ARTICLE AD BOX
ଭୁବନେଶ୍ବର: ସଂଶୋଧିତ ଆର୍ଓଆର୍ (ଜମିପଟ୍ଟା) ପ୍ରଦାନ କରିବାକୁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ରାଜସ୍ବ ନିରୀକ୍ଷକ (ଆର୍ଆଇ)। ଅଭିଯୋଗକାରୀଙ୍କ ଠାରୁ ଏହି ଟଙ୍କା ନେବା ବେଳେ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଟିମ୍ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି।
Bribery Case ଲାଞ୍ଚ ନେବା ମାମଲାରେ ପୂର୍ବତନ ରାଜସ୍ବ ନିରୀକ୍ଷକ ଦୋଷୀ ସାବ୍ୟସ୍ତ
ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ପ୍ରେସ୍ ସୂଚନାନୁସାରେ, କଟକଜିଲ୍ଲା ନିଆଳି ତହସିଲ ଅଧୀନ ମାଧବ ରାଜସ୍ବ ସର୍କିଲର ରାଜସ୍ବ ନିରୀକ୍ଷକ କିଶୋର କୁମାର ସ୍ବାଇଁ ଏକ ମ୍ୟୁଟେସନ ମାମଲାରେ ସାକାରତ୍ମକ ରିପୋର୍ଟ ଓ ସଂଶୋଧିତ ଆର୍ଓଆର୍ ପ୍ରଦାନ କରିବାକୁ ଅଭିଯୋଗକାରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
Vigilance: ଭିଜିଲାନ୍ସ ଜାଲରେ ପଡିଲେ ରାଜସ୍ବ ନିରୀକ୍ଷକ
ଅଭିଯୋଗକାରୀ ଜଣକ ଏନେଇ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ନଂ ୨୮ରେ ଏକ ମାମଲା ରୁଜୁ କରିଥିଲେ। ଆଜି (ଶୁକ୍ରବାର) ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ଛକି ରହିଥିଲେ। ଅଭିଯୋଗକାରୀଙ୍କ ଠାରୁ ୩୦ହଜାର ଟଙ୍କା ଗ୍ରହଣ କରିବା ସମୟରେ ଆର୍ଆଇ ସ୍ବାଇଁ ଓ ତାଙ୍କର ଜଣେ ଦଲାଲ ସହଯୋଗୀ ସୁକାନ୍ତ କୁମାର ପ୍ରଧାନକୁ ରଙ୍ଗେହାତ ଧରିଥିଲେ। ସେମାନଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି।
Odisha Vigilance trap ହାତଗୁଞ୍ଜା ନେଉଥିଲେ କୋଷାଗୁଡ଼ା ରାଜସ୍ବ ନିରୀକ୍ଷକ, ଭିଜିଲାନ୍ସ ହାବୁଡ଼ିଗଲେକ
ଏହାପରେ ଉକ୍ତ ରାଜସ୍ବ ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ଚଢ଼ାଉ ଜାରି ରହିଛି।

3 days ago
1


