ARTICLE AD BOX
ନୂଆଦିଲ୍ଲୀ: ରେଳବାଇରେ ସରକାରୀ ଚାକିରି ପାଇଁ ଅପେକ୍ଷା କରିଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଦକ୍ଷିଣ ରେଳବାଇ ପକ୍ଷରୁ ଅପ୍ରେଣ୍ଟିସ୍ର ୪୪୭୧ଟି ଖାଲି ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଆବେଦନର ଶେଷ ତାରିଖ ୨୦୨୬ ସେପ୍ଟେମ୍ବର ୨୭ ରହିଛି।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ଦକ୍ଷିଣ ରେଳବାଇର ଅଫିସିଆଲ୍ ୱେବ୍ସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।
ଦଶମ ଓ ଆଇଟିଆଇ ପାସ୍ କରିପାରିବେ ଆବେଦନ
ଅପ୍ରେଣ୍ଟିସ୍ ପଦ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ପଦ ଓ ଟ୍ରେଡ୍ ଅନୁସାରେ ଭିନ୍ନ ରହିଛି। ପ୍ରାର୍ଥୀ ଦଶମ, ଦ୍ୱାଦଶ କିମ୍ବା ଆଇଟିଆଇ ପାସ୍ କରିଥିବା ଆବଶ୍ୟକ। ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ବେଳେ ପଦ ଅନୁସାରେ ସର୍ବାଧିକ ବୟସ ୨୨ କିମ୍ବା ୨୪ ବର୍ଷ ରହିଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।
ଆବେଦନ ଶୁଳ୍କ
ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଏସ୍ସି, ଏସ୍ଟି, ପିଡବ୍ଲ୍ୟୁଡି ଏବଂ ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ନିଃଶୁଳ୍କ ରହିଛି।
କିପରି କରିବେ ଆବେଦନ?
ପ୍ରଥମେ ଦକ୍ଷିଣ ରେଳବାଇର ଅଫିସିଆଲ୍ ୱେବ୍ସାଇଟ୍ https://sr.indianrailways.gov.in/?lang=1କୁ ଯାଇ ‘ଆକ୍ଟ ଅପ୍ରେଣ୍ଟିସ୍ ୨୦୨୬-୨୭’ ଲିଙ୍କରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ରେଜିଷ୍ଟ୍ରେସନ୍ କରି ଆବଶ୍ୟକ ତଥ୍ୟ ପୂରଣ କରିବାକୁ ହେବ। ପଞ୍ଜୀକରଣ ପରେ ଲଗଇନ୍ କରି ଅନ୍ୟାନ୍ୟ ତଥ୍ୟ ଦେବା ସହ ଆବେଦନ ଶୁଳ୍କ ଦାଖଲ କରିବାକୁ ହେବ। ଶେଷରେ ଫର୍ମ ଦାଖଲ କରି ଏହାର ପ୍ରିଣ୍ଟଆଉଟକୁ ନିଜ ପାଖରେ ସୁରକ୍ଷିତ ରଖିବେ।
ମେରିଟ୍ ଆଧାରରେ ଚୟନ
ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ହେବ ନାହିଁ। ଶିକ୍ଷାଗତ ଯୋଗ୍ୟତା ଆଧାରରେ ପ୍ରାର୍ଥୀଙ୍କୁ ମେରିଟ୍ ଅନୁସାରେ ଚୟନ କରାଯିବ। ଏହାପରେ ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ପାଇଁ ଡକାଯିବ। ଡିଭିରେ ସଫଳ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।
ଚୟନିତ ଫ୍ରେସର୍ ପ୍ରାର୍ଥୀଙ୍କୁ ମାସିକ ୮୨୦୦ ଟଙ୍କା, ଦ୍ୱାଦଶ ପାସ୍ ଫ୍ରେସର୍ଙ୍କୁ ୯୬୦୦ ଟଙ୍କା ଏବଂ ଏକ୍ସ-ଆଇଟିଆଇ ପ୍ରାର୍ଥୀଙ୍କୁ ମାସିକ ୯୬୦୦ ଟଙ୍କା ଷ୍ଟାଇପେଣ୍ଡ୍ ପ୍ରଦାନ କରାଯିବ।

2 weeks ago
4


