ARTICLE AD BOX
ସୁନ୍ଦରଗଡ଼ ଲୁହୁରାଢ଼ିପା ବସଷ୍ଟାଣ୍ଡ ହନୁମାନ ମନ୍ଦିର ଚୁଡ଼ାରେ ଜଣେ ମାନସିକ ବିକୃତ ବ୍ଯକ୍ତିକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ତେବେ ଏଥିପାଇଁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା।
Mentally challenged person rescued from temple Photograph: (Sambad.in)ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ଲୁହୁରାଢ଼ିପା ବସଷ୍ଟାଣ୍ଡ ହନୁମାନ ମନ୍ଦିର ଚୁଡ଼ାରେ ଜଣେ ମାନସିକ ବିକୃତ ବ୍ଯକ୍ତିକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ତେବେ ଏଥିପାଇଁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା। ସକାଳୁ ସେ ମନ୍ଦିର ଚୁଡ଼ାକୁ ଉଠିଯାଇ ପାଟିତୁଣ୍ଡ କରିଥିଲା। ଏପରିକି ଡେଇଁ ପଡ଼ିବାର ଉପକ୍ରମ କରିଥିଲା l ଲୋକେ ତାକୁ ଓହ୍ଲାଇ ଆସିବାକୁ କହିଥିଲେ ବି ଶୁଣି ନଥିଲା।
ସେ ଧରାଛୁଆଁ ଦେଉ ନଥିଲା
ଶେଷକୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ଆସି ତାକୁ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ଯ ସେ ଧରାଛୁଆଁ ଦେଉ ନଥିଲା। ଶେଷକୁ ଟିମ୍ ନିଶୁଣି ଲଗାଇ ମନ୍ଦିର ଉପରକୁ ଯାଇ ତାକୁ ଜୋର୍ କରି ତଳକୁ ଆଣିଥିଲୋ।
Murder: ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣା, ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ରାୟଗଡ଼ା ପୁଲିସ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
1


