ARTICLE AD BOX
ମୁମ୍ବାଇ:ମୁମ୍ବାଇର ଗଣେଶ ଉତ୍ସବ ଅନନ୍ୟ। ଚଳିତ ବର୍ଷ ମୁମ୍ବାଇର ପ୍ରାୟ ୨,୭୦୦ ସାର୍ବଜନୀନ ଗଣପତି ମଣ୍ଡପରେ ଭଗବାନ ଗଣେଶଙ୍କ ଭବ୍ୟ ପ୍ରତିମା ସ୍ଥାପନ କରାଯାଇଛି। ମୁମ୍ବାଇର ମାଟୁଙ୍ଗାରେ ଅବସ୍ଥିତ ଗୌଡ଼ ସାରସ୍ୱତ ବ୍ରାହ୍ମଣ(ଜିଏସବି) ସେବା ମଣ୍ଡଳ ଦ୍ବାରା ଆୟୋଜିତ ପୂଜାର ଗଣପତି ହେଉଛନ୍ତି ସବୁଠାରୁ ଧନୀ।ଚଳିତ ବର୍ଷ, ଜିଏସବି ସେବା ମଣ୍ଡଳ ପକ୍ଷରୁ ସେପ୍ଟେମ୍ବର ୧୪ରୁ ୧୮ ପର୍ଯ୍ୟନ୍ତ ଆୟୋଜନ କରାଯାଉଥିବା ପାଞ୍ଚ ଦିନିଆ ଗଣେଶୋତ୍ସବ ପାଇଁ ୨୪ ଫୁଟ ଉଚ୍ଚ ମୂର୍ତ୍ତି ଏବଂ ଆନୁଷଙ୍ଗିକ ଅଳଙ୍କାର ତଥା ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ସମ୍ପତ୍ତି ଲାଗି ୭୦୩ କୋଟି ୨୭ ଲକ୍ଷର ବୀମା କଭରେଜ୍ କରିଛି। ଗଣପତିଙ୍କୁ ୬୬ କିଲୋଗ୍ରାମରୁ ଅଧିକ ସୁନା ଅଳଙ୍କାର ଏବଂ ଏକ ସୁନା ସିଂହାସନରେ ସଜ୍ଜିତ କରାଯାଇଛି। ପ୍ରାୟ ୩୩୫ କିଲୋଗ୍ରାମ ରୂପାରେ ନିର୍ମିତ ମେଢ଼ ରହିଛି।
ଜିଏସବି ୭୨ ବର୍ଷ ପୁରୁଣା ମଣ୍ଡପ
ମଣ୍ଡପରେ ଦୁଇଟି ସ୍ୱତନ୍ତ୍ର ଯଜ୍ଞ କୁଣ୍ଡ ନିର୍ମାଣ କରାଯାଇଛି। ଜିଏସବି ୭୨ ବର୍ଷ ପୁରୁଣା ମଣ୍ଡପ। ଏହି ମଣ୍ଡପ ନିକଟରେ ଦୁଇଟି ସ୍ୱତନ୍ତ୍ର ତରାଜୁ ରଖାଯାଇଛି ।ଯେତେବେଳେ ଶ୍ରଦ୍ଧାଳୁଙ୍କ ଇଚ୍ଛା ପୂରଣ ହୁଏ, ସେମାନେ ସେମାନଙ୍କର ପିଲାମାନଙ୍କୁ ଏହି ତରାଜୁରେ ରଖି ସେମାନଙ୍କ ଓଜନ ସହିତ ସମାନ ଚାଉଳ, ଡାଲି ଏବଂ ଅନ୍ୟାନ୍ୟ ଶସ୍ୟ ଦାନ କରିଥାନ୍ତି। ସଂଗୃହୀତ ଶସ୍ୟକୁ ବର୍ଷସାରା ଅସହାୟ ଏବଂ ଗରିବଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ। ଏହାର ଅର୍ଥ ହେଉଛି ଏଠାରେ ବିଶ୍ୱାସ କେବଳ ଦର୍ଶନ ପର୍ଯ୍ୟନ୍ତ ସୀମିତ ନାହିଁ। ଏହା ସେବା ଏବଂ ଦାନର ଏକ ପରମ୍ପରା ସହିତ ମଧ୍ୟ ଜଡିତ। ଅନ୍ନଦାନ ସେବାରେ ଗଣେଶୋତ୍ସବ ସମୟରେ ଦୈନିକ ୪୦ ହଜାରରୁ ଅଧିକ ଲୋକ ଉପକୃତ ହେଉଥିବା ଜଣାପଡ଼ିଛି।
Election: ୨୦୨୮ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଆରମ୍ଭ: ମାପିଚୁପି କହିଲେ ଟ୍ରମ୍ପ
ପ୍ରତିବର୍ଷ ହଜାର ହଜାର ଭକ୍ତ ଜିଏସବି ଗଣପତି ମଣ୍ଡପକୁ ଆସିଥାନ୍ତି। ଚଳିତ ଥର ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରାୟ ୧୦୦ଟି ସିସିଟିଭି କ୍ୟାମେରା ଏବଂ ଏକ ଉଚ୍ଚ-ପ୍ରଯୁକ୍ତି ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।

3 days ago
6


