Religious: ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନି ଶ୍ମଶାନ

1 month ago 17
ARTICLE AD BOX

ରାୟଗଡା: ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନିୟ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । ସୂଚନାରୁ ଜଣାପଡିଛି ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର  ଜାକାକା ଦାମ (୬୫ ବର୍ଷ )୪/୫ ବର୍ଷ ତଳେ ଖ୍ରୀଷ୍ଟଆନ ଧର୍ମ ଗ୍ରହଣ କରିଥିଲେ । କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ସକାଳ ପ୍ରାୟ ୭ଟା ସମୟରେ ସେ ମୃତ୍ୟୁବରଣ କରିଥ‌ିଲେ । ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଦାମଙ୍କୁ ସ୍ଥାନୀୟ ଶ୍ମଶାନରେ କବର ଦେବା ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ଏହି ଶ୍ମଶାନ କେବଳ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏବଂ ପୋଡା ଯାଉଥିବାରୁ ଦାମଙ୍କ ମୃତଦେହକୁ କବର ଦେବା ପାଇଁ ଗ୍ରାମବାସୀମାନେ ବାରଣ କରିଥିଲେ । ଗ୍ରାମବାସୀମାନେ ବିରୋଧ କରୁଥିବାରୁ ବର୍ତ୍ତମାନ ସୁଦ୍ଧା ଶବର ଶେଷକୃତ୍ୟ ହୋଇପାରିନଥିବା ଜଣାପଡିଛି ।

ଗ୍ରାମରେ ବୈଠକ ପରେ ସମାଧାନ ମିଳିନାହିଁ

ଏଠାରେ ସୂଚନାଯୋଗ୍ୟଯେ ଗ୍ରାମରେ ୪/୫ ଆଦିବାସୀ ପରିବାର ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି । ମୃତ ଦାମଙ୍କ ୩ପୁଅ ଏବଂ ଅନ୍ୟ ସଂପର୍କିୟ ମାନେ ରହିଥିବା ବେଳେ ଏନେଇ କୌଣସି ଅଭିଯୋଗ କାହାରିକୁ କରାଯାଇନାହିଁ । ସ୍ଥାନୀୟ ପରମ୍ପରା ଅନୁଯାୟି ଗ୍ରାମରେ କେହି ମୃତ୍ୟୁବରଣ କରି‌ଲେ ରୋଷେଇ ହୁଏ ନାହିଁ । ଗୋଟିଏ ପଟେ ଗ୍ରାମରେ ରୋଷେଇ ବନ୍ଦ ରହିଛି ଏବଂ ଅନ୍ୟପଟେ ପ୍ରାୟ ୧୭ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶେଷକୃତ୍ୟ  ପାଇଁ ଶ୍ମଶାନ ମିଳିନପାରିବା ଭଳି ଅଭାବନିୟ ପରିସ୍ଥିତି ସୃ‌ଷ୍ଟି ହୋଇଛି । ଆଜି ଦିନ ସାରା ‌ଶେଷକୃତ୍ୟ ପାଇଁ ଗ୍ରାମରେ ବୈଠକ ହୋଇଥିବା ବେଳେ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ ।

Temple Theft: ମାବାୟାଣୀଙ୍କ ୨ ମୁକୁଟ ଚୋରି

Read Entire Article
LEFT SIDEBAR AD

Hidden in mobile, Best for skyscrapers.