Resign: ପଦ ଛାଡ଼ିଲେ ଫ୍ରାନ୍ସ ପ୍ରଶିକ୍ଷକ ଡେସ୍‌ଚାମ୍ପ୍ସ: ଜିଡାନେ ନେବେ ଦାୟିତ୍ବ

2 weeks ago 9
ARTICLE AD BOX

ଚଳିତ ଫିଫା ବିଶ୍ବକପ୍‌ ସେମିଫାଇନାଲ୍‌ରେ ସ୍ପେନ୍‌ଠୁ ହାରି ଫ୍ରାନ୍ସ ବିଦାୟ ନେବା ପରେ ଏହାର ପ୍ରଶିକ୍ଷକ ଡିଡିଅର୍‌ ଡେସ୍‌ଚାମ୍ପ୍ସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୫୭ ବର୍ଷୀୟ ଡେସ୍‌ଚାମ୍ପ୍ସ ଖେଳାଳି ଭାବେ ୧୯୯୮ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଥିଲେ।

 (sambad.in) Didier Deschamps Photograph: (sambad.in)

ଡାଲାସ: ଚଳିତ ଫିଫା ବିଶ୍ବକପ୍‌ ସେମିଫାଇନାଲ୍‌ରେ ସ୍ପେନ୍‌ଠୁ ହାରି ଫ୍ରାନ୍ସ ବିଦାୟ ନେବା ପରେ ଏହାର ପ୍ରଶିକ୍ଷକ ଡିଡିଅର୍‌ ଡେସ୍‌ଚାମ୍ପ୍ସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୫୭ ବର୍ଷୀୟ ଡେସ୍‌ଚାମ୍ପ୍ସ ଖେଳାଳି ଭାବେ ୧୯୯୮ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଥିଲେ। ତାଙ୍କ ତତ୍ତ୍ବାବଧାନରେ ଫ୍ରାନ୍ସ ଲଗାତାର ୨୦୧୮ ଓ ୨୦୨୨ରେ ଫାଇନାଲ୍‌ରେ ପହଞ୍ଚିଥିଲା। ୨୦୧୮ରେ ବି ଦଳ ବିଜେତା ହୋଇଥିଲା। ତାଙ୍କ ପ୍ରଶିକ୍ଷଣ ଦଳ ୧୮୪ ମ୍ୟାଚ୍‌ ଖେଳି ୧୨୦ଟିରେ ବିଜୟୀ ହୋଇଥିଲା ବେଳେ ୩୫ଟି ଡ୍ର ରଖିଥିଲା। କେବଳ ୨୯ଟିରେ ପରାଜୟର ସାମ୍ନା କରିଥିଲା। ଫଳରେ ବିଜୟ ପ୍ରତିଶତ ୬୫.୨ ରହିଥିଲା। ତାଙ୍କର ବିଦାୟ ପରେ ୧୯୯୮ ବିଶ୍ବକପ୍‌ ବିଜେତା ଓ ୨୦୦୬ ଉପବିଜେତା ଫ୍ରାନ୍ସ ଦଳର ପ୍ରମୁଖ ଖେଳାଳି ଜିନାଡିନ୍‌ ଜିଡାନ ଏହି ଦାୟିତ୍ବ ସମ୍ଭାଳିବାର ସମ୍ବାବନା ରହିଛି।

Spain in the final: ସେମିରେ ଅଟକିଲା ଫ୍ରାନ୍ସର ଅଭିଯାନ: ଫାଇନାଲ୍‌ରେ ସ୍ପେନ୍‌

ମାଦ୍ରିଦ୍‌ ଛାଡ଼ିଥିଲେ

୨୦୦୬ରେ ଅବସର ନେବାର ୪ ବର୍ଷ ପରେ ପ୍ରଶିକ୍ଷକ ଦାୟିତ୍ବକୁ ଆସିଥିଲେ। ଏହାର ୬ ବର୍ଷ ପରେ ଜିଡାନ ୨୦୧୬ରେ ରିଅଲ୍‌ ମାଦ୍ରିଦ୍‌ର ପ୍ରଶିକ୍ଷକ ହୋଇଥିଲେ। ନିଜର ପ୍ରଥମ ୩ ବର୍ଷର କାର୍ଯ୍ୟକାଳ ଭିତରେ ରିଅଲ୍‌ ମାଦ୍ରିଦ୍‌ ହ୍ୟାଟ୍ରିକ୍‌ ୟୁଫା ଚାମ୍ପିଅନ୍‌ସିପ୍‌ ବିଜେତା ହେବା ସହ ୫ ୟୁରୋପୀୟ ଟ୍ରଫି ଜିତିଥିଲା। ଏହାପରେ ସେ ମାଦ୍ରିଦ୍‌ ଛାଡ଼ିଥିଲେ। ପୁଣି ଥରେ ୨୦୧୮ରେ ଏହି ଦଳର ଦାୟିତ୍ବ ‌ନେଲେ। ୨୦୨୧ ମେ’ ୨୭ରେ ସେ ରିଅଲ୍‌ ମାଦ୍ରିଦ୍‌ ଛାଡ଼ିବା ପୂର୍ବରୁ ଏହି ଦଳ ୧୧ଟି ବରିଷ୍ଠ ବର୍ଗ ଟ୍ରଫି ଜିତିଥିଲା। ୨୦୨୨ ବିଶ୍ବକପ୍‌ ପରେ ତାଙ୍କୁ ମୁଖ୍ୟ ପ୍ରଶିକ୍ଷକ କରିବାକୁ ଆମେରିକା ପ୍ରସ୍ତାବ ଦେଇଥିଲା। ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.