Road Accident: ଗଣେଶ ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

3 days ago 4
ARTICLE AD BOX

କାଲିମେଳା:ଗଣେଶ ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର। ଏପରି ଏକ ଘଟଣା ଘଟିଯାଇଛି କାଲିମେଳା ଥାନା ଠାରୁ ମାତ୍ର ୪ କିମି ଦୂର ୩୨୬ ଜାତୀୟ ରାଜପଥର ତେଲେରାଇ ଗ୍ରାମ ଛକ ବୁଲାଣିରେ। ଆନ୍ଧ୍ର ପଟୁ ଏକ ପୁରୁଣା ପୋଡ଼ା ମୋବିଲ ବୋଝେଇ ଅଟୋ କାଲିମେଳା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। 

ଅଟୋ ଚାଳକ ଥାନାରେ ଅଟକ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଜଣେ ୧୭ ବର୍ଷର ଯୁବକର ମୁଣ୍ଡରୁ ଦହି ବାହାରି ଖଣ୍ଡେ ଦୂରରେ ପଡିଥିଲା। ଅନ୍ୟ ଜଣେ ଯୁବକର ଗୋଟିଏ ଗୋଡ଼ ୨ଖଣ୍ଡ ହୋଇଯାଇଥିବାର ଦେଖିବାକୁ ମିଳିଥିଲା। ଖବର ପାଇ କାଲିମେଳା ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ଆହତ ଯୁବକକୁ ମାଲକାନଗିରି ପଠାଇବାର ବ୍ୟବସ୍ଥା କରିଥିଲା। ଅନ୍ୟ ପଟେ ଅଟୋ ଚାଳକକୁ ପୁଲିସ ଥାନାରେ ଅଟକ ରଖିଥିଛି।  ମୃତକ ଓ ଗୁରୁତର ଯୁବକଙ୍କ ଘର ପଡିଆ ଥାନା ଅନ୍ତର୍ଗତ ଏମପିଭି ୬୬ ଗ୍ରାମରେ ବୋଲି ଜଣା ପଡିଛି।

Food Festival: ବାରିପଦାରେ ‘ନମସ୍ତେ ଓଡ଼ିଶା’ର ମେଗା ଫୁଡ୍ ଫେଷ୍ଟିଭାଲ, ପ୍ରଦର୍ଶିତ ହେଲା ୧୦୦ରୁ ଅଧିକ ପାରମ୍ପରିକ ଓଡ଼ିଆ ଖାଦ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.