟି ଫେରାର ହୋଇଯାଇଥିଲା। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ସୌମ୍ୟରଞ୍ଜନ ମାନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜ୍ୟୋତିରଞ୍ଜନ ସାହୁଙ୍କ ଚିକିତ୍ସା ଚାଲିଛି। ଘଟଣାକୁ ନେଇ ନୟାପଲ୍ଲୀ ଥାନା ପୁଲିସ ଫେରାର ଗାଡ଼ିର ସନ୍ଧାନ ସହ ତଦନ୍ତ ଜାରି ରଖିଛି।

3 weeks ago
11


